ପୁଟିନ୍‌ଙ୍କ ପଦକ୍ଷେପ ରୁଷ୍‌କୁ ଲଜ୍ଜିତ କରିଛି: ଅନ୍‌ଲାଇନ୍‌ରେ ଜେଲେନ୍‌ସ୍କିଙ୍କୁ ଭେଟିବା ପରେ କହିଲେ ଜି-୭ ନେତା

ପୁଟିନ୍‌ଙ୍କ ପଦକ୍ଷେପ ରୁଷ୍‌କୁ ଲଜ୍ଜିତ କରିଛି: ଅନ୍‌ଲାଇନ୍‌ରେ ଜେଲେନ୍‌ସ୍କିଙ୍କୁ ଭେଟିବା ପରେ କହିଲେ ଜି-୭ ନେତା

Image Courtesy of Zee News

ନୂଆଦିଲ୍ଲୀ: ପୁଟିନ୍‌ଙ୍କ ପଦକ୍ଷେପ ରୁଷ୍‌କୁ ଲଜ୍ଜିତ କରିଛି ବୋଲି ରବିବାର ଦିନ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ ଭର୍ଚ୍ୟୁଆଲ୍‌ ଭାବେ ଭେଟିବା ପରେ ‘ଗ୍ରୁପ୍‌ ଅଫ୍‌ ସେଭେନ୍‌’ର (ଜି-୭) ନେତୃବୃନ୍ଦ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଫ୍ରାନସ୍‌ର ରାଷ୍ଟ୍ରପତିଙ୍କ ସମେତ ଜି-୭ର ନେତାମାନେ ଜେଲେନ୍‌ସ୍କିଙ୍କ ସହ ଅନ୍‌ଲାଇନ୍‌ରେ କଥାବାର୍ତ୍ତା କରିବା ସହ କିବ୍‌ ପ୍ରତି ସେମାନଙ୍କର ସମର୍ଥନ ଅପରିବର୍ତ୍ତୀତ ରହିଛି ବୋଲି କହିଥିଲେ।

ଅନ୍‌ଲାଇନ୍‌ ଆଲୋଚନା ପରେ ମିଳିତ ବିବୃତି ଦଇେ ଜି-୭ ନେତାମାନ‌େ କହିଥିଲେ ଯେ, ରାଷ୍ଟ୍ରପତି ପୁଟିନ୍‌ଙ୍କ ପଦକ୍ଷେପ ସବୁ ରୁଷ୍‌କୁ ଏବଂ ତା’ର ଜନସାଧାରଣଙ୍କ ସ୍ମରଣୀୟ ଆତ୍ମୋତ୍ସର୍ଗକୁ ଲଜ୍ଜିତ କରିଛି।

publive-image Image Courtesy of Al Zajeera

ଜେଲେନ୍‌ସ୍କିଙ୍କ ପ୍ରତି ଏବଂ ଦେଶର ସାର୍ବଭୌମତ୍ତ୍ବ ଓ ଆଞ୍ଚଳିକ ଅଖଣ୍ଡତା ବଜାୟ ରଖିବା ଲାଗି ୟୁକ୍ରେନ୍‌ର ସାହସିକ ମୁକାବିଲା ପ୍ରତି ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।

ବିବୃତି ଦେଇ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍‌, କାନାଡା, ଜର୍ମାନି, ଫ୍ରାନ୍‌ସ୍‌, ଇଟାଲି ଏବଂ ଜାପାନ ଆଦି ‘ଜି-୭’ ଦେଶସମୂହ କହିଛନ୍ତି, ଆନ୍ତର୍ଜାତିକ ସମୁଦାୟ ସହ ଆମେ ‘ଜି-୭’ ସମୂହ ଯୁଦ୍ଧ ଆରମ୍ଭରୁ ୟୁକ୍ରେନ୍‌କୁ ସହାୟତା ଯୋଗାଇ ଦେଇଛୁ। ଉଭୟ ଆର୍ଥିକ ଓ ସାମଗ୍ରୀ ଆକାରରେ ୨୦୨୨ ଏବଂ ତା’ପର ବର୍ଷମାନଙ୍କ ପାଇଁ ଆମେ ଅଧିକ ୨୫ ବିଲିୟନ୍‌ ଆମେରିକୀୟ ଡଲାର୍‌ ଯୋଗାଇ ଦେବୁ।

ଏହା ବ୍ୟତିରେକେ, ରୁଷ୍‌ର ୟୁକ୍ରେନ୍‌ ଓ ସେଠାକାର ସାଧାରଣ ନାଗରିକ ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ଉପରେ ହେଉଥିବା ଆକ୍ରମଣକୁ ସେମାନେ ଅକାରଣ, ଅକ୍ଷମଣୀୟ ଏବଂ ଅବୈଧ କହି ନିନ୍ଦା କରିଛନ୍ତି।

ଦ୍ବିତୀୟ ବିଶ୍ବଯୁଦ୍ଧ କଥା ସ୍ମରଣ କରି ‘ଜି୭’ନେତୃବୃନ୍ଦ ଗୁରୁତ୍ବାରୋପ କରି କହିଲେ ଯେ, ପୁଟିନ୍‌ ଏହି ଯୁଦ୍ଧରେ ବିଜୟ ହାସଲ କରିବା ଅନୁଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe