ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଜାରି ରହିଲେ ଅଶୋଧିତ ତୈଳ ବଜାରରେ ନିଆଁ ଲାଗିଯିବ। ତେଲର ବ୍ୟାରେଲ ପିଛା ଦାମ୍ ୧୫୦ ଡଲାରରୁ ଅଧିକ ହୋଇଯିବ ବୋଲି କତର ଚେତାବନୀ ଦେଇଛି। କତରର ଶକ୍ତି ମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଯୁଦ୍ଧ ଲାଗିରହିଲେ ତେଲ ଉତ୍ପାଦନ ବନ୍ଦ କରିବାକୁ ଦେଶଗୁଡ଼ିକ ବାଧ୍ୟ ହେବ। ତାହା ସାରା ବିଶ୍ବ ପାଇଁ ଏକ ଶକ୍ତ ଧକ୍କା ହେବ। ଏହାର ପ୍ରଭାବରେ ତେଲ ମହଙ୍ଗା ହେବା ଆଶଙ୍କା ରହିଛି। ସେ ଗୁରୁତ୍ବପୂର୍ଣ୍ଣ ହରମୁଜ୍ ପ୍ରଣାଳୀ ସମ୍ପର୍କରେ କହିଛନ୍ତି ଯେ ଯଦି ଏହି ପଥ ଦେଇ ସାମୁଦ୍ରିକ ପରିବହନ ବାଧାପ୍ରାପ୍ତ ହେବ ତେବେ ଦୁଇରୁ ତିନି ସପ୍ତାହ ଭିତରେ ଅଶୋଧିତ ତୈଳ ମୂଲ୍ୟ ୧୫୦ ଡଲାର ଅତିକ୍ରମ କରିବ।
ଯୁଦ୍ଧ ବନ୍ଦ ନ ହେଲେ ମଧ୍ୟପ୍ରାଚ୍ୟର ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ଫୋର୍ସ ମାଜିୟୁର ଘୋଷଣା କରିବେ ଓ ତେଲ ଯୋଗାଣ ସ୍ଥଗିତ ରଖିବାକୁ ବାଧ୍ୟ ହେବେ। ତୈଳ ଦର ବଢ଼ିଲେ ତାହା ବିଶ୍ବ ଅର୍ଥନୀତିକୁ ତଳକୁ ଟାଣିବ। ସାରା ବିଶ୍ବର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ପ୍ରଭାବିତ ହେବ। ଉପସାଗରୀୟ ଦେଶଗୁଡ଼ିକ ପେଟ୍ରୋକେମିକାଲ୍ ଓ ସାରରେ ବ୍ୟବହାର କରାଯାଉଥିବା ଉପାଦାନ ବିପୁଳ ପରିମାଣରେ ଯୋଗାଇଥାନ୍ତି। ଯଦି ସେହି ସବୁ ସାମଗ୍ରୀ ଅନ୍ୟ ଦେଶରେ ପହଞ୍ଚିବାରେ ଅସୁବିଧା ହେବ ତେବେ ବିଶ୍ବବ୍ୟାପୀ କାରଖାନାଗୁଡ଼ିକରେ ଉତ୍ପାଦନ କମିଯିବ।
ଅଧିକପଢ଼ନ୍ତୁ:ରୁଷ ତେଲ କ୍ରୟ ପାଇଁ ଅନୁମତି ଦେଲା ଆମେରିକା
ନିକଟରେ ଇରାନର ଡ୍ରୋନ ଆକ୍ରମଣ ପରେ କତର ଏହାର ତରଳୀକୃତ ପ୍ରାକୃତିକ ଗ୍ୟାସ୍ (ଏଲ୍ଏନ୍ଜି)ର ସର୍ବବୃହତ୍ କାରଖାନା ରାସ୍ ଲାଫାନକୁ ବନ୍ଦ କରିଦେଇଛି। କତର ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ ଉତ୍ପାଦନକାରୀ ଦେଶ। ଇରାନ ଆକ୍ରମଣ ଦ୍ବାରା କେତେ କ୍ଷତି ହୋଇଛି ତାହାକୁ ବର୍ତ୍ତମାନ ଆକଳନ କରାଯାଉଛି। ମରାମତି ପାଇଁ କେତେ ସମୟ ଲାଗି ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବାକାବି କହିଛନ୍ତି। ଯଦି କୌଣସି ସମୟରେ ଯୁଦ୍ଧ ବନ୍ଦ ହୋଇଯାଏ ତେବେବି ଯୋଗାଣ ସ୍ବାଭାବିକ ହେବା ଲାଗି ଏକ ମାସରୁ ଅଧିକ ସମୟ ଲାଗିଯିବ ବୋଲି ସେ କହିଛନ୍ତି।
ଯୁଦ୍ଧ ପ୍ରଭାବରେ ପ୍ରାକୃତିକ ଗ୍ୟାସ୍ ବି ମହଙ୍ଗା ହେବ
ବିଶ୍ବର ଏକ ପଞ୍ଚମାଂଶ ତୈଳ ଓ ଗ୍ୟାସ୍ ହରମୁଜ୍ ପ୍ରଣାଳୀ ଦେଇ ପରିବହନ ହୋଇଥାଏ। ଏହା ହେଉଛି ଏକ ସଂକୀର୍ଣ୍ଣ ସାମୁଦ୍ରିକ ପଥ ଯାହା ପାରସ୍ୟ ଉପସାଗରକୁ ଅନ୍ତର୍ଜାତୀୟ ଜାହାଜ ଜଳପଥ ସହ ଯୋଡ଼ୁଛି। କାବି ଏହା ମଧ୍ୟ ଚେତାଇ ଦେଇଛନ୍ତି ଯେ ଯୁଦ୍ଧ ପ୍ରଭାବରେ ପ୍ରାକୃତିକ ଗ୍ୟାସ୍ ବି ମହଙ୍ଗା ହେବ। ଏହାର ଏମ୍ଏମ୍ବିଟିୟୁ ପିଛା ଦାମ୍ ୪୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ଯାହା ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ୧୦ ଡଲାର ପାଖାପାଖି ରହିଥିଲା। ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ କରିବା ପରେ ହରମୁଜ୍ ପ୍ରଣାଳୀ ଦେଇ ପରିବହନ ଯଥେଷ୍ଟ ହ୍ରାସ ପାଇଛି। ଅତିକମ୍ରେ ୧୦ଟି ଜାହାଜ ପ୍ରଭାବିତ ହୋଇଛି। ସାମୁଦ୍ରିକ ପରିବହନ ବୀମା ମୂଲ୍ୟ ବଢ଼ିଛି ଓ ଜାହାଜ କମ୍ପାନିଗୁଡ଼ିକ ଏହି ପଥ ଦେଇ ନିଜ ଜାହାଜ ପଠାଇବାକୁ ଚାହୁନାହାନ୍ତି।
ଅଧିକପଢ଼ନ୍ତୁ:ଇରାନୀ ନାବିକଙ୍କୁ ସୁରକ୍ଷା ଦେଇ ସ୍ୱାଧୀନ ବୈଦେଶିକ ନୀତିର ପରିଚୟ ଦେଲେ ଦିସାନାୟକେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/06/8898b5f4-d939-45e0-b61f-5e64ff7df49b-2026-03-06-18-59-01.jpg)