Image Courtesy of Free Press Journal
ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଜାପାନ ଗସ୍ତ ନିମନ୍ତେ ଶୁକ୍ରବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଜାପାନୀ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓଙ୍କ ନିମନ୍ତ୍ରଣ ଗ୍ରହଣ କରିବାରୁ ମେ ମାସରେ ଟୋକିଓରେ ‘କ୍ବାଡ୍’ ଶିଖର ସମ୍ମଳନୀ ହେବ ଆଶା କରାଯାଉଛି। ଏଥିରେ ଅବାଧ ଓ ମୁକ୍ତ ଇଣ୍ଡୋ-ପେସିଫିକ୍, କୋଭିଡ୍-୧୯ ମୁକାବିଲା, ଜଳବାୟୁ, କ୍ଲିନ୍ ଏନର୍ଜି ଏବଂ ଭିତ୍ତିଭୂମି ଭଳି ଆଜେଣ୍ଡା ରହିଛି।
ଶେଷ ଥର ପାଇଁ ୨୦୨୧ ସେପ୍ଟେମ୍ବର ୨୪ ତାରିଖ ଦିନ ୱାସିଂଟନ୍ରେ ‘କ୍ବାଡ୍’ ଶିଖର ସମ୍ମଳନୀ ଆୟୋଜିତ ହୋଇଥିଲା। ଏଥିରେ ସଦସ୍ୟ ରାଷ୍ଟ୍ରନେତାମାନେ କରୋନାଭାଇରସ୍ ମହାମାରୀ ବିରୋଧୀ ସଂଗ୍ରାମ, ଆର୍ଥିକ ସୁଧାର, ଭିତ୍ତିଭୂମି ପ୍ରକଳ୍ପ, ଜଳବାୟୁ ପରିବର୍ତ୍ତନ, ମହାଶୂନ୍ୟ ଏବଂ ସାଇବର୍ସ୍ପେସ୍ ସହଯୋଗ ଓ ଶିକ୍ଷାର୍ଥୀ ଆଦାନପ୍ରଦାନ ପ୍ରସଙ୍ଗ ଆଲୋଚନା କରିଥିଲେ।
Image Courtesy of The Times of Indiaଆଗାମୀ ‘କ୍ବାଡ୍’ ସମ୍ମିଳନୀ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ‘କ୍ବାଡ୍’ ଶିଖର ସମ୍ମିଳନୀ ହେବ ବୋଲି ଘୋଷଣା କରାଯାଇଛି। କିନ୍ତୁ, ମେ ମାସରେ ଅଷ୍ଟ୍ରେଲିଆରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଯାଇ ତାହା ଆୟୋଜନ କରାଯିବ। ସମସ୍ତଙ୍କ ପାଇଁ ସୁବିଧାଜନକ ତାରିଖ ଚୂଡ଼ାନ୍ତ ହେବା ପରେ ଜାପାନ ଔପଚାରିକ ନିମନ୍ତ୍ରଣ ପଠାଇବ। ସମ୍ମଳନୀ ଆଜେଣ୍ଡାର ରୂପରେଖ ଦେବା ପାଇଁ ‘କ୍ବାଡ୍’ ବୈଦେଶିକ ମନ୍ତ୍ରୀ ଏବଂ ଅମଲାମାନେ ବୈଠକରେ ଏକତ୍ର ହେବେ।
Follow Us