କ୍ବାଡ୍‌ ସମ୍ମିଳନୀ: ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳର ସୁରକ୍ଷାକୁ ଗୁରୁତ୍ବ

Advertisment
‘ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କ୍ବାଡ୍‌ ଦେଶଗୁଡ଼ିକ ସକ୍ରିୟ ହୋଇଛନ୍ତି‘

India Today

ୱାସିଂଟନ : ବିଶ୍ବର ୪ଟି ପ୍ରମୁଖ ଦେଶ ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆର ଶୀର୍ଷ ନେତାଙ୍କୁ ନେଇ ଆମେରିକାର ହ୍ବାଇଟ ହାଉସ୍‌ ପରିସରେ କ୍ବାଡ୍‌ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ହ୍ବାଇଟ୍‌ ହାଉସ୍‌ର ଇଷ୍ଟ ରୁମ୍‌ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇ‌ଡେନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ଯୋଗଦେଇ ବିଭିନ୍ନ ପ୍ରସ‌ଙ୍ଗରେ ଆଲୋଚନା କରିଛନ୍ତି। ଏହା କ୍ବାଡ୍‌ ନେତାମାନଙ୍କ ପ୍ରତ୍ୟକ୍ଷ ବୈଠକ।

ବୈଠକରେ କ୍ବାଡ୍‌ ଫେଲୋସିପ୍ ନେଇ ଘୋଷଣା ହୋଇଛି। ଏଥିସହିତ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବାଇଡେନ କହିଛନ୍ତି। ବୈଠକରେ ‌ମୋଦୀ କହିଛନ୍ତି, ୨୦୦୪ ସୁନାମୀ ସମୟରେ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ପରସ୍ପରକୁ ସହଯୋଗ ପାଇଁ ୪ଟି ଦେଶ ଏକାଠି ହୋଇଥିଲେ। ଏହା ପରେ ପ୍ରଥମ ଥର ପାଇଁ ଏହି ୪ଟି ଦେଶ ଏବେ ମିଳିତ ହୋଇଛନ୍ତି। ବିଶ୍ବ ବର୍ତ୍ତମାନ କରୋନା ମହାମାରୀ ବିରୋଧରେ ସଂଗ୍ରାମ ଜାରି ରଖିଥିବାବେଳେ ଆମେ ଏଠାରେ ପୁଣି ଥରେ ମାନବ ସମାଜର ମଙ୍ଗଳ ପାଇଁ ଏକାଠି ହୋଇଛୁ ବୋଲି ମୋଦୀ କହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳକୁ ମୁକ୍ତ ରଖିବା ସହିତ ଟିକା ଯୋଗାଣ ଉପରେ ବାଇଡେନ ସମ୍ମିଳନୀରେ ଗୁରୁତ୍ବା‌ରୋପ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe