ଭୁବନେଶ୍ବର: ଜଣେ ବଲିଉଡର ଭେଟେରାନ୍ ଅଭିନେତା ଆଉ ଜଣେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ । ଦୁହେଁ ନିଜ ନିଜ ସ୍ଥାନରେ ବେଶ୍ ପ୍ରତିଷ୍ଠିତ, ଜଣାଶୁଣା ଏବଂ ଲୋକାଦ୍ରୁତ । ଦୁହିଁଙ୍କର କୋଟି କୋଟି ପ୍ରଶଂସକ । ଜଣେ ହିନ୍ଦୀ ସିନେମାର ହି-ମ୍ୟାନ୍ ଭାବେ ପରିଚିତ ଆଉ ଜଣେ ସ୍ବର ସାଗର ହ୍ୟୁମାନ । ଯେଉଁମାନେ ଏବେ ଏବେ ଦେହ ଛାଡି ସେପାରିକୁ ଚାଲିଯାଇଛନ୍ତି । ଦୁହେଁ କଳାକୁ ନେଇ ଦୁଇଟି ଅଲଗା ଅଲଗା ବିଭାଗର ହୋଇଥିବା ବେଳେ ସିନେମା-ସଂଗୀତ ଯାତ୍ରାରେ ଦୁହେଁ ଥିଲେ ସିଦ୍ଧହସ୍ତ । ବୟସରେ ସେମାନଙ୍କ ତାରତମ୍ୟ ଅନେକ ଥିବା ବେଳେ ମୃତ୍ୟୁ ଏବଂ ଜନ୍ମଦିନକୁ ନେଇ ଦୁହିଁଙ୍କ ଭିତରେ ସଂଯୋଗଟିଏ ରହିଛି । ହ୍ୟୁମାନ ହୁଅନ୍ତୁ କି ହି-ମ୍ୟାନ୍ ଦୁହେଁ ଜନ୍ମଦିନ ଆଗରୁ ହିଁ ଜୀବନକୁ କହିଛନ୍ତି ଅଲବିଦା । ଆଉ କୋଟି କୋଟି ପ୍ରଶଂସକଙ୍କୁ କନ୍ଦାଇ ସେପାରିକୁ ଚାଲି ଯାଇଛନ୍ତି ।

Advertisment
dimond
dimond Photograph: (sambad.in)

ଆଜି ହ୍ୟୁମାନଙ୍କ ଜନ୍ମଦିନ

୧୯୯୦ ନଭେମ୍ବର ୨୫ । ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଜନ୍ମଦିନ । ସେ ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୭ ନଭେମ୍ବର ୨୦୨୫ରେ ତାଙ୍କର ଦେହାନ୍ତ ହୋଇଛି ।  ଆଜି ତାଙ୍କର ଜନ୍ମଦିନ, ହୁଏତ ସେ ଆଜି ଜୀବିତ ଥିଲେ ତାଙ୍କ ବାର୍ଥଡେ ତାଙ୍କ ପ୍ରଶଂସକମାନେ ଧୁମଧାମରେ ପାଳିଥାନ୍ତେ । ସବୁ ଷ୍ଟୁଡିଓରେ ତାଙ୍କ ପାଇଁ କେକ୍ କଟା ହୋଇଥାନ୍ତା । ତାଙ୍କୁ ଦୀର୍ଘ ସଂଗୀତ ଯାତ୍ରା ଏବଂ ତାଙ୍କ ଦୀର୍ଘ ଜୀବନ ପାଇଁ ଶୁଭେଚ୍ଛାର ସୁଅ ସହ ଆଶୀର୍ବାଦ ଦେଇଥାନ୍ତେ ଅନେକ… ହେଲେ କିଏ ଜାଣିଥିଲା ନିଜ ଜନ୍ମଦିନ ପାଳନ ପୂର୍ବରୁ ସେ ସବୁଦିନ ପାଇଁ ଏ ସଂସାର ଛାଡ଼ି ଚାଲିଯିବେ ବୋଲି । ମୃତ୍ୟୁ ସହ ଲଢି ଲଢି ଜୀବନ ଯୁଦ୍ଧରେ ହାରିଯିବେ ବୋଲି… ଏହି ଘଟଣା ଆଜି ସମସ୍ତଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି । 

ଆହୁରି ପଢନ୍ତୁ- Human Nature is Encoded In a Handshake: ହ୍ୟାଣ୍ଡ୍‌ସେକ୍‌ ବା କରମର୍ଦ୍ଦନରେ ସଂଗୁପ୍ତ ଅଛି ମଣିଷ ସ୍ବଭାବର କିଛି ଗୂଢ଼ ରହସ୍ୟ

