ରେଳ ଧାରଣାରେ ଫାଟ ଥିବା ଦେଖି ଦୁର୍ଘଟଣାକୁ ରୋକିବା ପାଇଁ ନାଲି ରଙ୍ଗର କପଡ଼ା ଧରି ଦ୍ରୁତଗତିରେ ଆସୁଥିବା ଟ୍ରେନ ଆଡ଼କୁ ଦୌଡ଼ିଲେ ମାଛଧରାଳି, ତା’ ପରେ...

ରେଳ ଧାରଣାରେ ଫାଟ ଥିବା ଦେଖି ଦୁର୍ଘଟଣାକୁ ରୋକିବା ପାଇଁ ନାଲି ରଙ୍ଗର କପଡ଼ା ଧରି ଦ୍ରୁତଗତିରେ ଆସୁଥିବା ଟ୍ରେନ ଆଡ଼କୁ ଦୌଡ଼ିଲେ ମାଛଧରାଳି, ତା’ ପରେ...

indiatimes.com

ଜଲପାଇଗୁଡ଼ି : ମଙ୍ଗଳବାର ପଶ୍ଚମବଙ୍ଗର ଜଲପାଇଗୁଡ଼ିରେ ଥିବା ନନ୍ଦନପୁର କେରାରପୁରା ହଲଟ୍‌ ଷ୍ଟେସନରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ହଲ୍‌ଦିବାରି-ଏନ୍‌ଜେପି ଯାତ୍ରୀବାହୀ ଟ୍ରେନ୍‌ । ସ୍ଥାନୀୟ ମାଛଧରାଳିଙ୍କ ସାହାସ ପାଇଁ ଏହା ସମ୍ଭବ ହୋଇ ପାରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ,ନନ୍ଦନପୁର କେରାରପୁରାରେ ରହୁଥିବା ଅନୁପମ ବରୁଇ ନାମକ ଜଣେ ମାଛଧରାଳି ମଙ୍ଗଳବାର ସକାଳ ୭.୩୦ ସମୟରେ ମାଛ ଧରିବାକୁ ଯାଉଥିବା ବେଳେ ରେଳ ଧାରଣାରେ ପାନଡ଼୍ରୋଲ କ୍ଲିପ(ଧାରଣାକୁ ସଂଯୋଗ କରୁଥିବା କ୍ଲିପ୍‌) ନଥିବା ଦେଖିଥିଲେ । ଗୋଟେ କି ଦୁଇଟି ଦୁହେଁ ଏକା ସାଙ୍ଗରେ ୨୭ଟି ପାନଡ଼୍ରୋଲ କ୍ଲିପ୍‌ ନଥିବା ସେ ଦେଖିବାକୁ ପାଇଥିଲେ । କିଛି ସମୟ ମଧ୍ୟରେ ସେଇ ବାଟ ଦେଇ ହଲ୍‌ଦିବାରି-ଏନ୍‌ଜେପି ଯାତ୍ରୀବାହୀ ଟ୍ରେନ୍‌ ଯିବାକୁ ଥିବା ଜାଣି ସେ ସବୁ ଛାଡ଼ି ନିଜ ଘରକୁ ଧାଇଁ ଥିଲେ । ଘରୁ ଏକ ଲାଲ ରଙ୍ଗର କପଡ଼ା ଆଣି ସେ ରେଳ ଧାରଣାରେ ପହଞ୍ଚିବା ବେଳେକୁ ଦୂରରୁ ହଲ୍‌ଦିବାରି-ଏନ୍‌ଜେପି ଟ୍ରେନ୍‌ ଆସୁଥିବାର ଦେଖିଥିଲେ । ଏହା ଦେଖି ସେ ନିଜ ଜୀବନ କଥା ନ ଭାବି ଲାଲ କପଡ଼ା ଦେଖାଇ ଦ୍ରୁତଗାମୀ ଟ୍ରେନ୍‌ ଆଡ଼କୁ ଦୌଡ଼ିବାକୁ ଲାଗିଥିଲେ। ୨୦୦ମିଟର ଯିବା ପରେ ଟ୍ରେନ୍‌ ଚାଳକ ତାଙ୍କୁ ଦେଖିବା ସହ ତୁରନ୍ତ ଗାଡ଼ିକ ଅଟକାଇଥିଲେ ।

publive-image indiatimes.com

ଏହା ପରେ ଅନୁପମ ବରୁଇ ଟ୍ରେନ୍‌ ଚାଳକଙ୍କୁ ସବୁ କହିବା ପରେ ଧାରଣାକୁ ଠିକ୍‌ କରିବା ପାଇଁ ରେଳ ଅଧିକାରୀଙ୍କୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା । ଏକ ଘଣ୍ଟା ପର୍ଯ୍ୟନ୍ତ ହଲ୍‌ଦିବାରି-ଏନ୍‌ଜେପି ଟ୍ରେନ୍‌ ସେଠାରେ ଅଟକି ରହିଥିଲା । ଯାହା ଫଳରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଅନୁପମଙ୍କ ସାହାସ ପାଇଁ ଆଜି ଶହ ଶହ ଜୀବନ ବଞ୍ଚିଥିବା ବେଳେ ଏହି କାମ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଉଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe