ଭୋପାଳ: ମଧ୍ୟପ୍ରଦେଶର ‌ଲୋକସେବା ଆୟୋଗ (ଏମପିପିଏସସି)ପରୀକ୍ଷାର ଫଳାଫଳ ବାହାରି ଯାଇଛି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ପରୀକ୍ଷାର୍ଥୀଙ୍କ ସଂଘର୍ଷଭରା କାହାଣୀ  ସାମ୍ନାକୁ ଆସିଛି। ଏହି କ୍ରମ‌ରେ ଜଣେ ପରୀକ୍ଷାର୍ଥୀଙ୍କ କାହାଣୀ ଚର୍ଚ୍ଚାର ପରିସରରେ ରହିଛି। ଏହି ପରୀକ୍ଷାର୍ଥୀ ଜଣକ ଏକଦା ମିଥ୍ୟା ହତ୍ୟା ମାମଲାରେ ଜେଲଦଣ୍ଡ ଭୋଗି ସାରିଥିବା ବେଳେ ସମ୍ପ୍ରତି ସେ ଡିଏସପି ଭାବେ ସଫଳତା ଅର୍ଜନ କରିଛନ୍ତି।

Advertisment

ବାପାଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ଖୁବ ସଂଘର୍ଷ କରିଛନ୍ତି ଡିଏସପି

ଏହି କାହାଣୀଟି ଭିନ୍ଦ ଜିଲ୍ଲାର ଡୋଙ୍ଗରପୁରା ଗ୍ରାମରେ ବସବାସ କରୁଥିବା ଜୈନେନ୍ଦ୍ର କୁମାର ନିଗମଙ୍କର...। ଜୈନେନ୍ଦ୍ର ସଫଳତା ପାଇବା ପାଇଁ ବାପାଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ଖୁବ ସଂଘର୍ଷ କରିଛନ୍ତି। କଷ୍ଟ ବି ସହିଛନ୍ତି। ଡିଏସପି ସନ୍ତୋଷ ପଟେଲଙ୍କ କହିବାନୁସାରେ, ଜୈନେନ୍ଦ୍ର ନିଗମ କୁହନ୍ତି, ‘ସେ ପିଲାଟି ଦିନରୁ ତାଙ୍କ ବାପାଙ୍କୁ ମଧ୍ୟପ୍ରଦେଶର ‌ଲୋକସେବା ଆୟୋଗ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଦେଖିଛନ୍ତି। ତାଙ୍କ ବାପା କ୍ରମାଗତ ଭାବେ ୧୯୯୬ରୁ ୨୦୦୦ ମସିହା ପର୍ଯ୍ୟନ୍ତ ୫ଥର ମଧ୍ୟପ୍ରଦେଶର ‌ଲୋକସେବା ଆୟୋଗର ପରୀକ୍ଷା ଦେଇଥିଲେ। କିନ୍ତୁ କିଛି ମିଥ୍ୟା ମାମଲା ସହିତ ପାରିବାରିକ ‌ବୋଝ ପାଇଁ ତାଙ୍କର ଡିଏସପି ହେବାର ସ୍ବପ୍ନକୁ ଅଧାରେ ରହିଯାଇଥିଲା।

ଅଧିକପଢ଼ନ୍ତୁ:ବାକି ରହିଗଲା ବାର୍ଥ-ଡେ: ଅଧୁରା ରହିଗଲା ସେଲିବ୍ରିଟିଙ୍କ ଜନ୍ମଦିନ, ସେଲିବ୍ରେସନ ପୂର୍ବରୁ ଚାଲିଗଲା ଜୀବନ…

ବାପାଙ୍କ ବାରଣ ପାଇଁ ସରକାରୀ ଚାକିରି ଛାଡ଼ି ଦେଇଥିଲେ ପୁଅ

ଏହାପରେ ସେ ବାପାଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ୨୦୨୫ରେ ତାଙ୍କର ପୁଲିସ କନଷ୍ଟେବଳରେ ଚୟନ ହୋଇଯାଇଥିଲା କିନ୍ତୁ ଫିଜିକାଲ ଟେଷ୍ଟ ପାଇଁ ତାଙ୍କ ବାପା ଛାଡ଼ି ନଥିଲେ। କାରଣ ତାଙ୍କର ସ୍ବପ୍ନ ଥିଲା ପୁଅ ଡିଏସପି ହେବ ।
୨୦୨୯ ଅକ୍ଟୋବର ୧୪ ତାରିଖରେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଜୈନେନ୍ଦ୍ରଙ୍କ ସମେତ ତାଙ୍କ ପରିବାରକୁ ଜେଲ ହୋଇଯାଇଥିଲା। ଜାମିନରୁ ବାହାରିବା ପରେ ଜୈନେନ୍ଦ୍ର ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବା ପାଇଁ ଜମ୍ମୁ-କଶ୍ମୀର ପଳାଇଯାଇଥିଲେ। ଏହି ସମୟରେ ଲକଡାଉନ ଘୋଷଣା ହୋଇଥିଲା। ବାଧ୍ୟ ହୋଇ ସେ ଘରକୁ ଫେରି ଆସିଥିଲେ। 

ଜେଲରୁ ମୁକୁଳିବା ପରେ ବି ପିଛା ଛାଡ଼ି ନଥିଲା ମିଥ୍ୟା ମାମଲା

୨୦୨୦ ଏପ୍ରିଲରେ ଜୈନେନ୍ଦ୍ରଙ୍କ ବାପା ଓ ମା’ଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏମିତି କି ତାଙ୍କ ଘର ଜାଳି ଦିଆଯାଇଥିଲା। ଏସବୁ ଘଟଣାରେ ପୁଲିସ ତଦନ୍ତ କରିବା ବଦଳରେ କିଛି ଧନୀଶ୍ରେଣୀ ଲୋକଙ୍କ ଚାପରେ ଓଲଟା ଜୈନେନ୍ଦ୍ରଙ୍କ ପରିବାର ବିରୋଧରେ ମାମଲା ରୁଜୁ କରି ଜେଲ ପଠାଇ ଦେଇଥିଲା। ବିନା ଦୋଷର ଜେଲ‌ ଜୀବନ କାଟିବା ପରେ ୨୦୨୧ ଜାନୁଆରି ୮ ତାରିଖରେ ଜୈନେନ୍ଦ୍ର ଓ ତାଙ୍କ ପରିବାରଙ୍କୁ ‌ଜାମନ ମିଳିଥିଲା।

ମା’କୁ କଥା ଦେଇଥିଲା ପୁଅ: ଡିଏସପି ହେଲେ ଯାଇ ଘରକୁ ଫେରିବି 

ଏହାପରେ ସେ ଯେମିତି ହେଲେ ବି ଡିଏସପି ହେବା ପାଇଁଠାଣି ନେଇଥିଲେ। ଏଥିପାଇଁ ଇ‌ନ୍ଦୋର ଯାଇ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ଏହି ସମୟରେ ବି ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ଜଣାପଡ଼ିଲା ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଛି। କାରଣ ଯେଉଁ ସମୟରେ ହତ୍ୟା ହୋଇଥିଲା ଜୈନେନ୍ଦ୍ର ସେ ସମୟରେ ହଷ୍ଟେଲରେ ଥିଲେ। ଯାହାର ସିସିଟିଭି ରେକର୍ଡକୁ ପୁଲିସ ଜବତ କରିଥିଲା।

ପରୀକ୍ଷା ସମୟରେ ମ୍ୟାଲେରିଆ ଓ ଟାଇଫଡ଼ର ହେ‌ାଇଥିଲେ ଶିକାର

ଏହାପର ଠାରୁ ଜୈନେନ୍ଦ୍ର ଆଉ ପଛକୁ ମୋଡ଼ି ଚାହିଁନାହାନ୍ତି। ଖୁବ ପରିଶ୍ରମ କରି ଏମପିପିଏସସି ୨୦୨୨ରେ ସହାୟକ ସଞ୍ଚାଚଳକ ପଦ ହାସଲ କରିଥିଲେ। ଏମପିପିଏସସି ୨୦୨୩ରେ ମୁଖ୍ୟ ପରୀକ୍ଷା ସମୟରେ ଜୈନେନ୍ଦ୍ର ଉଭୟ ମ୍ୟାଲେରିଆ ଓ ଟାଇଫଡର ଶିକାର ହୋଇଥିଲେ। ତଥାପି ହାରି ନଥି‌ଲେ ‌ସେ। ୨୦୨୪ରେ ସେ ଦିନରାତି ଏକ କରି ମଧ୍ୟପ୍ରଦେଶର ‌ଲୋକସେବା ଆୟୋଗ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। 

ଦୀର୍ଘଦିନ ପରେ ବାପା ଓ ପୁଅଙ୍କ ସ୍ବପ୍ନ ହେଲା ପୂରା

୨୦୨୫ ଡିସେମ୍ବର ୭ ତାରିଖ ଥିଲା ଜୈନେନ୍ଦ୍ରଙ୍କ ପାଇଁ ଖୁବ ଖୁସିର ଦିନ। ଯେଉଁଦିନକୁ ତାଙ୍କ ବାପାଙ୍କ ସମେତ ସେ ଅନେକ ବର୍ଷରୁ ଅପେକ୍ଷା କରି ରହିଥିଲେ। ବାହାରିଲା ମଧ୍ୟପ୍ରଦେଶର ‌ଲୋକସେବା ଆୟୋଗର ଫଳାଫଳ। ଉତ୍ତୀର୍ଣ୍ଣ ହୋଇଥିବା ଖବର ପାଇଲେ ଜୈନେନ୍ଦ୍ର। ବାପାଙ୍କୁ ଫୋନ ଲଗାଇ କହିଲେ, ‘ବାପା ଆମ ସ୍ବପ୍ନ ପୂରା ହୋଇଛି। ତୁମ ପୁଅ ଡିଏସପି ହୋଇଯାଇଛି।’

ଅଧିକପଢ଼ନ୍ତୁ:ମୋ ସହ ଲାଗିଲେ ବିଜେପିର ମୂଳଦୁଆ ଦୋହଲାଇ ଦେବି: ମମତା ବାନାର୍ଜୀ