ଭାରତ ଗସ୍ତରେ କତରର ଅମୀର, ଏୟାରପୋର୍ଟରେ ସ୍ବାଗତ ଜଣାଇଲେ ମୋଦୀ

କତରର ଅମୀର ଶେଖ୍ ତମିମ୍ ବିନ୍ ହମାଦ ଅଲ୍ ଥାନି ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି।  ସୋମବାର ସନ୍ଧ୍ୟାରେ ଦିଲ୍ଲୀ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ଅମୀର ଅଲ୍ ଥାନିଙ୍କୁ ସ୍ୱାଗତ କରିଥିଲେ।

qatar

ନୂଆଦିଲ୍ଲୀ: କତରର ଅମୀର ଶେଖ୍ ତମିମ୍ ବିନ୍ ହମାଦ ଅଲ୍ ଥାନି ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି।  ସୋମବାର ସନ୍ଧ୍ୟାରେ ଦିଲ୍ଲୀ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ଅମୀର ଅଲ୍ ଥାନିଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ ।

ନିଜର ଭାରତ ଗସ୍ତ ସମୟରେ ଅଲ୍ ଥାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ ଅମୀରଙ୍କ ଗସ୍ତ ଆମର ବଢୁଥିବା ବହୁମୁଖୀ ଭାଗିଦାରୀକୁ ଆହୁରି ତ୍ୱରାନ୍ୱିତ କରିବ ।

ଗତ ବର୍ଷ ୮ ଜଣ ପୂର୍ବତନ ନାବିକଙ୍କ ଫାଶୀ ଦଣ୍ଡାଦେଶକୁ କତାର କୋର୍ଟ ଜେଲରେ ପରିଣତ କରିବା ପରେ ଏହି ସମସ୍ତ ନାବିକ ଭାରତ ଫେରି ଆସିଥିଲେ। ଗୁଇନ୍ଦାଗିରି ଅଭିଯୋଗରେ ପୂର୍ବତନ ସୈନିକଙ୍କ ମୃତ୍ୟୁ ଦଣ୍ଡାଦେଶ ଘୋଷଣା ହେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କତାରର ଅମୀରଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ହୋଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ଅମୀରଙ୍କଠାରୁ ଭାରତୀୟଙ୍କ ହାଲଚାଲ ପଚାରି ବୁଝିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe