ପୁଟିନ୍‌ଙ୍କ ଭୟ ସୃଷ୍ଟିକାରୀ ପଦକ୍ଷେପ: ଅଣ-ପରମାଣୁ ରାଷ୍ଟ୍ର ଉପରେ ପରମାଣୁ ଆକ୍ରମଣ ଅନୁମତି

ପରମାଣୁ ଶକ୍ତିମାନଙ୍କଠାରୁ ସମର୍ଥନ ହାସଲ କରି ରୁଷ୍‌ ପାଇଁ ବିପଦର କାରଣ ହୋଇଥିବା ଅଣ-ପରମାଣୁ ରାଷ୍ଟ୍ରମାନଙ୍କ ବିରୋଧରେ ମସ୍କୋ ବହୁତ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏଭଳି ଅଣ ପରମାଣୁ ରାଷ୍ଟ୍ରମାନଙ୍କ ବିରୋଧରେ....

aadadda

ମସ୍କୋ: ପରମାଣୁ ଶକ୍ତିମାନଙ୍କଠାରୁ ସମର୍ଥନ ହାସଲ କରି ରୁଷ୍‌ ପାଇଁ ବିପଦର କାରଣ ହୋଇଥିବା ଅଣ-ପରମାଣୁ ରାଷ୍ଟ୍ରମାନଙ୍କ ବିରୋଧରେ ମସ୍କୋ ବହୁତ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏଭଳି ଅଣ ପରମାଣୁ ରାଷ୍ଟ୍ରମାନଙ୍କ ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବା ସଂକ୍ରାନ୍ତ  ପ୍ରସ୍ତାବକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଅନୁମୋଦନ କରିଛନ୍ତି। ପୁଟିନ୍‌ଙ୍କ ଏହି ପଦକ୍ଷେପ ସମଗ୍ର ୟୁରୋପରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ ସଂକ୍ରାନ୍ତରେ ନେଇଥିବା କେତେକ ପଦକ୍ଷେପ ଏଥିପାଇଁ ଦାୟୀ ବୋଲି କୁହାଯାଇଛି। ରୁଷ୍-ୟୁକ୍ରେନ ସଂଘର୍ଷ ଅତି ଗମ୍ଭୀର ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ  ଆମେରିକା କିବ୍‌କୁ ରୁଷ ଭିତରେ ଥିବା ସାମରିକ ଟାର୍ଗେଟଉପରେ ଆକ୍ରମଣ କରିବା ଅନୁମତି ଦେଇଛି।

ଦୀର୍ଘ ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଆମେରିକା ଅନୁମତି ଦେବାପରେ ପୁଟିନ୍‌ ପରମାଣୁ ଅସ୍ତ୍ର ପ୍ରୟୋଗ ସଂକ୍ରାନ୍ତ ନୂଆ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ଏହି ବିବାଦୀୟ ଆଦେଶକୁ କ୍ରେମ୍‌ଲିନ ଅତି ଜରୁରୀ ଓ ରୁଷ୍‌ର ସୁରକ୍ଷା ପାଇଁ ଅତ୍ୟାବଶ୍ୟକ ବୋଲି କହିଛି। କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏକ ବିବୃତ୍ତିରେ କହିଛନ୍ତି ଯେ ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ ରୁଷ୍ ତା’ର ନିୟମରେ ପରିବର୍ତ୍ତନ ଆଣିଛି ଏବଂ ବର୍ତ୍ତମାନ ସ୍ଥିତିରେ ଏହା ଅତି ଜରୁରୀ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe