ଜେରୁଜେଲମ୍: ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ୍ ଗସ୍ତରେ ଯିବା ନେଇ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଦକ୍ଷିଣ ଇସ୍ରାଏଲର ଆସ୍କେଲନ୍ ସହରରେ ଦୁଇଜଣ ଭାରତୀୟ ଶ୍ରମିକଙ୍କ ଉପରେ ଆକ୍ରମଣ ହୋଇଛି। ଇସ୍ରାଏଲ ପୁଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଭାରତରେ ଥିବା ଇସ୍ରାଏଲୀ ଦୂତାବାସ କହିଛି ଯେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧିକପଢ଼ନ୍ତୁ:ଫରିଦାବାଦ: ୧୦୦ ଗ୍ରାମ ସୁନାକୁ ଅଳିଆ ଭାବି ଫିଙ୍ଗି ଦେଇଥିଲେ, ୪ ମାସ ପରେ ଫେରାଇଲେ ସ୍କ୍ରାପ୍ ଡିଲର
ଆକ୍ରମଣର ଏକ ଭିଡିଓ କ୍ଲିପ୍ ଜାରି
କେଏଏନ୍ ନ୍ୟୁଜ୍ ଚ୍ୟାନେଲ୍ ଆକ୍ରମଣର ଏକ ଭିଡିଓ କ୍ଲିପ୍ ଜାରି କରିଛି, ଯେଉଁଥିରେ ତିନି ଜଣ ଏକ ସାର୍ବଜନୀନ ପାର୍କରେ ଦୁଇଜଣ ଭାରତୀୟ ଶ୍ରମିକଙ୍କୁ ଆକ୍ରମଣ କରୁଥିବାର ଦେଖାଯାଇଛି। ଭିଡିଓ କ୍ୟାପସନରେ କୁହାଯାଇଛି ଯେ ଏହି ଆକ୍ରମଣ ଜାତିଭେଦକୁ ନେଇ ହୋଇଛି ଏବଂ ଏହା ପୂର୍ବ ଯୋଜନାବଦ୍ଧ ଥିଲା। ଟିଆରଟି ୱାର୍ଲ୍ଡ ଅନୁଯାୟୀ, ଆକ୍ରମଣକାରୀମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ପୂର୍ବରୁ ଆକ୍ରମଣ ଯୋଜନା କରିଥିଲେ।
ଇସ୍ରାଏଲ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛି। ଭାରତରେ ଥିବା ଇସ୍ରାଏଲୀ ଦୂତାବାସ କହିଛି ଯେ ଆସ୍କେଲନରେ ହୋଇଥିବା ଆକ୍ରମଣ ଆଦ୍ବଂ ଗ୍ରହଣୀୟ ନୁହେଁ ଏବଂ ଦୋଷୀମାନଙ୍କୁ ଦଣ୍ଡ ଦିଆଯିବ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି, ଏହି ଘଟଣା ରାଜନୈତିକ ପ୍ରତିକ୍ରିୟା ସୃଷ୍ଟି କରିଛି। କଂଗ୍ରେସ ମୁଖପାତ୍ର ପବନ ଖେଡା ଆହତଙ୍କ ଅବସ୍ଥା ସ୍ପଷ୍ଟ କରିବା ସହ ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇବାକୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଦାବି କରିଛନ୍ତି।
ଅଧିକପଢ଼ନ୍ତୁ:ବାପା-ମାଆଙ୍କ ଅନୁମତି ବିନା କେହି ବିବାହ କରିପାରିବେନି, ବିଧାନସଭାରେ ପ୍ରସ୍ତାବ ଦେଲେ ସରକାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/20/57-2026-02-20-16-06-32.jpeg)