ଦୋହା: ଉପସାଗରୀୟ ଅଞ୍ଚଳରେ ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣକୁ ନେଇ କତାରର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲରହମାନ ଅଲ ଥାନି କଡ଼ା ସମାଲୋଚନା କରିବା ସହିତ ନିନ୍ଦା କରିଛନ୍ତି। ଏହି ଅଞ୍ଚଳର ଦେଶଗୁଡ଼ିକୁ ଟାର୍ଗେଟ କରି ଇରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ପ୍ରତି ବିଶ୍ୱାସଘାତକତା କରିଥିବା ସେ ଅଭିଯୋଗ କରିଛନ୍ତି। ଏହା ମଧ୍ୟପ୍ରାଚ୍ୟକୁ ଅସ୍ଥିର କରିବା ଏବଂ ବିଶ୍ୱରେ ଆର୍ଥିକ ବିପର୍ଯ୍ୟୟ ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ଚେତାବନୀ ଦେଇଛନ୍ତି। କତାର ବାରମ୍ବାର ଆକ୍ରମଣର ଶିକାର ହେବା ପରେ ତାଙ୍କର ପ୍ରଥମ ଗଣମାଧ୍ୟମ ମନ୍ତବ୍ୟରେ ଆଲ ଥାନି ଉପସାଗରୀୟ ଦେଶଗୁଡ଼ିକ ଉପରେ ଇରାନର ଆକ୍ରମଣକୁ ଏକ ବିପଜ୍ଜନକ ଭୁଲ୍ ଆକଳନ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ସମସ୍ତ ପକ୍ଷଙ୍କୁ ସାମରିକ ଉତ୍ତେଜନାରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି।

Advertisment

ଯୁଦ୍ଧ ଆରମ୍ଭ ହେବାର ମାତ୍ର ଗୋଟିଏ ଘଣ୍ଟା ପରେ, କତାର ଏବଂ ଅନ୍ୟାନ୍ୟ ଉପସାଗରୀୟ ଦେଶଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିଲା। ଆମେ ସ୍ପଷ୍ଟ କରିଦେଇଥିଲୁ ଯେ, ଆମେ ଆମର ପଡ଼ୋଶୀଙ୍କ ବିରୋଧରେ କୌଣସି ଯୁଦ୍ଧରେ ଅଂଶଗ୍ରହଣ କରିବୁ ନାହିଁ। ଦେଶ ଏକ ଅତ୍ୟନ୍ତ କଷ୍ଟକର ସ୍ଥିତି ଦେଇ ଗତି କରୁଛି। କିନ୍ତୁ ଜାରି ରହିଥିବା ଆକ୍ରମଣ ମଧ୍ୟରେ ଦେଶର ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀର କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: Iran Conflicts: ବୁନ୍ଦାଏ ପଡ଼ିଲେ ସମ୍ପୂର୍ଣ୍ଣ ଶରୀର ପଚିଯିବା ଆଶଙ୍କା, ଲୋକେ ଆତଙ୍କିତ

ଉପସାଗରୀୟ ଦେଶଗୁଡ଼ିକ ଉପରେ ହୋଇଥିବା ଆକ୍ରମଣ ନେଇ ସେ କହିଛନ୍ତି ଆମେ ଆମ ପଡ଼ୋଶୀଠାରୁ ଏହା କେବେ ଆଶା କରିନଥିଲୁ। ଆମେ ସବୁବେଳେ ଇରାନ ସହିତ ଏକ ଭଲ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରିଛୁ। ଇରାନର ଆକ୍ରମଣ କେବଳ ସାମରିକ ଲକ୍ଷ୍ୟସ୍ଥଳ ଉପରେ ରଖାଯାଇଥିଲା ଦାବିକୁ ଆଲ ଥାନି ବିରୋଧ କରିଛନ୍ତି। ପଚିଶ ପ୍ରତିଶତ ଆକ୍ରମଣ ସାଧାରଣ ନାଗରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି କରାଯାଉଛି। ଏହାର ଯୁଦ୍ଧ ସହିତ କ''''ଣ ସମ୍ପର୍କ ଅଛି? ସେମାନେ କ’ଣ ହାସଲ କରିବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସାମରିକ କାର୍ଯ୍ୟକଳାପ ସଙ୍କଟକୁ ଆହୁରି ଗମ୍ଭୀର କରିବ। ଏନେଇ କୂଟନୈତିକ ସମ୍ପର୍କ ଜରୁରୀ ରହିଛି। ଆମେ ଉତ୍ତେଜନା ହ୍ରାସ କରିବାକୁ ଚେଷ୍ଟା ଜାରି ରଖିଛୁ। କିନ୍ତୁ ସେମାନେ ଆମର ପଡ଼ୋଶୀ। ଏହା ଆମର ଭାଗ୍ୟର ବିଡ଼ମ୍ବନା। ଆଞ୍ଚଳିକ ଉତ୍ତେଜନା ପଶ୍ଚିମ ଏସିଆ ବାହାରେ ସଙ୍କଟଜନକ ପରିଣାମ ଆଣିପାରେ। ଆକ୍ରମଣ ସବୁକିଛି ନଷ୍ଟ କରିଦେଇଛି। ତେବେ ଆଲୋଚନା ଦ୍ବାରା ଏହାର ସମାଧାନ ସମ୍ଭବ ବୋଲି ସେ କହିଛନ୍ତି।