ମସ୍କୋ: ଭ୍ଲାଡିମିର ପୁଟିନ ପୋସେଡନ୍ ସୁପର ଟର୍ପେଡୋର ସଫଳ ପରୀକ୍ଷଣ କରିଛନ୍ତି। ଏହା ଏକ ପରମାଣୁ ଶକ୍ତି ସମ୍ପନ୍ନ ଉପକରଣ ଯାହାର ବିକିରଣ ଜନିତ ସୁନାମି ଉପକୂଳବର୍ତ୍ତୀ ସହରଗୁଡ଼ିକୁ ଧ୍ୱଂସ କରିବାକୁ ସକ୍ଷମ। ଆମେରିକା ଏବଂ ନାଟୋ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। 

Advertisment

ଏହା ସମଗ୍ର ବିଶ୍ୱକୁ ଥରାଇ ଦେବ। ପୁଟିନ ଘୋଷଣା କରିଛନ୍ତି ଯେ, ରୁଷିଆ ପୋସେଡନ୍ ସୁପର ଟର୍ପେଡୋର ସଫଳ ପରୀକ୍ଷଣ କରିଛି। ଯାହା ଗୋଟିଏ ଝଟ୍‌କାରେ ଅନେକ ଉପକୂଳ ସହରକୁ ସମୁଦ୍ରରେ ବୁଡ଼ାଇ ଦେଇପାରେ।  ଆକାଶରେ କିମ୍ବା ସ୍ଥଳଭାଗରେ ପରମାଣୁ ବିସ୍ଫୋରଣ ‌କରାଯାଉଥିବାବେଳେ ରୁଷିଆର ପୋସେଡନ୍ ସୁପର ଟର୍ପେଡୋ ସମୁଦ୍ରରେ ବିସ୍ଫୋରଣ କରାଯିବ। ଏହା ସୁନାମି ପରି ତରଙ୍ଗ ସୃଷ୍ଟି କରିବ। ଯାହା ଏକକାଳୀନ ଅନେକ ଉପକୂଳ ସହରକୁ ଧ୍ୱଂସ କରିବାକୁ ସକ୍ଷମ ହେବ। ଏହା ଏକ ଅଦୃଶ୍ୟ ରାକ୍ଷସ ପରି ମେସିନ। ଏହାର ଗତି ଏତେ ଦ୍ରୁତ  ଯେ, କେହି ଏହାକୁ ଧରିପାରିବେ ନାହିଁ।

ଆହୁରି ପଢ଼ନ୍ତୁ:Use of AADHAAR: ଆଧାର ପରିଚୟ ପ୍ରମାଣିତ କରେ ନାଗରିକତା ନୁହେଁ:UIDAI ନିୟମ କ'ଣ କୁହେ?

ଆମେରିକା-ନାଟୋ ସ୍ତବ୍ଧ 

ପୁଟିନ ଏହାକୁ ଏପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ସବୁଠାରୁ ଘାତକ ଅସ୍ତ୍ର ଭାବରେ ବର୍ଣ୍ଣନା କରି କହିଛନ୍ତି। ସେ କହିଛନ୍ତି, ଏହା ଆମର ଶତ୍ରୁମାନଙ୍କ ପାଇଁ ଶେଷ ଚେତାବନୀ। ଯଦି ସେମାନେ ରୁଷିଆକୁ ଉସୁକାଇବ, ତେବେ ସେମାନେ ସମୁଦ୍ରରେ ବୁଡ଼ିଯିବେ। ପୁଟିନଙ୍କ ଏଭଳି ମନ୍ତବ୍ୟ  ଆମେରିକା ଏବଂ ନାଟୋକୁ ସ୍ତବ୍ଧ କରିଦେଇଛି।

ପୋସାଇଡନ୍ ଏକ ସାଧାରଣ ଟର୍ପେଡୋ ନୁହେଁ। ଏହାକୁ ବିନାଶର ଅସ୍ତ୍ର କିମ୍ବା ଧ୍ୱଂସକାରୀ ଟର୍ପେଡୋ କୁହାଯାଏ। ପୁଟିନ୍ ଏହାକୁ ପ୍ରଥମେ ୨୦୧୮ ରେ ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରିଥିଲେ। କିନ୍ତୁ ସେତେବେଳେ ଏହାର ପରୀକ୍ଷଣ ହୋଇ ନଥିଲା। ଏବେ ରୁଷିଆ ପ୍ରଥମ ଥର ପାଇଁ ଏହାର ପରୀକ୍ଷଣ କରିଛି। ରୁଷୀୟ ଖବର ସଂସ୍ଥା TASS ଅନୁଯାୟୀ, ଏହା ପରମାଣୁ-ଚାଳିତ, ଅର୍ଥାତ୍ ଏହାର ନିଜସ୍ୱ ଛୋଟ ପରମାଣୁ ରିଆକ୍ଟର ଅଛି, ଯାହା ଏହାକୁ ଅସୀମିତ କ୍ଷମତା ପ୍ରଦାନ କରୁଛି। ଏହାର ଗତି ୧୦୦ ନଟ୍‌ରୁ ଅଧିକ ଅର୍ଥାତ୍ ଘଣ୍ଟା ପ୍ରତି ୧୮୫ କିଲୋମିଟର ଏବଂ ଏହା ସମୁଦ୍ରରେ ୧୦୦୦ ମିଟର ଗଭୀରତାରେ ଅର୍ଥାତ୍ ଏକ କିଲୋମିଟର ତଳେ ଗତି କରିଥାଏ। ଏହାର ଲମ୍ବା ୧୮ ମିଟର  ଏବଂ ଓଜନ ୯୦ ଟନ୍। ଏହାକୁ ବିଶ୍ୱର ସବୁଠାରୁ ବଡ଼ ଟର୍ପେଡୋ କୁହାଯାଉଛି।

ଏହା ସାଧାରଣ କ୍ଷେପଣାସ୍ତ୍ର ପ୍ରତିରକ୍ଷାକୁ ଏଡ଼ାଇ ଦେଇପାରେ କାରଣ ଏହା ଗୁପ୍ତ ଭାବରେ ପାଣି ଭିତରେ ଗତି କରେ। ଏହା ୨ ମେଗାଟନ୍ ପର୍ଯ୍ୟନ୍ତ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ। ଯାହା ସବୁଠାରୁ ବିପଦପୂର୍ଣ୍ଣ ଜାର ବୋମାଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ। ଯଦି ଏହା ଏକ ଉପକୂଳରେ ବିସ୍ଫୋରଣ ହୁଏ, ତେବେ ଏହା ୫୦୦ ମିଟର ଉଚ୍ଚ ରେଡିଓଏକ୍ଟିଭ୍ ସୁନାମି ସୃଷ୍ଟି କରିବ। ଯାହା ସହରଗୁଡ଼ିକୁ ରେଡିଏସନ୍ ଦ୍ବାରା ଧ୍ବଂସ କରିବାକୁ ସକ୍ଷମ। ଯଦି ଏହା ସମୁଦ୍ରରେ ବିସ୍ଫୋରଣ ହେବ ତେବେ ୫୦୦ ମିଟର ଉଚ୍ଚ ତରଙ୍ଗ ଉଠିବ। ଏଗୁଡ଼ିକ ସାଧାରଣ ତରଙ୍ଗ ନୁହେଁ। ଏଥିରେ ରେଡିଏସନ୍ ରହିବ। ଯାହା କେବଳ ଉପକୂଳ ସହରକୁ ନଷ୍ଟ କରିବ ନାହିଁ ବରଂ ସେଠାରେ ପରମାଣୁ ବିକିରଣ ମଧ୍ୟ ପ୍ରସାରିତ କରିବ। ଏହା ଯୋଗୁ ସହରର  ଅନେକ ପିଢ଼ିକୁ ନଷ୍ଟ ହେବ।

ସମସ୍ତ ୟୁରୋପୀୟ ଦେଶ ଏବଂ ଆମେରିକା ଏବେ ୟୁକ୍ରେନକୁ ସମର୍ଥନ କରିଛନ୍ତି। ଆମେରିକା ୟୁକ୍ରେନକୁ ମାରାତ୍ମକ ଟୋମାହକ୍ କ୍ଷେପଣାସ୍ତ୍ର ଯୋଗାଇବାକୁ ଯୋଜନା କରୁଛି। ପୁଟିନ୍ ଚେତାବନୀ ଦେଇଛନ୍ତି ଯେ, ଯଦି ଆମେରିକା ଏପରି କରେ, ତେବେ ପରିଣାମ ଭୟଙ୍କର ହେବ। ପୁଟିନ ଲଗାତାର ପରମାଣୁ କ୍ଷେପଣାସ୍ତ୍ର ପରୀକ୍ଷଣ କରୁଛନ୍ତି ଏବଂ ଦେଶର ପରମାଣୁ ଶକ୍ତିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୨୬ ତାରିଖରେ, ରୁଷିଆ ବୁରେଭେଷ୍ଟନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା। ଯାହା ପରମାଣୁ ଶକ୍ତିଶାଳୀ ଏବଂ ୧୪,୦୦୦କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିପାରିବ। ଏବେ ପୋସେଡନ୍ ପରୀକ୍ଷଣ କରି, ପୁଟିନ୍ ପଶ୍ଚିମ ଦେଶଗୁଡ଼ିକୁ ଏକ ବାର୍ତ୍ତା ପଠାଉଛନ୍ତି ଯେ, ଆମେ ପଛକୁ ହଟିବୁ ନାହିଁ। ଆମେ ସେହି ଦେଶମାନଙ୍କୁ ଶିକ୍ଷା ଦେବୁ ଯେଉଁମାନେ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି।

