ରାଣୀ ଏଲିଜାବେଥ ଶେ‌ଷ ଜୀବନରେ କ୍ୟାନସର ସହ ଲଢ଼ୁଥିଲେ, ନୂତନ ଜୀବନୀ ପୁସ୍ତକରେ ଦାବି

Advertisment
ରାଣୀ ଏଲିଜାବେଥ ଶେ‌ଷ ଜୀବନରେ କ୍ୟାନସର ସହ ଲଢ଼ୁଥିଲେ, ନୂତନ ଜୀବନୀ ପୁସ୍ତକରେ ଦାବି

ଲଣ୍ଡନ : ରାଣୀ ଏଲିଜାବେଥ-୨ୟ ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁବରଣ କଲେ ବୋଲି ସରକାରୀ ଭାବେ କୁହାଯାଇଥିଲେ ମଧ୍ୟ ତାଙ୍କର ଏକ ପ୍ରକାଶିତ ହେବାକୁ ଯାଉଥିବା ନୂତନ ଜୀବନୀ ପୁସ୍ତକରେ ଜୀବନର ଶେଷ କିଛି ମାସ ସେ କ୍ୟାନସର ସହ ଲଢ଼ୁଥିଲେ ବୋଲି ଦାବି କରାଯାଇଛି।

ରାଜକୁମାର ଫିଲିପଙ୍କ ବନ୍ଧୁ ଗାଇଲସ ବ୍ରାଣ୍ଡ୍ରେଥ୍‌ ଲେଖିଥିବା ରାଣୀଙ୍କ ଜୀବନୀ ପୁସ୍ତକଟି ଅଳ୍ପଦିନ ଭିତରେ ପ୍ରକାଶ ପାଇବାକୁ ଯାଉଥିବା ବେଳେ ଏହି ପୁସ୍ତକରେ ବ୍ରାଣ୍ଡ୍ରେଥ୍‌ ଦାବି କରିଛନ୍ତି ଯେ ରାଣୀ ଜୀବନର ଶେଷ କିଛି ମାସ କ୍ୟାନସର ରୋଗ ଭୋଗୁଥିଲେ। ବାର୍ଦ୍ଧକ୍ୟ ସହ କ୍ୟାନସର ହେତୁ ତାଙ୍କର ମୃତ୍ୟୁ ଘଟିଲା। ରାଣୀଙ୍କୁ ଏକ ବିରଳ ମାଇଲୋମା ବା ବୋନ୍ ମାରୋ (ଅସ୍ଥିମଜ୍ଜା) କର୍କଟ ହୋଇଥିଲା। ଫଳରେ ତାଙ୍କ ଓଜନ କମିଗଲା ଓ ସେ ଚାଲବୁଲ କରିପାରିଲେ ନାହିଁ। ଶେଷରେ ଏହି ଯନ୍ତ୍ରଣାଦାୟକ ଅସ୍ଥିମଜ୍ଜା କର୍କଟ ତାଙ୍କ ମୃତ୍ୟୁର କାରଣ ହେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe