ଆମେରିକାରେ ରଙ୍ଗଭେଦ : ମୁଣ୍ଡ ଟେକୁଛି ବିଦ୍ରୋହ

Advertisment
ଆମେରିକାରେ ରଙ୍ଗଭେଦ : ମୁଣ୍ଡ ଟେକୁଛି ବିଦ୍ରୋହ

The Economist

ନ୍ୟୁୟର୍କ: ୨ ଜଣ କୃଷ୍ଣକାୟ ନାଗରିକ, ଯୁକ୍ତରାଷ୍ଟ୍ର ଆମେରିକାରେ ଶ୍ୱେତ ପୁଲିସ୍‌ ଅଧିକାରୀଙ୍କ ହତ୍ୟାର ଶିକାର ହେବା ପରେ କୃଷ୍ଣକାୟମାନଙ୍କର ବିଦ୍ରୋହ ମୁଣ୍ଡ ଟେକୁଛି। ଗୁରୁବାର ଜର୍ଜ ଫ୍ଲଏଡ୍‌(୪୬)ଙ୍କର ଏହି ହତ୍ୟା ଜଣାପଡ଼ିବା ପରେ ମିନିଆପଲିସ୍‌ ଅଞ୍ଚଳରେ ପ୍ରତିବାଦ ହୋଇଥିଲା। ସୋମବାର ଏକ ଭିଡିଓ ବୁଲିଥିଲା, ଯେଉଁଥିରେ ଜଣେ ଗୋରା ପୁଲିସ୍‌ ଅଧିକାରୀ ଜଣେ କଳା ଲୋକଙ୍କ ବେକକୁ ନିଜ ଆଣ୍ଠୁରେ ମାଡ଼ିବସିଥିଲେ। କଳାଲୋକ ଜଣକ ପ୍ରଶ୍ୱାସରେ କଷ୍ଟ ହେଉଛି ବୋଲି ନେହୁରା ହେଲେ ସୁଦ୍ଧା ଗୋରାଅଧିକାରୀ ଜଣକ ଛାଡ଼ି ନଥିଲେ।

ଦୁଇ ମାସ ତଳର ଏହି ଘଟଣା ସାମ୍ନାକୁ ଆସିଥିଲା, ଯେତେବେଳେ ଜଣେ ୨୬ ବର୍ଷୀୟ ଇମର୍ଜେନ୍‌ସି ମେଡିକାଲ ଟେକ୍‌ନିସିଆନ୍‌ ବ୍ରେଓନ୍ନା ଟେଲରଙ୍କୁ ଏକ ଚଢ଼ଉ ବେଳେ ତାଙ୍କରି ଆପାର୍ଟମେଣ୍ଟ୍‌ରେ ଲୁସ୍‌ଭିଲ୍ଲେର ଜଣେ ପୁଲିସ୍‌ ଅଧିକାରୀ ଗୁଳିକରି ମାରି ଦେଇଥିଲେ। ଆମେରିକାରେ ଗୋରାମାନଙ୍କ ବିଦ୍ୱେଷ କାଳ କାଳ ଧରି ରହିଥିବା ଅଭିଯୋଗ ହୋଇଆସୁଛି। ଏବେ କରୋନାଭୂତାଣୁ ମହାମାରୀରେ ବିପୁଳ ସଂଖ୍ୟାରେ କଳା ଲୋକ ସଂକ୍ରମିତ ହେବା ଏବଂ ମୃତ୍ୟୁ ମୁଖରେ ପଡ଼ିବାକୁ ନେଇ ମଧ୍ୟ ଗୋରାମାନଙ୍କ ମଧ୍ୟରେ ଅସହିଷ୍ଣୁତା ବଢ଼ିଚାଲିଛି। କାରଣ ସବୁ ସହରରେ ଗୋରା ପୁଲିସ୍‌, କଳା ଲୋକଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଥିବା ୱାସିଂଟନ୍‌ ପୋଷ୍ଟ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe