ଉଦାହରଣ ସୃଷ୍ଟି କଲେ ଉଦାର ଆଇଏଏସ୍‌ ଅଧିକାରୀ; ୪୮ ଘଣ୍ଟା ମଧ୍ୟରେ ୨ ଲକ୍ଷ ଲୋକଙ୍କୁ ଉଦ୍ଧାରକରି ପାଲଟିଲେ ହିରୋ

ଉଦାହରଣ ସୃଷ୍ଟି କଲେ ଉଦାର ଆଇଏଏସ୍‌ ଅଧିକାରୀ; ୪୮ ଘଣ୍ଟା ମଧ୍ୟରେ ୨ ଲକ୍ଷ ଲୋକଙ୍କୁ ଉଦ୍ଧାରକରି ପାଲଟିଲେ ହିରୋ

ତିରୁବନନ୍ତପୁରମ୍‌: ଜଣେ ତେଲୁଗୁ ଆଇଏଏସ୍‌ ଅଫିସର୍‌ କେରଳ ବନ୍ୟାରେ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଜଣେ ହିରୋ ପାଲଟିଛନ୍ତି।  ତାଙ୍କ ବୁଦ୍ଧି ହେତୁ ମାତ୍ର ୪୮ ଘଣ୍ଟା ମଧ୍ୟରେ ୨ ଲକ୍ଷ ଲୋକଙ୍କୁ ବନ୍ୟା ପ୍ରପୀଡ଼ିତ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇ ପାରିଥିଲା।

ଏହି ସାହସୀ ଓ ବୁଦ୍ଧିମାନ୍ ଆଇଏଏସ୍‌ ଜଣକ ହେଉଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ମିଲାଭରପୁରର କ୍ରିଷ୍ଣା ତେଜ୍‌। ସେ ନିକଟ ଅତୀତରେ କେରଳର ଅଲ୍‌ପୁଝାଠାରେ ସବ୍‌-କଲେକ୍ଟର ଭାବେ ନିଯୁକ୍ତ ହୋଇଥିଲେ। ସଂପୃକ୍ତ ଅଞ୍ଚଳରେ ଚାକିରି କରିବା ପରେ କ୍ରିଷ୍ଣା ସେହି ଅଞ୍ଚଳରେ ବୁଲାବୁଲି କରି ୨-୩ ମାସ ମଧ୍ୟରେ ପୂରାପୂରି ଭାବେ ଅଞ୍ଚଳ ସଂପର୍କରେ ଜାଣି ଯାଇଥିଲେ। ଥରେ ନୁହେଁ, ଅନେକ ବାର ସେ ସେହି ଅଞ୍ଚଳରେ ବୁଲାବୁଲି କରିଥିଲେ। ଯେତେବେଳେ ତାଙ୍କୁ ଜଣାପଡ଼ିଲା କି ସଂପୃକ୍ତ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ସେ ପରିଣାମ କ’ଣ ହେବ ଚିନ୍ତା କରି କାମ କରିବାକୁ ବାହାରି ପଡ଼ିଲେ।

publive-image

ସେ କହନ୍ତି କି ରାତିକ ଭିତରେ ସେ ଏବଂ ତାଙ୍କର ସହଯୋଗୀ ମିଶି ଶତାଧିକ ଡଙ୍ଗା ଯୋଗାଡ଼ କଲେ। କର୍ମୀମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ରାତାରାତି ସୂଚୀତ କଲେ। ଅଗଷ୍ଟ ୧୬ ତାରିଖ ସକାଳ ୧୦ଟା ସମୟରେ ବନ୍ୟା ହେବ ବୋଲି ସମସ୍ତେ ନିଶ୍ଚିତ ହୋଇଥିଲେ। ସେ ସମୟରେ କ୍ରିଷ୍ଣା ତେଜ୍‌ କେରଳର ଅର୍ଥମନ୍ତ୍ରୀଙ୍କ ସହ ଏକ ବୈଠକରେ ଥିଲେ। ସେ ଦୁହେଁ ଚିନ୍ତା କଲେ ଯେ ସମୟ ନଷ୍ଟ କରିବାର ବେଳ ଇଏ ନୁହେଁ। .ତେଣୁ .ଲୋକଙ୍କ ଉଦ୍ଧାରରେ ଲାଗି ପଡ଼ିଲେ।

ଅଗଷ୍ଟ ୧୭ ତାରିଖରେ ସତକୁ ସତ ବନ୍ୟା ହୋଇଥିଲା। ଲୋକଙ୍କୁ କିପରି ବଞ୍ଚାଯାଇପାରିବ ବୋଲି ଚିନ୍ତା କରି ନିଜ ବେକ ପର୍ଯ୍ୟନ୍ତ ପାଣି  ହେଲା ଯାଏ କାମ କରିବେ ବୋଲି ଚିନ୍ତା କରି ଧାଇଁ ଯାଇଥିଲେ କ୍ରିଷ୍ଣା ତେଜ୍‌। ଉଦ୍ଧାରକାର୍ଯ୍ୟରେ ନିଜକୁ ନିୟୋଜିତ କରି ଯେଉଁଭଳି ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ସେଥିପାଇଁ ସେ ଏବେ ସୋସିଆଲ୍‌ ମିଡିଆରେ ହିରୋ ପାଲଟି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe