ଦିନେ ରବି କିଶନ ବି ଗଞ୍ଜେଇ ଟାଣୁଥିଲେ: ଅନୁରାଗ କଶ୍ୟପ

Advertisment
ଦିନେ ରବି କିଶନ ବି ଗଞ୍ଜେଇ ଟାଣୁଥିଲେ: ଅନୁରାଗ କଶ୍ୟପ

Photo-free press journal

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ବଲିଉଡରେ ଡ୍ରଗ୍ସ ବ୍ୟବହାର ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ବିଷୟରେ ବୟାନ ଦେଇଛନ୍ତି | ଏହି ଅବସରରେ ସେ ସାଂସଦ ରବି କିଶନଙ୍କ ନିଶା ସେବନ ସମ୍ପର୍କରେ ଦେଇଥିବା ବିବୃତ୍ତିରେ ଆପତ୍ତି କରିଛନ୍ତି। ସେ କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ରବି କିଶନ ନିଜେ ଗଞ୍ଜେଇ ଟାଣୁଥିଲେ | ଏହି ସପ୍ତାହ ଆରମ୍ଭରୁ ରବି କିଶନ ସୁଶାନ୍ତଙ୍କ ଡ୍ରଗ୍ସ ମାମଲାକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ପ୍ରଶଂସା କରିଥିଲେ।

ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ଏନସିବି ଅନେକ ଲୋକଙ୍କୁ ଗିରଫ କରିଛି। ରବି କିଶନ ତାଙ୍କ ବିବୃତ୍ତିରେ କହିଥିଲେ ଯେ ଆମେ ଜାଣୁ ଯେ ନିଶା କାରବାର ଏବଂ ନିଶା ସମସ୍ୟା ବଢ଼ିବାରେ ଲାଗିଛି। ଏଥିରେ ଆମର ପଡୋଶୀ ଦେଶ ଅନ୍ତର୍ଭୁକ୍ତ | ପାକିସ୍ତାନ ଏବଂ ଚାଇନାରୁ ଡ୍ରଗ୍ସ ଆସିଥାଏ। ଡ୍ରଗ୍ସ ଆମ ଯୁବପିଢ଼ିଙ୍କ ଜୀବନକୁ ନଷ୍ଟ କରୁଥିବାବେଳେ ସରକାର ଏହି ସବୁ ବନ୍ଦ କରିବା ଉଚିତ୍ |

ଅନ୍ୟପଟେ ଅନୁରାଗ କହିଛନ୍ତି,ଯେ 'ମୁଁ ରବି କିଶନଙ୍କୁ ବହୁତ ଦିନରୁ ଜାଣିଛି। ସେ ମୋର ବନ୍ଧୁ | ସେ ମୋର ଚଳଚ୍ଚିତ୍ର ମୁକ୍କାବାଜରେ ମଧ୍ୟ କାମ କରିଥିଲେ। ରବି ଜୟ ଶିବ ଶଙ୍କର, ଜୟ ବମ ଭୋଲେ, ଶିବ ଶିବ ଶମ୍ଭୁ କହି ଗଞ୍ଜେଇ ଟାଣୁଥିଲେ | ଏହା ହେଉଛି ଜୀବନ | ଏ ବିଷୟରେ ସମସ୍ତେ ଜାଣନ୍ତି | ଏପରି କୌଣସି ବ୍ୟକ୍ତି ନାହାଁନ୍ତି ଯିଏ ଜାଣେନାହିଁ ଯେ ରବି କିଶନ ଗଞ୍ଜେଇ ଟାଣୁଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe