ରାଜସ୍ଥାନ: ରାଜସ୍ଥାନ କୋଟାରୁ ଏକ ଭୟାବହ ଘଟଣା ସାମ୍ନାକୁ ଆସିଛି। କୋଟାର ସୁପର ଥର୍ମଲ ପାୱର ଷ୍ଟେସନ ପ୍ଲାଣ୍ଟରେ କାମ କରୁଥିବା ଜଣେ କର୍ମଚାରୀ ଅଳ୍ପକେ ଅଜଗର ଶିକାରରୁ ବର୍ତ୍ତି ଯାଇଛନ୍ତି। ପୀଡ଼ିତ କର୍ମଚାରୀଙ୍କ ନାମ ନନ୍ଦ ସିଂହ ଥିବା ଜଣାପଡ଼ିଛି।
ଡିୟୁଟିରେ ଥିବା ସମୟରେ ଅଜଗର ଆକ୍ରମଣର ଶିକାର ହେଲେ କର୍ମଚାରୀ
ସୂଚନାଯୋଗ୍ୟ, କୋଟାର ସୁପର ଥର୍ମଲ ପାୱାର ଷ୍ଟେସନ ପ୍ଲାଣ୍ଟରେ ଅନେକ ଦିନ ହେବ ନନ୍ଦ ସିଂହ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି। ନିକଟରେ ସେ ପାଇପ ଲାଇନ ଯାଞ୍ଚ କରିବାକୁ ଯାଇଥିବା ବେଳେ ଅଜଗର ଆକ୍ରମଣର ଶିକାର ହୋଇଥିଲେ। ଅଜଗରଟି ଶ୍ରମିକଙ୍କ ସମ୍ପୂର୍ଣ୍ଣ ଶରୀରରେ ଗୁଡ଼ାଇ ହେବାକୁ ଚେଷ୍ଟା କରୁଥିଲା। ପ୍ରାୟ ୧୦ ମିନିଟ୍ ଧରି ଅଜଗର ନନ୍ଦଙ୍କ ଗୋଡ଼ରେ ଗୁଡ଼ାଇ ହୋଇରହିଥିଲା। ଏହି ଘଟଣା ଦେଖି ନନ୍ଦଙ୍କ ସହ ଥିବା ଅଧିକାରୀମାନେ ବାଡ଼ି ସାହାଯ୍ୟରେ ଅଜଗରକୁ ଘୋଉଡାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଜଗରକୁ କିଛି ଫରକ ପଡ଼ି ନଥିଲା। ସେ ନନ୍ଦ ସିଂହଙ୍କୁ ନିଜ କବଳରୁ ନେବାକୁ ଚେଷ୍ଟା କରିଥିଲା।
ଅଧିକପଢ଼ନ୍ତୁ:ହ୍ୟୁମାନଙ୍କ ଜନ୍ମଦିନରେ ଏମାନଙ୍କ ଉପରେ ରାଗିଗଲେ ଦୀପ୍ତିରେଖା... କାମ ଓ କମିଶନ ନେଇ ଖୋଲିଲେ ଗୋଟି ଗୋଟି ପୋଲ୍
ଶ୍ରମିକମାନଙ୍କ ସାହାଯ୍ୟ ହେତୁ ବଞ୍ଚିଲା କର୍ମଚାରୀଙ୍କ ଜୀବନ
ଏହି ସମୟରେ ଅଧିକାରୀମାନେ ଅନ୍ୟ ଶ୍ରମିକମାନଙ୍କୁ ଡାକ ପକାଇଥିଲେ। କିଛି ଶ୍ରମିକ ଓ ଅଧିକାରୀମାନେ ମିଶି ଏକ ବଡ଼ ପଥରଖଣ୍ଡ ସହିତ ମୋଟାବାଡ଼ିରେ ଅଜଗର ମୁଣ୍ଡକୁ ଆଘାତ ଦେଇଥିଲେ। ଯାହାଫଳରେ ଅଜଗର ନନ୍ଦଙ୍କ ଗୋଡ଼ରୁ ମୁକୁଳି ଯାଇଥିଲା। ଘଟଣାସ୍ଥଳରୁ ନନ୍ଦଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ବିଷୟରେ ବଖାଣିଲେ ପୀଡ଼ିତ
ପମ୍ପ ହାଉସର ଜଣେ ଠିକା କର୍ମଚାରୀ ଭାବେ କାମ କରୁଥିବା ନନ୍ଦୁ ସିଂହ ନିଜ ସହିତ ଘଟିଥିବା ଏ ଭୟାବହ ଘଟଣାକୁ ବଖାଣି କହିଛନ୍ତି, ‘ପାଣି ପାଇପଲାଇନ ଯାଞ୍ଚ କରିବାକୁ ଦୁଇ ଥର୍ମାଲ ଅଧିକାରୀଙ୍କ ସହିତ ଯାଇଥିଲି।
कोटा थर्मल प्लांट में अजगर ने श्रमिक पर हमला कर पैर जकड़ा, कर्मचारियों ने बचाया, गनीमत रही कि मामूली चोटें आईं#viralvideo | #Kota | #Rajasthanpic.twitter.com/IKwf0RJ3Fk
— NDTV Rajasthan (@NDTV_Rajasthan) November 24, 2025
ପାଇପଲାଇନ ପାଖରେ ଏକ ଅଜଗର ବସିଥିଲା, ଯାହାକୁ ମୁଁ କି ମୋ ସହିତ ଥିବା ଅଧିକାରୀମାନେ ଦେଖି ପାରୁ ନଥିଲୁ। ହଠାତ୍ ଅଜଗର ମୋ ଉପରକୁ ଆକ୍ରମଣ କରି ଗୋଡ଼କୁ ଜାବୁଡ଼ି ଧରିଥିଲା। ଏହା ଦେଖି ମୋ ସହିତ ଥିବା ଅଧିକାରୀମାନେ ଭୟଭୀତ ହୋଇ ଅନ୍ୟ ଶ୍ରମିକମାନଙ୍କୁ ଡାକିଥିଲେ। ସମସ୍ତେ ଘଟଣାସ୍ଥଳରେ ପହଞ୍ଚି ଅଜଗର କବଳରୁ ମୋତେ ମୁକ୍ତ କରାଇଥିଲେ।’
ଅଧିକପଢ଼ନ୍ତୁ:ସହଜ ନଥିଲା କଏଦୀରୁ ଡିଏସପି ହେବାର ଯାତ୍ରା...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/25/untitled-28-2025-11-25-18-29-50.jpg)