ଅଜାତଶତ୍ରୁ ଶୀଲା

Delhi Chief Minister Sheila Dikshit at her breakfat table in New Delhi. Express Photo by Tashi Tobgyal. 26.03.2010.

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ‘ପ୍ୟାରୀ ଦିଦି’ ଭାବେ ପରିଚିତ ଶୀଲା ଦୀକ୍ଷିତଙ୍କ ବିୟୋଗ ଦିଲ୍ଲୀ ପାଇଁ ଏକ ଅପୂରଣୀୟ କ୍ଷତି। ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଶୀଲା ଦିଲ୍ଲୀର ରୂପରେଖ ବଦଳାଇ ଦେଇଥିଲେ। ମୃତ୍ୟୁବେଳକୁ ସେ ଥିଲେ ଦିଲ୍ଲୀ କଂଗ୍ରେସ ମୁଖ୍ୟ। ୪ ଦଶନ୍ଧିର ସଫଳ ରାଜନୈତିକ ଜୀବନରେ ସେ କେରଳର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ। ରାଜନୀତିରେ ସେ ଥିଲେ ଅଜାତଶତ୍ରୁ। ଜୀବନବ୍ୟାପୀ ଜଣେ କଂଗ୍ରେସ ନେତ୍ରୀ ଭାବେ କାର୍ଯ୍ୟ ବଜାୟ ରଖିଥିବା ଶୀଲା ୧୯୮୪ରେ ରାଜନୀତିରେ ପାଦ ଥାପିଥିଲେ। ତେବେ ଏହା ଆଦୌ ଯୋଜନାବଦ୍ଧ ନଥିଲା। ଶୀଲାଙ୍କ ଶ୍ବଶୁର ଉମା ଶଙ୍କର ଦିକ୍ଷୀତ ଜଣେ ସାମାଜିକ କର୍ମୀ ଥିଲେ। ସେ ଭାରତର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ। ପରେ ସେ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ‌ ଶୀଲା ତାଙ୍କ ଶ୍ବଶୁରଙ୍କୁ ଅନେକ କାର୍ଯ୍ୟରେ ସହଯୋଗ କରୁଥିଲେ। ତାଙ୍କର ପ୍ରଶାସନିକ ଦକ୍ଷତା ଦେଖି ଇନ୍ଦିରା ଗାନ୍ଧୀ ତାଙ୍କୁ ୟୁଏନ୍‌ କମିସନ୍‌କୁ ଜଣେ ପ୍ରତିନିଧି ଭାବେ ମନୋନୀତ କରିଥିଲେ। ସେହିଠାରୁ ଆରମ୍ଭ ହୋଇଥିଲା ଶୀଲାଙ୍କ ରାଜନୈତିକ ଯାତ୍ରା।

୧୯୭୦ ଦଶକରେ ଶୀଲା ଦୀକ୍ଷିତ ଯୁବ ମହିଳା ସଂଗଠନର ଅଧ୍ୟକ୍ଷ ଥିଲେ।
୧୯୮୪ରୁ ୧୯୮୯ ମଧ୍ୟରେ ସେ ଉତ୍ତରପ୍ରଦେଶର କନୌଜ ନିର୍ବାଚନ ମଣ୍ଡଳୀରୁ ସାଂସଦ ସଦସ୍ୟ ଥିଲେ। ସେ ମଧ୍ୟ ଲୋକସଭାର ଏଷ୍ଟିମେଟ୍ସ କମିଟି ସଦସ୍ୟ ଥିଲେ।
୧୯୮୪ରୁ ୧୯୮୯ ମଧ୍ୟରେ ସେ ୟୁନାଇଟେଡ୍‌ ‌ନେସନ୍ସ କମିସନ୍‌ ଅନ୍‌ ଷ୍ଟାଟସ ଅଫ୍‌ ଓମେନ୍‌ରେ ଭାରତକୁ ପ୍ରତିନିଧିତ୍ବ କରିଥିଲେ।
୧୯୮୬ରୁ ୧୯୮୯ ମଧ୍ୟ‌ରେ ଶୀଲା କେନ୍ଦ୍ର ମନ୍ତ୍ରୀ ଥିଲେ। ପିଏମ୍‌ଓରେ ରାଷ୍ଟ୍ରମନ୍ତ୍ରୀ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଥିଲେ।
ମହିଳାଙ୍କ ଉପରେ ଅତ୍ୟାଚାର ବିରୋଧରେ ଶୀଲା ୧୯୯୦ରେ ଆନ୍ଦୋଳନ ଆରମ୍ଭ କରିଥିଲେ
୧୯୯୮ରେ ଶୀଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୫ ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି।
୧୯୯୮ରୁ ୨୦୦୩ ମଧ୍ୟରେ ଶୀଲା ଗୋଲ୍‌ ମାର୍କେଟ୍‌ ବିଧାନସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରିଥିଲେ ଏବଂ ୨୦୦୮ରେ ସେ ନୂଆ‌ଦିଲ୍ଲୀ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରିଥିଲେ।
୨୦୧୩ରେ ଶୀଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe