ମଝି ଆକାଶରେ ଖରାପ ହୋଇଗଲା ବିମାନ ଏସି; ଅସହ୍ୟ ଗରମରେ ଆଉଟପାଉଟ ହୋଇ ଅଚେତ ହୋଇପଡ଼ିଲେ ଯାତ୍ରୀ

Advertisment
ମଝି ଆକାଶରେ ଖରାପ ହୋଇଗଲା ବିମାନ ଏସି; ଅସହ୍ୟ ଗରମରେ ଆଉଟପାଉଟ ହୋଇ ଅଚେତ ହୋଇପଡ଼ିଲେ ଯାତ୍ରୀ

ନୂଆଦିଲ୍ଲୀ: ସମୟସମୟ ବିମାନ ଭିତରେ ‌ଯାତ୍ରୀଙ୍କ ଅଦ୍ଭୁତ କାରନାମା ସବୁ ସାମ୍ନାକୁ ଆସିଥାଏ। କେତେବେଳେ ଯାତ୍ରୀ ମଦ ପିଇ ହଙ୍ଗାମା କଲେଣି ତ ଆଉ କେତେବେଳେ ବସି ଥିବା ସିଟରେ ପରିସ୍ରା କଲେଣି ତ ପୁଣି କେତେବେଳେ ସହଯାତ୍ରୀଙ୍କୁ ଅସଦାଚଣ କରିବା ନେଇ ଅଭିଯୋଗ ହୋଇଥାଏ।

ନିକଟ‌ରେ  ଗ୍ରୀସର କତର ଏୟାରୱେଜ ବିମାନ ଭିତରର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ବିମାନ ଭିତରେ କିଛି ଯାତ୍ରୀ ‌ପୋଷାକ ଖୋଲି ବସିଥିବା ‌ଦେଖିବାକୁ ମିଳୁଛି। ଆପଣମାନେ ଏହି ଭିଡିଓ ଦେଖି ଭ‌ାବୁଥିବେ ଯାତ୍ରୀମାନେ ବିମାନ ଭି୍ତ‌ରେ କେଉଁ କାରଣ ପାଇଁ ପୋଷାକ ଖୋଲି ବସିଛନ୍ତି।

ଏହି ଘଟଣାକୁ ନେଇ କତର ଏୟାରୱେଜରେ ଯାତ୍ରା କରୁଥିବା ଯାତ୍ରୀମ‌ାନେ କହିଛନ୍ତି, ‘ମଝି ଆକାଶରେ ବିମାନ ଥିବା ବେଳେ ହଠାତ ବିମାନର ଏସି ଖରାପ ହୋଇଯାଇଥିଲା। ଏହି କାରଣରୁ କିଛି ଯାତ୍ରୀ ଅଚେତ ହୋଇପଡ଼ିବା ସହିତ ଆଉ କିଛିଙ୍କ ଶରୀରରୁ ଜଳୀୟଅଂଶ କମିଯାଇଥିଲା। ଯେଉଁ କାରଣରୁ ସେମାନେ ଅସୁସ୍ଥତା  ଅନୁଭବ କରିଥିଲେ। ଗରମରୁ ରକ୍ଷା ପାଇବା ପାଇଁ ଯାତ୍ରୀମାନେ ଆଉ କୌଣସି ଉପାୟ ନପାଇ ପୋଷାକ ଖୋଲି ଦେଇଥିଲେ।

ତିନିଘଣ୍ଟା ପରେ ବିମାନରୁ ଯାତ୍ରୀମାନେ ଝାଳନାଳ ହୋଇ ଓହ୍ଲାଇଥିଲେ। ତ୍ରୁଟିର ସମାଧାନ ପରେ ବିମାନଟି ୧୬ଘଣ୍ଟା ବିଳମ୍ବରେ ଦୋହା ପହଞ୍ଚିଥିଲା। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe