ରିପୋର୍ଟ ଏପରି କର ଯେମିତି ମୋତେ ନିଶ୍ଚୟ ଫାଶୀ ଦଣ୍ଡ ହେଉ: ରାଧିକାଙ୍କ ବାପା

ବିଜୟ ଯାଦବ ଝିଆରି ହତ୍ୟା ଘଟଣାକୁ ନେଇ କହିଛନ୍ତି, "ହତ୍ୟା କରିବା ପରେ ଭାଇ ଦୀପକ ମୋତେ କହିଥିଲେ,‘ ଯେ ମୁଁ ମୋ କନ୍ୟାକୁ ହତ୍ୟା କରିଛି। ମୋତେ ଫାଶୀ ଦିଆଯିବ ଉଚିତ। ମୋ ବିଷୟରେ ଏପରି ରିପୋର୍ଟ କର ଯେପରି ମୁଁ ନିଶ୍ଚିତ ଭାବେ ଫାଶୀ ପାଇବି।’

ry 2

ନୂଆଦିଲ୍ଲୀ: ଗୁରୁଗ୍ରାମରେ ଟେନିସ୍ ଖେଳାଳି ରାଧିକା ଯାଦବ ହତ୍ୟା ମାମଲାର ପୁଲିସ ନିରନ୍ତର ତଦନ୍ତ ଜାରି ରଖିଛି। ଜୁଲାଇ ୧୨ ତାରିଖରେ କୋର୍ଟ ରାଧିକାଙ୍କ ହତ୍ୟା ଅଭିଯୁକ୍ତ ପିତା ଦୀପକ ଯାଦବଙ୍କୁ ୧୪ ଦିନର ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। 

ଦୀପକ ଯାଦବ ବି ପୁଲିସ ସମ୍ମୁଖରେ ନିଜର ଅପରାଧ ସ୍ୱୀକାର କରିଛନ୍ତି। ଟେନିସ୍ ଖେଳାଳି ରାଧିକା ଯାଦବଙ୍କ କାକା ବିଜୟ ଯାଦବ ଝିଆରି ହତ୍ୟା ଘଟଣାକୁ ନେଇ କହିଛନ୍ତି, "ହତ୍ୟା କରିବା ପରେ ଭାଇ ଦୀପକ ମୋତେ କହିଥିଲେ,‘ ଯେ ମୁଁ ମୋ କନ୍ୟାକୁ ହତ୍ୟା କରିଛି। ମୋତେ ଫାଶୀ ଦିଆଯିବ ଉଚିତ। ମୋ ବିଷୟରେ ଏପରି ରିପୋର୍ଟ କର ଯେପରି ମୁଁ ନିଶ୍ଚିତ ଭାବେ ଫାଶୀ ପାଇବି, କାରଣ ଆଗକୁ ମୁଁ ଆଉ ବଞ୍ଚିବାକୁ ଚାହୁଁ ନାହିଁ।’

ମୁଁ ଯଦି ପୂର୍ବରୁ ଜାଣି ଥାଆନ୍ତି ଭାଇଙ୍କ ମନରେ ଏଭଳି କିଛି ଧାରଣ ଅଛି। ନିଶ୍ଚିତ ଭାବେ ତାହାର ସମାଧାନ କରି ଦେଇଥାଆନ୍ତି। ଯାହାଫଳରେ ଏମିତି ଏକ ଆଘଟଣ ଘଟି ନଥାଆନ୍ତା। କିନ୍ତୁ ଏବେ ତ ସବୁକିଛି ଛାରଖାର ହୋଇଗଲା।’’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe