‌ଶେଷ ହେଲା ନିର୍ବନ୍ଧ ବିବାହକୁ ଆଉ କିଛି ଦିନ ରହିଲା ବାକି

ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିବି ସିନ୍ଧୁଙ୍କ ହାଇଦ୍ରାବାଦର ବାସିନ୍ଦା ଭେଙ୍କଟ ଦତ୍ତା  ସାଇଙ୍କ ସହିତ ଡିସେମ୍ବର ୧୪ ତାରିଖ‌ରେ ଶନିବାର ନିର୍ବନ୍ଧ ହୋଇଛି। ରାଜସ୍ଥାନର ଉଦୟପୁରରେ ଡିସେମ୍ବର ୨୨ରେ ସିନ୍ଧୁଙ୍କ ହେବ ବିବାହ।

d


ନୂଆଦିଲ୍ଲୀ:ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିବି ସିନ୍ଧୁ ତାଙ୍କ ଜୀବନରେ ଏକ ନୂଆପଥରେ ଆଗେଇଛନ୍ତି। ପିବିଙ୍କ ହାଇଦ୍ରାବାଦର ବାସିନ୍ଦା ଭେଙ୍କଟ ଦତ୍ତା  ସାଇଙ୍କ ସହିତ ଡିସେମ୍ବର ୧୪ ତାରିଖ‌ ଶନିବାର ଦିନ  ନିର୍ବନ୍ଧ ହୋଇଛି। 

ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ପିବି ସିନ୍ଧୁ ଓ ଭେଙ୍କଟ ଦତ୍ତା ସାଇଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ନିର୍ବନ୍ଧ ଶେଷ ହୋଇଛି। ଏ ସମ୍ପର୍କରେ ନିଜେ ପିବି ସିନ୍ଧୁ ଇନଷ୍ଟାଗ୍ରାମରେ ନିର୍ବନ୍ଧର ଫଟୋ ଦେଇ ସୂଚନା ଦେଇଛନ୍ତି। ଏହି ଫଟୋରେ ପିବି ସିନ୍ଧୁ ଓ ଭେଙ୍କଟ ଦତ୍ତା  ସାଇ ଛିଡ଼ା ହୋଇଥିବା ବେଳେ ତାଙ୍କ ପଛପାର୍ଶ୍ବରେ ଥିବା ପୋଷ୍ଟରରେ  ମିସ ଟୁ ମିସେଜ ଲେଖାହୋଇଛି।

ପିବି ସିନ୍ଧୁ ଗତ ୨ ସପ୍ତାହ ତଳେ ନିଜର ବିବାହ ସମ୍ପର୍କରେ ସୂଚନା ଦେଇଥିଲେ। ସିନ୍ଧୁଙ୍କ ବିବାହ କାର୍ଯ୍ୟକ୍ରମ ଡିସେମ୍ବର ୨୦ ତାରିଖରୁ ରାଜସ୍ଥାନର ଉଦୟପୁରରେ ଆରମ୍ଭ ହେବ। ଡିସେମ୍ବର ୨୨ରେ ସିନ୍ଧୁ ଭେଙ୍କଟ ଦତ୍ତାର ସାଇଙ୍କୁ ବିବାହ କରିବେ।

ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ଏହି ବିବାହରେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe