ଫ୍ଲାଇଟରେ ଅଫିସ୍ ଯାଉଛନ୍ତି ମହିଳା: ପିଲାଙ୍କ ପାଇଁ ପ୍ରତିଦିନ ୭୦୦ କି.ମି ଯାତ୍ରା

rachel kaur

Photograph: (SAMBAD.IN)

ମାଲେସିଆ: ଆପଣ ସବୁଦିନ କେତେ କିଲୋମିଟର ରାସ୍ତା ଅତିକ୍ରମ କରି ଅଫିସ୍ ଯାଉଛନ୍ତି । ୩ କିମି. ୫ କିମି, ୧୦ କିମି. ନହେଲେ ୫୦ କି.ମି ଭିତରେ । ଯଦି ଆପଣଙ୍କୁ ସବୁଦିନ ୧୦୦ କି.ମି ଦୂର ଯିବା ଆସିବା କରି ଅଫିସ କରିବାକୁ କୁହାଯିବ ଆପଣ କଣ ରାଜି ହେବେ ? ହୁଏ ତ ନା କିମ୍ବା ବାଧ୍ୟ ବାଧକତାରେ ହଁ ମାରିପାରନ୍ତି । ଘରୁ ସବୁଦିନ ଯାଆସ ପାଇଁ ଆପଣ ବାଇକ୍, ବସ୍, ଟ୍ରେନକୁ ମାଧ୍ୟମ କରିପାରନ୍ତି କିମ୍ବା ସବୁଦିନ ଏତେ ଦୂର ଯାଆସ କରିବାରେ ବିପଦ ଥିବାରୁ ଆପଣ ଅଫିସ ପାଖାପାଖି ଘରଭଡା ବି ନେଇ ରହିପାରନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଜଣେ ମହିଳା ସବୁଦିନ ୭୦୦ କିଲୋମିଟର ଯିବା ଆସିବା କରୁଛନ୍ତି ତାହା ବି ପୁଣି ପ୍ରତିଦିନ ବିମାନରେ । ବିମାନରେ ପୁଣଇ ଅଫିସ ଆପଣ ଶୁଣି ଆଶ୍ଚର୍ୟ୍ୟ ହେଉଥିବେ ନିହାତି ମାତ୍ର ଏହା ସତ । ମହିଳା ଜଣଙ୍କ ନିଜ ପିଲାଙ୍କ ପାଇଁ ପ୍ରତିଦିନ ଘରଠୁ ୩୫୦ କ.ମି ଦୂରର ଅଫିସକୁ ଫ୍ଲାଇଟରେ ଯାଆନ୍ତି ।

ତେବେ ରାଚେଲ କୌର ହେଉଛନ୍ତି ମାଲେସିଆରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଯିଏ କି ଏୟାର ଏସିଆର ଅର୍ଥ ବିଭାଗରେ ସହକାରୀ ପରିଚାଳକ ଭାବେ କାମ କରନ୍ତି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସେ ଅଫିସ ଫ୍ଲାଇଟରେ ହିଁ ଯାଆନ୍ତି । ଘରଠୁ ପ୍ରତିଦିନ ୩୫୦ କି.ମି ଯିବା ଏବଂ ୩୫୦ କି.ମି ଆସିବା ମୋଟ୍ ୭୦୦ କି.ମି ଯାଆସ କରି ସେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।

୨୦୨୪ରୁ ଏମିତି ବିମାନରେ ଯାଆସ କରୁଥିବା ରାଚେଲଙ୍କର ଦୁଇଟି ପିଲା । ଜଣେ ୧୨ ବର୍ଷର ପୁଅ ଏବଂ ଜଣେ ୧୧ ବର୍ଷର ଝିଅ । କର୍ମଜୀବୀ ମହିଳା ସହ କର୍ମଜୀବୀ ମାଆ ହୋଇଥିବାରୁ ରାଚେଲ ପୂର୍ବରୁ କ୍ବାଲାଲମପୁରେ ନିଜ ଅଫିସ ପାଖରେ ରହିଯାଉଥିଲେ ଆଉ ସପ୍ତାହରୁ ଥରେ ଛୁଟିରେ ଘରକୁ ଆସୁଥିଲେ ମାତ୍ର ପିଲାଙ୍କ ପାଇଁ ମାଆର ଉପସ୍ଥିତି ଅଧିକ ଦରକାର ପଡିବାରୁ ଏବଂ ନିଜ ପିଲା ପରିବାର ପାଇଁ ସମୟ ବି ଦେବା ଆବଶ୍ୟକ ବୋଲି ଯେବେ ରାଚେଲ ଭାବିଲେ ସେବେ ସେ ଭଡାଘର ଛାଡି ନିଜ ଘରୁ ସବୁଦିନ ୭୦୦ କି.ମି ବିମାନରେ ଯାତ୍ରା କରୁଛନ୍ତି । ଯେଉଁଥିପାଇଁ ତାଙ୍କୁ ୨୮୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଭଡାରେ ରହୁଥିବା ବେଳେ ତାଙ୍କର ୪୨ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ ମାତ୍ର ୨୮ ହଜାର ଖର୍ଚ୍ଚ ହେଉଛି । ଯାହା ସେ ସଞ୍ଚୟ କରିପାରୁଛନ୍ତି ବୋଲି କହିଛନ୍ତି ।

ସେପଟେ କେବଳ ରାତିରେ ହିଁ ନିଜ ପିଲା ଓ ପରିବାରକୁ ସମୟ ଦେଉଥିବା ରାଚେଲ ଭୋରୁ ୪ଟାରୁ ଉଠନ୍ତି ଷ ୫.୫୫ରେ ବିମାନ ଥିବାରୁ ତାଙ୍କୁ ୫ଟା ସୁଦ୍ଧା ବିମାନବନ୍ଦରରେ ପହଞ୍ଚିବାକୁ ପଡେ । ନିଜ ଅଫିସ ପାଖରେ ସେ ୭.୪୫ ସୁଦ୍ଧା ପହଞ୍ଚି ଯାଆନ୍ତି ଏବଂ ନିଜ ଡ୍ୟୁଟି ସାରି ପୁଣି ରାତି ୮ଟାରେ ସେ ଘରେ ପହଞ୍ଚନ୍ତି ତାପରେ ନିଜ ପିଲା ଓ ପରିବାର ସହ ସମୟ ବିତାନ୍ତି । ତେଣୁ ତ ତାଙ୍କୁ କେହି କେହି ‘ସୁପର ମମ୍’ ବୋଲି ବି ଡାକନ୍ତି । 

ଆଜିକାଲି କାମ କାମ ହେଇ ମଣିଷ ଏତେ ବ୍ୟସ୍ତ ରହୁଛି ଯେ, ପରିବାର ଲୋକଙ୍କୁ ସମୟ ଟିକେ ଦେଇପାରୁନି । ସାଙ୍ଗ ସାଥୀ, ବନ୍ଧୁ ବାନ୍ଧବଙ୍କ ପାଇଁ ବି କାହା ପାଖରେ ସମୟ ନାହିଁ । ଟଙ୍କା ରୋଜଗାରର ନିଶା ଆଗରେ ସମୟ ବଡ ମୂଲ୍ୟବାନ ହୋଇଛି ଆଉ ଏତିକି ବେଳେ ରାଚେଲଙ୍କ କାହାଣୀ ସମୟର ବାହାନା କରୁଥିବା ମଣିଷଙ୍କ ପାଇଁ ଏକ ପ୍ରେରଣା ନିଶ୍ଚୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe