ଟରଣ୍ଟୋ: କାନାଡାରେ ବର୍ଣ୍ଣ ବୈଶମ୍ୟବାଦୀ ବିଚାର ରଖୁଥିବା ଜଣେ ଗୌରିକ ବ୍ୟକ୍ତି ଭାରତୀୟ ଦମ୍ପତ୍ତିକୁ ହଇରାଣ କରିଛି। ଏହି ବ୍ୟକ୍ତି ଜଣକ ଦମ୍ପତ୍ତିକୁ ଭାରତ ଫେରିଯିବା ପାଇଁ ଧମକ ଦେବାକୁ ଯାଇ ସେମାନଙ୍କର ସନ୍ତାନଙ୍କୁ ହତ୍ୟା ଧମକ ଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଘଟଣା ଟରଣ୍ଟୋରେ ଦେଖାଯାଇଛି। ଅଭିଯୁକ୍ତ ବ୍ୟକ୍ତି ଭାରତୀୟ ଦମ୍ପତ୍ତିକୁ ଉତ୍ତେଜିତ ହୋଇ କହିଛି, ନିଜ ଦେଶକୁ ଫେରିଯାଅ ନ ହେଲେ ତୁମ ଛୁଆକୁ ମାରିଦେବ।
ଅଭିଯୋଗ ମିଳିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ସିବିସି ରିପୋର୍ଟ ଅନୁସାରେ ଘଟଣା ଗତ ରବିବାର ହୋଇଥିଲା। ଭାରତୀୟ ଦମ୍ପତ୍ତି ଓ ୪୭ ବର୍ଷିଅ ଡେଲ ରୋବର୍ଟସନ ନାମରେ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଓଣ୍ଟାରିକାର ହାମିଲଟନ୍ସ୍ଥିତ ଓ୍ଵାଲମାର୍ଟ ସୁପରସେଣ୍ଟର ପାର୍କିଂଗରେ ଯୁକ୍ତିତର୍କ ହୋଇଥିଲା।
ୟୁଟୁବ ଓ ଫେସ୍ବୁକ୍ରେ ପ୍ରକୃତ ଘଟଣାର ଭିଡିଓରେ ଭାରତୀୟ ଏହି ବ୍ୟକ୍ତିଙ୍କୁ ପଚାରୁ ଥିବା ଦେଖାଯାଇଛି। ସ୍ୱାମୀ ଓ କାନାଡର ବ୍ୟକ୍ତି ମଧ୍ୟରେ ଝଗଡ଼ା ଚାଲିଥିବା ବେଳେ ସ୍ତ୍ରୀ ଘଟଣାକୁ ରେକଡିଙ୍ଗ କରିଛନ୍ତି।
Follow Us