ନେତାଙ୍କ ନକାରାତ୍ମକ ରାଜନୀତିକୁ ରବିଶଙ୍କରଙ୍କ ସମାଲୋଚନା, ପରାଜିତ ନେତା କୋର୍ଟ ମାଧ୍ୟମରେ ରାଜନୀତିକୁ ନିୟନ୍ତ୍ରଣ ନକରନ୍ତୁ

ନେତାଙ୍କ ନକାରାତ୍ମକ ରାଜନୀତିକୁ ରବିଶଙ୍କରଙ୍କ ସମାଲୋଚନା, ପରାଜିତ ନେତା କୋର୍ଟ ମାଧ୍ୟମରେ ରାଜନୀତିକୁ ନିୟନ୍ତ୍ରଣ ନକରନ୍ତୁ

The Financial Express

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ବିରୋଧୀ ଦଳମାନଙ୍କ 'ନକାରାତ୍ମକ ରାଜନୀତି'କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଯେଉଁମାନେ ବାରମ୍ବାର ନିର୍ବାଚନ ହାରୁଛନ୍ତି, ସେମାନେ କୋର୍ଟ ମାଧ୍ୟମରେ ରାଜନୀତିକୁ ନିୟନ୍ତ୍ରଣ କରିବା ଉଚିତ ନୁହେଁ। ଆଜ୍‌ତକ୍‌ ଇ-ଏଜେଣ୍ଡା କାର୍ଯ୍ୟକ୍ରମରେ ରବିଶଙ୍କର କହିଛନ୍ତି ଯେ କିଛି ଲୋକ ଏବେ ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ବିରୋଧ ନାମରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ଏବଂ ଅଦାଲତ ମାଧ୍ୟମରେ ରାଜନୀତି ଚଳାଇବାକୁ ଚାହୁଛନ୍ତି। ଏହା ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିଛି ଏବଂ ନିକଟରେ ଚାପ ସୃଷ୍ଟିକାରୀ ରାଜନୀତିର ଅନେକ ଉଦାହରଣ ଦେଖିବାକୁ ମିଳିଛି ବୋଲି ରବିଶଙ୍କର କହିଛନ୍ତି। ଅଦାଲତ ଏବଂ ବିଚାରପତିଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରିବାକୁ ଲୋକଙ୍କଠାରୁ ପ୍ରତ୍ୟାଖ୍ୟାତ ନେତାମାନେ ପ୍ରୟାସ କରୁଛନ୍ତି। ଭାରତର ଜଣେ ପ୍ରଧାନ ବିଚାରପତିଙ୍କ ବିରୋଧରେ ମଧ୍ୟ ସେମାନେ ମହାଭିଯୋଗ ଆଣିଥିଲେ। ଯେତେବେଳେ ଉପରାଷ୍ଟ୍ରପତି ଏହି ପ୍ରକ୍ରିୟାକୁ ଖାରଜ କରିଦେଇଥିଲେ ସେତେବେଳେ କଂଗ୍ରେସ ସହିତ ସଂପୃକ୍ତ ଲୋକେ କୋର୍ଟକୁ ଯାଇଥିଲେ ଏବଂ ପରେ ମାମଲା ପ୍ରତ୍ୟାହାର କରିଦେଇଥିଲେ ବୋଲି ରବିଶଙ୍କର କହିଛନ୍ତି।

ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କରିଥିବା ଯୁକ୍ତିକୁ ମଧ୍ୟ ମନ୍ତ୍ରୀ ସମର୍ଥନ କରିଛନ୍ତି। ସଲିସିଟର ଜେନେରାଲ କହିଥିଲେ, ଯେଉଁମାନେ ଅଦାଲତକୁ ଯାଉଛନ୍ତି ସେମାନେ ଏହା ମ?ଧ୍ୟ କହିବା ଉଚିତ ଯେ ତୃଣମୂଳ ସ୍ତରରେ ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ସେମାନେ କ’ଣ କରିଛନ୍ତି। ଏହି ପ୍ରଶ୍ନ ସେମାନଙ୍କୁ କାହିଁକି ପଚରାଯିବ ନାହିଁ? ତେବେ ମୁଁ କାହାରି ନାମ ନେବି ନାହିଁ। କିନ୍ତୁ ଏହା ସତ ନୁହେଁ କି ଏହି ଲୋକ (ଆବେଦନକାରୀ)ମାନେ ଚାପ ସୃଷ୍ଟିକାରୀ ରାଜନୀତିରେ ଜଡ଼ିତ ଅଛନ୍ତି ବୋଲି ରବିଶଙ୍କର ପଚାରିଥିଲେ। ବିରୋଧୀମାନଙ୍କୁ ଆହୁରି ସମାଲୋଚନା କରି ମନ୍ତ୍ରୀ କହିଛନ୍ତି, ପ୍ରଧାନ ବିଚାରପତିଙ୍କ ବିରୋଧରେ ଯେଉଁମାନେ ଅମହାଭିଯୋଗ ଆଣିଥିଲେ ସେମାନେ ହିଁ ପ୍ରବାସୀ ଶ୍ରମିକ ପ୍ରସଙ୍ଗ ଉଠାଇଥିଲେ। ଆଜି ଯେଉଁମାନେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ସେମାନେ ହେଉଛନ୍ତି ସେହି ସମାନ ଦଳ ଯିଏ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ଆମେ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଲଢ଼େଇ କରିଥିଲୁ ଏବଂ ମାଡ଼ ଖାଇ ଜେଲ୍ ଯାଇଥିଲୁ ବୋଲି ବିଚାରପତି କହିଛନ୍ତି। ତେବେ ତାଙ୍କ ସରକାର ବିଚାରବ୍ୟବସ୍ଥାର ସ୍ବାଧୀନତା ପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe