Image Courtesy of India Today
ନୂଆଦିଲ୍ଲୀ : ଆସନ୍ତା ମେ’ ୨୪ରେ ଟୋକିଓରେ ଅନୁଷ୍ଠିତ ହେବାକୁ ତୃତୀୟ କ୍ବାଡ୍ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ ତାରିଖ ଜାପାନ ଗସ୍ତ କରିବେ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ମଧ୍ୟ ଯୋଗ ଦେବେ। ଏହା ବ୍ୟତୀତ ମୋଦୀ ବାଇଡେନ୍ ଏବଂ ସ୍କଟ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ତଥା ଅନ୍ୟ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଏହା ଏକ ଉତ୍ତମ ସୁଯୋଗ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି।
Follow Us