ଆମେରିକାକୁ ଖୋଲା ଚେତାବନୀ

ରୁଷିଆର ସରକାରୀ ଟିଭିରେ ବିଶେଷଜ୍ଞମାନେ ଖୋଲାଖୋଲି ଭାବରେ କହୁଛନ୍ତି ଯେ, ପୋସାଇଡନ୍ ଆମେରିକୀୟ ଉପକୂଳବର୍ତ୍ତୀ ସହରଗୁଡ଼ିକୁ ଟାର୍ଗେଟ କରିପାରେ। ଯଦି ଆମେରିକା କିମ୍ବା ନାଟୋ ପ୍ରଥମେ ଆକ୍ରମଣ କରନ୍ତି, ତେବେ ରୁଷିଆ ପ୍ରତିଶୋଧ ନେଇ ଶତ୍ରୁକୁ ଧ୍ୱଂସ କରିବ। ତଥାପି, ସବୁଠାରୁ ବଡ଼ ବିପଦ ହେଉଛି ପରମାଣୁ ରିଆକ୍ଟର ଯୋଗୁ ବ୍ୟାପୁଥିବା ବିକିରଣ। ଏହାର ଗତି ଏତେ ଅଧିକ ଯେ, ଏହାକୁ ଲଞ୍ଚ୍ କରିବା ପରେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯିବ। ଆମେରିକୀୟ ବିଶେଷଜ୍ଞମାନଙ୍କ ଅନୁସାରେ ଯଦି ଏହା ପ୍ରକୃତରେ ଘଟେ, ତେବେ ଏହା ସାରା ବିଶ୍ୱରେ ଅସ୍ତ୍ରଶସ୍ତ୍ରର ମାନଚିତ୍ରକୁ ବଦଳାଇ ଦେବ।

ଆହୁରି ପଢ଼ନ୍ତୁ:1999 Super Cyclone and Media: ମହାବାତ୍ୟାର କରାଳ ବିସ୍ମୃତି... ୨୬ ବର୍ଷ ତଳେ କେମିତି ଥିଲା ମିଡ଼ିଆ ଓ ପାଣିପାଗ ବିଭାଗର ସ୍ଥିତି ? ସାମ୍ବାଦିକ ବଖାଣିଲେ ଅନୁଭୂତି

କେଉଁ ଦେଶ ରୁଷିଆର ଟାର୍ଗେଟ୍‌ରେ?

ପୁଟିନ୍ କେବେ କୌଣସି ଦେଶର ନାମ ନେଇ ନାହାନ୍ତି। କିନ୍ତୁ ପୋସେଡନ୍ ଉପକୂଳବର୍ତ୍ତୀ ସହରଗୁଡ଼ିକୁ ଟାର୍ଗେଟ୍ କରିବା ପାଇଁ ଡିଜାଇନ୍ କରାଯାଇଛି। ଆମେରିକା ସବୁଠାରୁ ବଡ଼ ଟାର୍ଗେଟ୍ ହୋଇପାରେ। ରୁଷିଆନ୍ ଟିଭି ଖୋଲାଖୋଲି ଭାବରେ କହିଛି ଯେ, ପୋସେଡନ୍ ନ୍ୟୁୟର୍କ ଏବଂ ଲସ୍ ଆଞ୍ଜେଲସ୍ ଭଳି ସହରଗୁଡ଼ିକୁ ରେଡିଏସନ୍ ସୁନାମିରେ ବୁଡ଼ାଇ ଦେଇପାରେ। ଏହି ସହରଗୁଡ଼ିକରେ ଆମେରିକାର ଜନସଂଖ୍ୟାର ୭୦% ବାସ କରନ୍ତି। ପୋସେଡନ୍ ଆଟଲାଣ୍ଟିକ୍ କିମ୍ବା ପ୍ରଶାନ୍ତ ମହାସାଗରରେ ଗୁପ୍ତ ଭାବେ ପ୍ରବେଶ କରିପାରିବ। ପୁଟିନ୍  ୨୦୧୮ରେ କହିଥିଲେ ଯେ, ଏହା ଆମେରିକୀୟ ବନ୍ଦର ସହରଗୁଡ଼ିକୁ ଟାର୍ଗେଟ୍ କରିବାକୁ ସକ୍ଷମ ହେବ। ଏହା ସହିତ ବ୍ରିଟେନ୍, ଜାପାନ ଏବଂ ଦକ୍ଷିଣ କୋରିଆକୁ ଟାର୍ଗେଟ୍ କରାଯାଇପାରେ। କାରଣ ଏହି ଅଞ୍ଚଳଗୁଡ଼ିକରେ ଆମେରିକୀୟ ସାମରିକ ଘାଟି ରହିଛି।