‘ଜେଲେନସ୍କି’ଙ୍କୁ ପ୍ରେମ କରୁଛନ୍ତି ପୁଟିନ୍‌ଙ୍କ ଝିଅ

ପ୍ରେମିକଙ୍କୁ ଭେଟିବା ପାଇଁ ୨ ବର୍ଷରେ ୫୦ରୁ ଅଧିକ ଥର ମ୍ୟୁନିକ୍ ଯାଇଛନ୍ତି

‘ଜେଲେନସ୍କି’ଙ୍କୁ ପ୍ରେମ କରୁଛନ୍ତି ପୁଟିନ୍‌ଙ୍କ ଝିଅ

ମସ୍କୋ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଖବରର ଶିରୋନାମାରେ ରହିଛନ୍ତି। କିନ୍ତୁ ତାଙ୍କ ସାନଝିଅ କାଟେରିନା ତିଖୋନୋଭା ପ୍ରେମ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ପ୍ରେମିକ ଆଇଗର ଜେଲେନ୍‌ସ୍କିଙ୍କୁ ଭେଟିବା ପାଇଁ ସେ ଜର୍ମାନୀର ମ୍ୟୁନିକ୍‌କୁ ୨ ବର୍ଷ ମଧ୍ୟରେ ୫୦ରୁ ଅଧିକ ଥର ଯାତ୍ରା କରିଥିବା କୁହାଯାଉଛି। କାଟେରିନାଙ୍କ ପ୍ରେମିକଙ୍କ ନାମ ଜେଲେନସ୍କି ଯାହା ପୁଟିନ୍‌ଙ୍କ ସବୁଠାରୁ ବଡ଼ ଶତ୍ରୁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କର ମଧ୍ୟ ନାମ। ସେମାନଙ୍କର ଗୋଟିଏ ସନ୍ତାନ ଥିବା ମଧ୍ୟ ଚର୍ଚ୍ଚା ହେଉଛି।

publive-image Telangana Today

୨୦୧୮ ଏବଂ ୨୦୧୯ ମସିହାରେ କାଟେରିନା ଆଇଗରଙ୍କୁ ଭେଟିବା ପାଇଁ ଏହି ଯାତ୍ରା କରିଥିବା ରୁଷ୍‌ର ସ୍ବାଧୀନ ଗଣମାଧ୍ୟମ ସଂସ୍ଥା ଆଇଷ୍ଟୋରିଜ୍ ଏବଂ ଜର୍ମାନୀର ମାଗାଜିନ ଡେର୍‌ ସ୍ପିଜେଲ୍ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଅନୁସନ୍ଧାନରୁ ଜଣାଯାଇଛି। କାଟେରିନା ପ୍ରତ୍ୟେକ ଥର ଦେଶର ଚାର୍ଟର୍ଡ ବିମାନ ନେଇ ଯାଇଛନ୍ତି। ସେହି ବିମାନରେ ବି ପୁଟିନଙ୍କ ନିଜ କାର୍ଯ୍ୟାଳୟର ସୁରକ୍ଷା ସେବାର କର୍ମଚାରୀମାନେ ଯାଇଛନ୍ତି। ସବୁବେଳେ ନିଜର ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖୁଥିବା ପୁଟିନଙ୍କ ପରିବାର ସଂପର୍କରେ ୟୁକ୍ରେନ ଆକ୍ରମଣ ପରେ ସୂଚନା ପଦାକୁ ଆସିବାରେ ଲାଗିଛି। ପାଶ୍ଚାତ୍ୟ ଦେଶଗୁଡ଼ିକୁ ପୁଟିନ ସମାଲୋଚନା କରୁଥିବାବେଳେ ଜର୍ମାନୀରେ ରହୁଥିବା ପ୍ରେମିକଙ୍କୁ ଭେଟିବା ପାଇଁ ତାଙ୍କ ଝିଅ ଏତେଥର ଆସିବାକୁ ସେମାନେ ସମାଲୋଚନା କରିଛନ୍ତି। ପୁଟିନଙ୍କ ଝିଅ ଭଳି ଆଇଗର ଜେଲେନସ୍କି ମଧ୍ୟ ପେସାରେ ଜଣେ ନୃତ୍ୟଶିଳ୍ପୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe