ପ୍ରଥମ ଦେଖାରେ କୋହଲି ଅହଂକାରୀ ମନେ ହୋଇଥିଲେ; ଗେଲଙ୍କୁ କହିଲେ ଡିଭିଲୟର୍ସ

Advertisment
ପ୍ରଥମ ଦେଖାରେ କୋହଲି ଅହଂକାରୀ ମନେ ହୋଇଥିଲେ; ଗେଲଙ୍କୁ କହିଲେ ଡିଭିଲୟର୍ସ

ନୂଆଦିଲ୍ଲୀ: ଆଇପିଏଲର-୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ବିରାଟ କୋହଲି ଗତ ସପ୍ତାହରେ ବେଙ୍ଗାଲୁରୁରେ ପହଞ୍ଚିଥିଲେ। ଆରସିବି ଏପ୍ରିଲ୍ ୨ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚ୍ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଏହାକୁ ଆଖି ଆଗରେ ରଖି ଏବେ ବିରାଟ ଅଭ୍ୟାସ ଆରମ୍ଭ କରିଛନ୍ତି। ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଆରସିବି ନିଜ ପ୍ରଶଂସକଙ୍କ ପାଇଁ ଏକ ଲାଇଭ୍ ଇଭେଣ୍ଟର ଆୟୋଜନ କରିଥିଲା ଯେଉଁଥିରେ ଅନ୍ୟମାନଙ୍କ ସହ କ୍ରିକେଟର ବିରାଟ କୋହଲି, କ୍ରିସ୍ ଗେଲ୍, ଡିଭିଲୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ ଉପସ୍ଥିତ ଥିଲେ।

ଏହି ଲାଇଭ୍ ଇଭେଣ୍ଟରେ ଚାଲିଥିବା ଆରସିବି ପୋଡକାଷ୍ଟରେ ଗେଲଙ୍କ ସହ କଥା ହେବା ସମୟରେ ଡିଭିଲିୟର୍ସ କୋହଲିଙ୍କୁ ନେଇ ଏକ ବଡ଼ କଥା କହିଥିଲେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡିଭିଲିୟର୍ସ କହିଥିଲେ ଯେ ପ୍ରଥମ ଦେଖାରେ କୋହଲି ମୋତେ  ଅହଂକାରୀ ମନେ ହୋଇଥିଲେ।

ଆରସିବି ଟ୍ବିଟ କରିଥିବା ଭିଡିଓରେ ଡିଭିଲିୟର୍ସ କହିଛନ୍ତି ଯେ, ପୂର୍ବରୁ ମୋତେ ଏହି ପ୍ରଶ୍ନ ଅନେକ ଥର ପଚରାଯାଇଛି। ମୁଁ ପୁଣି ଥରେ ସତ କହିବାକୁ ଯାଉଛି। ଯେତେବେଳେ ମୁଁ ପ୍ରଥମେ ବିରାଟ କୋହଲିଙ୍କୁ ଭେଟିଲି ମୋତେ ସେ ଅହଂକାରୀ ଲାଗିଥିଲେ। ତାଙ୍କର କେଶ ସଜ୍ଜା, କଥା କହିବାର ଶୈଳୀ ଓ ତାଙ୍କ ଲୁକ୍ ଦେଖି ମୁଁ ଏଭଳି ଭାବିଥିଲି। ହେଲେ ତାଙ୍କ ସହ ଅଧିକ ମିଶିବା ପରେ ମୁଁ କୋହଲିଙ୍କୁ ଭଲ ଭାବରେ ଜାଣିପାରିଥିଲି ଏବଂ ଚିନ୍ତାଧାରା ବଦଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe