The Statesman
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଗୁମର ଖୋଲିବା ସହ କଳାକରମାନେ ଡ୍ରଗ୍ସ ନେଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ଡ୍ରଗ୍ସ ସେବନ ଏବଂ କାରବାର କରୁଥିବା ଅଭିଯୋଗରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିବା ବେଳେ ସେ ବଲିଉଡର ୨୫ଜଣ କଳାକାର ଡ୍ରଗ୍ସ ନେଉଥିବା କଥା କହିଥିବା ସାମ୍ନାକୁ ଆସିଥିଲା। ଏବେ ଏହି ବିଷୟ ଚର୍ଚ୍ଚାରେ ରହିଥିବା ବେଳେ ଅଭିନେତାରୁ ସାଂସଦ ପାଲଟିଥିବା ରବି କିଶନ ଏହି ବିଷୟ ସଂସଦରେ ପକାଇଛନ୍ତି। ଏହା ସହ ଏହାର ବ୍ୟବହାର ଉପରେ ରୋଗ ଲଗାଯିବା ଦରକାର ବୋଲି କହିଛନ୍ତି।
ସେ କହିଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇ ବିଜେପି ସାଂସଦ ରବି କିଶନ କହିଛନ୍ତି ଯେ ଏହାର ସବିଶେଷ ତଦନ୍ତ ହେବା ଉଚିତ୍। ଯୁବପିଢ଼ି ନଷ୍ଟ କରାଯାଉଛି। ଏଥିରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଡ୍ରଗ୍ ନିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଅଛି | ଅନେକ ଲୋକଙ୍କୁ ଧରାଯାଇଛି, ଏନସିବି ବହୁତ ଭଲ କାମ କରୁଛି | ଦେଶର ଯୁବପିଢ଼ିମାନଙ୍କୁ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି, ଆମର ପଡୋଶୀ ଦେଶମାନେ ଏ ନେଇ ସହଯୋଗ କରୁଛନ୍ତି | ପ୍ରତିବର୍ଷ ପାକିସ୍ତାନ ଏବଂ ଚୀନରୁ ଡ୍ରଗ୍ସ ଚୋରା ଚାଲାଣ କରାଯାଇଥାଏ। ଏହା ପଞ୍ଜାବ ଏବଂ ନେପାଳ ମାଧ୍ୟମରେ ଅଣାଯାଇଥାଏ। ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି ଯେ, କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ଅପରାଧୀଙ୍କୁ ଶୀଘ୍ର ଧରନ୍ତୁ, ସେମାନଙ୍କୁ ଉଚିତ୍ ଦଣ୍ଡ ଦିଅନ୍ତୁ ଏବଂ ପଡୋଶୀ ଦେଶର ଷଡଯନ୍ତ୍ରର ଅନ୍ତ ଘଟାନ୍ତୁ।
Follow Us