ଜନ୍ମଦିନର ୮ ଦିନ ପୂର୍ବରୁ ମୃତ୍ୟୁ

ଜନ୍ମ ଦିନର ମାତ୍ର ୮ ଦିନ ପୂର୍ବରୁ ଚାଲିଗଲେ ହ୍ୟୁମାନ । ୨୫ ନଭେମ୍ବର ୨୦୨୫କୁ, ଅର୍ଥାତ ଆଜିକୁ ହ୍ୟୁମାନଙ୍କୁ ୩୪ ବର୍ଷ ପୂରିଥାନ୍ତା । ହେଲେ ୧୭ ନଭେମ୍ବର ୨୦୨୫ରେ ତାଙ୍କ ଜୀବନ ଦୀପ ଲିଭିଗଲା । ମାତ୍ର ୮ ଦିନ ପରେ ତାଙ୍କୁ ୩୫ଟି ବସନ୍ତ ଛୁଇଁଥାନ୍ତା ହେଲେ ୮ ଦିନ ଆଗରୁ ଶୀତରେ ଶେଷନିଦ୍ରା ଗଲେ ସ୍ବର ଜଗତର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । 

Dharmendra passed away
Dharmendra passed away Photograph: (sambad.in)

ଆହୁରି ପଢନ୍ତୁ-Mamata Banerjee Target BJP: ମୋ ସହ ଲାଗିଲେ ବିଜେପିର ମୂଳଦୁଆ ଦୋହଲାଇ ଦେବି: ମମତା ବାନାର୍ଜୀ

୧୪ ଦିନ ପରେ ହି-ମ୍ୟାନଙ୍କୁ ଛୁଇଁଥାନ୍ତା ୯୦

୮ ଡିସେମ୍ବର ୧୯୩୫ । ଏ ତାରିଖକୁ ମନେରଖିଛି ଭାରତ । ଆଉ ୮ ଡିସେମ୍ବରକୁ ଧୁମଧାମରେ ସେଲିବ୍ରେଟ୍ କରନ୍ତି ସିନେପ୍ରେମୀ । ଧର୍ମେନ୍ଦ୍ରଙ୍କ ପ୍ରଶଂସକ । କାରଣ ୮ ଡିସେମ୍ବର ହେଉଛି ବଲିଉଡର ହି-ମ୍ୟାନ୍ ଭାବେ ପରିଚିତ ଧର୍ମେନ୍ଦ୍ରଙ୍କ ଜନ୍ମଦିନ । ଆଉ ୧୪ଟା ଦିନ ପରେ ଏହି ତାରିଖ ଆସିଥାନ୍ତା । ଆଉ ଧର୍ମେନ୍ଦ୍ର ଙ୍କ ଜନ୍ମଦିନ ପାଳନ ହୋଇଥାନ୍ତା । ୯୦ ବର୍ଷ ବୟସରେ ପାଦ ଦେଇଥାନ୍ତେ ବଲିଉଡର ବୀରୁ । ହେଲେ କିଏ ଜାଣିଥିଲା ତାଙ୍କୁ ୯୦ ଛୁଇଁବା ଆଗରୁ ସିଏ ଶେଷ ନିଦ୍ରାରେ ଶୋଇଯିବେ ବୋଲି । ୧୪ ଦିନ ପୂର୍ବରୁ ସେପାରିକୁ ଚାଲିଯିବେ ବୋଲି । 

Untitled-9
Dharmendra Passed Away Photograph: (sambad.in)

ଅଧା ରହିଗଲା ଜନ୍ମଦିନ

୮୯ ବର୍ଷ ବୟସରେ ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ତାଙ୍କ ୯୦ ବର୍ଷ ଛୁଇଁବାକୁ ନେଇ ଆଉ ବାକିଥିବା ୧୪ ଦିନକୁ ନେଇ ଚର୍ଚ୍ଚା ହେଉଛି । ଜନ୍ମଦିନରେ ତାଙ୍କ ପାଇଁ କେକ୍ କଟା ହୋଇଥାନ୍ତା ହେଲେ ଜନ୍ମଦିନ ପୂର୍ବରୁ ତାଙ୍କର କୋକେଇ ଉଠିଛି । ଯାହା ପରେ ସାରା ଅଭିନୟ ଜଗତ ସ୍ତବ୍ଧ । ବଲିଉଡରେ ଅତି ଦୁଃଖ ଖବର ସମସ୍ତଙ୍କ ଆଖି ଭିଜାଇଛି। ବଲିଉଡର ଷ୍ଟଣ୍ଟ ହିରୋ ଧର୍ମେନ୍ଦ୍ର ଆଉ ନାହାନ୍ତି । ୮୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଅଫେରା ରାଇଜକୁ ଚାଲିଯାଇଛନ୍ତି । ତାଙ୍କ ନିଧନରେ ତାଙ୍କ ପ୍ରଶଂସକଙ୍କ ମନରେ ଏବେ ଅନେକ ସ୍ମୃତି ।