ପୋଷ୍ଟମର୍ଟମ ପରେ ସାମ୍ନାକୁ ଆସିଲା ସୈତାନ ବାପାର ସତ: ପଛ ପଟେ ନୁହେଁ ଝିଅର ଛାତିକୁ ୪ ରାଉଣ୍ଡ ଗୁଳି ମାରିଛି ବାପା

ଗୁରୁଗ୍ରାମ ଟେନିସ ଖେଳାଳି ରାଧିକା ଯାଦବ ହତ୍ୟା ମାମଲାରେ ନୂଆ ମୋଡ । ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଝିଅକୁ ହତ୍ୟା କରିଥିବା ବାପାର ଧରାପଡିଲା ମିଛ । ପୋଷ୍ଟ ମର୍ଟମ ରିପୋର୍ଟ ଖୋଲିଲା ହତ୍ୟାକାରୀ ବାପାର ସତ ।

4 bullet

ନୂଆଦିଲ୍ଲୀ: ଗୁରୁଗ୍ରାମ ଟେନିସ ଖେଳାଳି ରାଧିକା ଯାଦବ ହତ୍ୟା ମାମଲାରେ ନୂଆ ମୋଡ । ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଝିଅକୁ ହତ୍ୟା କରିଥିବା ବାପାର ଧରାପଡିଲା ମିଛ । ପୋଷ୍ଟ ମର୍ଟମ ରିପୋର୍ଟ ଖୋଲିଲା ହତ୍ୟାକାରୀ ବାପାର ସତ । ଝିଅର ଛାତିକୁ ୪ ରାଉଣ୍ଡ ଗୁଳି କରି ହତ୍ୟା କରିଛି ବାପା । ଝିଅର ପିଠିକୁ ୩ଟି ଗୁଳି କରି ହତ୍ୟା କରିଥିବା କଥା ଏଫଆଇଆରରେ ଲେଖା ହୋଇଥିଲା । ହତ୍ୟା ପରେ ପୋଲିସ ଆଗରେ ବାପା ସ୍ଵୀକାର କରିଥିବା ବେଳେ ଏହା ପରେ ଭୁଲ ବୋଲି ପ୍ରମାଣିତ ହୋଇଥିଲା । ସରକାରୀ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ରାଧିକାଙ୍କ ଛାତିରେ ୪ଟି ଗୁଳି ବାଜିଛି । ଯାହା ପରେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ଗୁରଗ୍ରାମରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ୨୫ ବର୍ଷୀୟ ଝିଅ ରାଧିକା ଯାଦବ ଯିଏ କି ଜଣେ ରାଜ୍ୟ ସ୍ତରୀୟ ଟେନିସ୍ ଖେଳାଳି , ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବାପା ଦୀପକ ଯାଦବ । ରାଧିକାଙ୍କ ବାପା ଦୀପକ ହତ୍ୟା ପରେ ସ୍ଵୀକାର କରି କହିଛନ୍ତି-

କିଛି ମାସ ହେବ ରାଧିକା ଏକ ଟେନିସ୍ ଏକାଡେମୀ ଖୋଲିଥିଲେ । ଏହା ପରେ ଲୋକମାନେ ମୋତେ ଟାହିଟାପରା କରିବା ଆରମ୍ଭ କରିଦେଲେ । ସମସ୍ତେ କହିଲେ କି ମୁଁ ମୋ ଝିଅର ରୋଜଗାର ଖାଉଛି । ସେଥିପାଇଁ ରାଧିକାକୁ ବାଧ୍ୟ କରୁଥିଲେ ଏକାଡେମୀ ବନ୍ଦ କରିବାକୁ କିନ୍ତୁ ଝିଅ ନ ମାନିବାରୁ କ୍ରୋଧିତ ହୋଇ ଗୁଳି କରି ମାରିଦେଲି । 

ଘଟଣାଟି ଗୁରୁବାର ସକାଳ ପ୍ରାୟ ୧୦.୩୦ ସମୟରେ ଗୁରୁଗ୍ରାମର ତାଙ୍କ ଘରେ ଘଟିଥିବା ବେଳେ ଏ ନେଇ ରାଧିକାଙ୍କ ଦାଦା କୁଲଦୀପ ଯାଦବ ସେକ୍ଟର ୫୬ ପୁଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରିଥିଲେ । ଯାହା ପରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe