ୟୁକ୍ରେନ୍ ଆକ୍ରମଣ କରିବେ ବୋଲି ଆଜି ବଡ଼ି ସକାଳୁ କାହାକୁ ଫୋନ୍ କରିଥିଲେ ପୁଟିନ୍?

Advertisment
ୟୁକ୍ରେନ୍ ଆକ୍ରମଣ କରିବେ ବୋଲି ଆଜି ବଡ଼ି ସକାଳୁ କାହାକୁ ଫୋନ୍ କରିଥିଲେ ପୁଟିନ୍?

ମସ୍କୋ: ଆଜି ମସ୍କୋ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବ ବୋଲି ବଡ଼ି ଭୋର୍‌ରୁ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ବେଲାରୁଷୀୟ ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେ‌ଙ୍କୋଙ୍କୁ ଫୋନ୍‌ କରି ସୂଚନା ଦେଇଥିଲେ। ବେଲାରୁଷ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏ କଥା ଜଣାପଡ଼ିଛି।

ଲୁକାସେ‌ଙ୍କୋଙ୍କ କାର୍ଯ୍ୟାଳୟ କହିଛି: ଆଜି ଭୋର୍‌ ପ୍ରାୟ ୫ଟା ବେଳେ ବେଲାରୁ‌ଷ୍‌ ଏବଂ ରୁଷ୍‌ ରାଷ୍ଟ୍ରପତିଙ୍କ ମଧ୍ୟରେ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତା ବେଳେ ଭ୍ଲାଦିମିର୍‌ ପୁଟିନ୍‌ ଆଲେକ୍‌ଜେଣ୍ଡର୍‌ ଲୁକାସେ‌ଙ୍କୋଙ୍କୁ ୟୁକ୍ରେନ୍‌ ଏବଂ ଡୋନ୍‌ବାସ୍ ସୀମାନ୍ତ ପରିସ୍ଥିତି କଥା କହିଥିଲେ।

କିନ୍ତୁ, ଉପରୋକ୍ତ ଟେଲିଫୋନ୍‌ ପ୍ରସଙ୍ଗରେ କ୍ରେମ୍‌ଲିନ୍‌ କୌଣସି ବିବୃତି ଜାରି କରିନାହିଁ।

publive-image Image Courtesy of New York Post

ସୂଚନାଯୋଗ୍ୟ, ଆଜି ୬ଟା ପୂର୍ବରୁ ଅଚାନକ ଟେଲିଭିଜନ୍‌ରେ ଅଭିଭାଷଣ ଦେଇ ପୁଟିନ୍‌ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଆଜି ସକାଳେ ୟୁକ୍ରେନ୍‌ର ସୀମାନ୍ତ ପ୍ରହରୀମାନେ କହିଥିଲେ ଯେ, ରୁଷ୍‌ ଏବଂ ବେଲାରୁଷ୍‌ ପଟ ଉତ୍ତର ସୀମାନ୍ତରୁ କମାଣ ଆକ୍ରମଣ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ବେଲାରୁଷ୍‌ରେ ରୁଷ୍‌ ହଜାର ହଜାର ସୈନ୍ୟ ଠୁଳ କରିଛି।

ୟୁକ୍ରେନ୍‌ର ‘ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’କୁ ନିଷ୍କ୍ରିୟ କରିଛି ବୋଲି ରୁଷ୍‌ ଯାହା ଦାବି କରୁଛି, ତାହା ମିଥ୍ୟା ବୋଲି ୟୁକ୍ରେନ୍‌ କହୁଛି। ୟୁକ୍ରେନ୍‌ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ କହିଛନ୍ତି ଯେ, ଟଙ୍କା ଉଠାଣ ଉପରେ କଟକଣା ଲାଗୁ ହୋଇଛି। ଦୈନିକ ୧୦୦, ୦୦୦ ୟୁକ୍ରେନୀୟ ମୁଦ୍ରାରୁ କେହି ଅଧିକ ଅର୍ଥ ଉଠାଇ ପାରିବେ ନାହିଁ ବୋଲି କଟକଣା ଜାରି ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe