ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ସମୃଦ୍ଧ ଏବଂ ସ୍ଥିରତା ଆଣିଛି କ୍ବାଡ୍‌: ଟୋକିଓ ସମ୍ମିଳନୀରେ କହିଲେ ମୋଦୀ

Advertisment
ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ସମୃଦ୍ଧ ଏବଂ ସ୍ଥିରତା ଆଣିଛି କ୍ବାଡ୍‌: ଟୋକିଓ ସମ୍ମିଳନୀରେ କହିଲେ ମୋଦୀ

Navbharat Times

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନଆ ଜାପାନ ଗସ୍ତରେ ଯାଇ କ୍ବାଡ୍‌ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଟୋକିଓରେ ହେଉଥିବା ଏହି ସମ୍ମିଳନୀରେ ମୋଦୀଙ୍କ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ଶୀର୍ଷ ନେତୃବୃନ୍ଦ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ତ‌ାଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି କି କ୍ବାଡ୍‌ ଶ୍ବଳ୍ପ ସମୟ ମଧ୍ୟରେ ବିଶ୍ବ ମଞ୍ଚରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି।

ଏହାଛଡ଼ା ସେ ଆହୁରି ବି କହିଛନ୍ତି ଯେ ସଦସ୍ୟ ଦେଶଗୁଡ଼ିକ ଟିକା ବିତରଣରୁ ନେଇ, ଜଳବାୟୁ କାର୍ଯ୍ୟ, ଯୋଗାଣ, ବିପର୍ଯ୍ୟାୟ ପରିଚାଳନା, ଅର୍ଥନୈତିକ ସହଯୋଗ ପରି ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ସମନ୍ବୟ ରକ୍ଷ‌ା କରିଛନ୍ତି। ଏହି କ୍ବାଡ୍‌ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ସମୃଦ୍ଧ ଏବଂ ସ୍ଥିରତା ନିଶ୍ଚିତ କରିଛି।

ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଜାପାନ୍‌ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନେସ୍‌ ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଗତକାଲି ମୋଦୀ ଜାପାନ୍‌ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଟୋକିଓ ହୋଟେଲ୍‌ ବାହାରେ ସ୍ବାଗତ କରିବା ପାଇଁ ଅପେକ୍ଷା କରିଥିବା ଶିଶୁମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ। ପିଲାମାନଙ୍କ ସହ କଥା ହେବା ସମୟ‌ରେ ମୋଦୀ ଜଣେ କୁନି ଝିଅର ଡ୍ରଇଂ ଦେଖିଥିଲେ ଏବଂ ତାଙ୍କ ପାଇଁ ଏକ ଅଟୋଗ୍ରାଫ୍‌ ସାଇନ୍‌ କରିଥିଲେ। ଏହାପରେ ମୋଦୀ ଭାରତର ଜାତୀୟ ପତାକା ଆଙ୍କିଥିବା ଜଣେ ବାଳକଙ୍କ ସହ କଥା ହୋଇଥିଲେ। ଉକ୍ତ ବାଳକ ହିନ୍ଦୀରେ ଖୁବ୍‌ ପ୍ରାଞ୍ଜଳ ଭାବେ କଥା ‌ହେଉଥିବାରୁ ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ। ହିନ୍ଦୀ ସେ କେଉଁଠାରୁ ଶିଖିଲେ ବୋଲି ମୋଦୀ ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe