ବିହାରରେ ଜାତିଗତ ଜନଗଣନା ଖୁବ୍‌ଶୀଘ୍ର

Advertisment

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

ବିହାରରେ ଜାତିଗତ ଜନଗଣନା ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ : ବିହାରରେ ଜାତିଗତ ଜନଗଣନା ଖୁବ୍‌ଶୀଘ୍ର ଆରମ୍ଭ ହେବ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ସନ୍ଧ୍ୟାରେ ଜାତିଭିତ୍ତିକ ଜନଗଣନା ନେଇ ଏକ ସର୍ବଦଳୀୟ ବୈଠକ କରିବାପରେ ଏହି ଘୋଷଣା କରିଛନ୍ତି। ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସହ ଏକ ସାମ୍ବା‌ଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ନୀତୀଶ କହିଛନ୍ତି, ସଠିକ୍‌ ସମୟରେ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ। ବିଜେପି ସମେତ ସମସ୍ତ ଦଳ ଜାତିଭିତ୍ତିକ ଜନଗଣନା ପାଇଁ ସହମତି ପ୍ରକାଶ କରିଛନ୍ତି। ଆଇନଗତ ଜଟିଳତାକୁ ଏଡ଼ାଇବାପାଇଁ ଆମେ ଜନଗଣନା ବାଦ୍‌ ଜାତି ଭିତ୍ତିକ ଜନଗଣନା‌ର ପ୍ରସ୍ତାବ ଆଣିବୁ। ରାଜ୍ୟ କ୍ୟାବିନେଟ୍‌ରେ ଏହି ପ୍ରସ୍ତାବ ଗୃହୀତ ହେବ ବୋଲି ନୀତୀଶ କୁମାର କହିଛନ୍ତି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସର୍ବଦଳୀୟ ବୈଠକରେ ବିଜେପି ଜାତିଭିତ୍ତିକ ଜନଗଣନା ପାଇଁ ସହମତି ଦେଇଛି। ଆର୍‌ଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ଲୋକଙ୍କ ସ୍ବାର୍ଥରେ ଜାତିଭିତ୍ତିକ ଜନଗଣନା କରାଯାଉଛି ଏବଂ ଆବଶ୍ୟକ ଆର୍ଥିକ ସହାୟତା ଦେବାପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ତେଜସ୍ବୀ କହିଛନ୍ତି, ଏହି ପ୍ରକ୍ରିୟା ଏକ ଜାତିଗତ ସର୍ବେକ୍ଷଣ ଏବଂ ଏହା ଆମର ବିଜୟ। ଖୁବ୍‌ଶୀଘ୍ର ଏନେଇ ବିଧେୟକ ଆଗତ ହେବ। ତେବେ ନଭେମ୍ବରରେ ଛଟ୍‌ ପୂଜା ଅବସରରେ ରାଜ୍ୟ ବାହାରେ ରହୁଥିବା ଲୋକମାନେ ନିଜ ନିଜ ଘରକୁ ଫେରିବେ ଏବଂ ଏହି ସମୟରେ ଜାତି ଭିତ୍ତିକ ଗଣନା ଶେଷ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe