ରାଧିକାଙ୍କ ଆଇଫୋନ ଖୋଲିବ କି ହତ୍ୟାର ରହସ୍ୟ!

New Project (16)

ନୂଆଦିଲ୍ଲୀ: ଗୁରୁଗ୍ରାମରେ ଟେନିସ୍ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ଏବେ ବି ରହସ୍ୟ ଘେରରେ ରହିଛି। ଝିଅ ହତ୍ୟା ମାମଲାରେ ବାପା ଦୀପକ ଯାଦବଙ୍କୁ ପୁଲିସ ଗିରଫ କରିଛି। 

ଦୀପକ ପୁଲିସ ସାମ୍ନାରେ ନିଜର ଦୋଷ ସ୍ବୀକାର କରି କହିଥିଲେ, ‘ରାଧିକାଙ୍କୁ ବାରମ୍ବାର ତାଙ୍କର ଟେନିସ୍ ଏକାଡେମୀ ବନ୍ଦ କରିବାକୁ କହିଥିଲି। କିନ୍ତୁ ସେ ରାଜି ହୋଇ ନଥିଲା। ତେଣୁ ରାଗରେ ଏଭଳି ନିଷ୍ପତ୍ତି ନେଇଛି।’

ପୁଲିସ ରାଧିକାଙ୍କ ହତ୍ୟା ମାମଲାର ତଦନ୍ତ ନିରନ୍ତର ଜାରି ରଖିଥିବା ବେଳେ କୁହାଯାଉଛି କି ଏବେ କେବଳ ଟେନିସ ଖେଳାଳିଙ୍କ ଆଇଫୋନ୍ ହିଁ ହତ୍ୟାର ରହସ୍ୟର ସମାଧାନ କରିପାରିବ।

ଗୁରୁଗ୍ରାମ ପୁଲିସ ରାଧିକାଙ୍କ ଫୋନ୍ ଜବତ କରି ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଯୋଗ ବିଭାଗ ହରିୟାଣା (ଡିଆଇଟିଇସିଏଚ)କୁ ପଠାଇ ଦେଇଛି। ଡିଆଇଟିଇସିଏଚ ଫୋନକୁ ଅନଲକ୍ କରି ଏହାର ଡାଟା ପୁନରୁଦ୍ଧାର କରିବ। ଏହା ଦ୍ୱାରା ଗତ କିଛି ଦିନ ମଧ୍ୟରେ ସେ କାହା ସହିତ କଥା ହୋଇଛନ୍ତି ତାହା ମଧ୍ୟ ଜଣାପଡ଼ି ପାରିବ। 

ଏହା ସହିତ, ରାଧିକାଙ୍କ ସୋସିଆଲ ମିଡିଆରେ ଏବଂ କେଉଁ ପ୍ଲାଟଫର୍ମରେ ତାଙ୍କର କେତେ ପ୍ରୋଫାଇଲ୍ ଅଛି ତାହା ମଧ୍ୟ ତଦନ୍ତ କରାଯିବ। ଏହାପରେ ଏଥିରୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବା ନେଇ ଆଶା ରଖାଯାଇଛି।

ପୁଲିସର କହିବା ଅନୁଯାୟୀ, ରାଧିକା ଏକ ଆଇଫୋନ୍ ବ୍ୟବହାର କରୁଥିଲେ । ଏହି ଫୋନର ପାସୱାର୍ଡ କେହି ଜାଣି ନାହାଁନ୍ତି। ତଦନ୍ତରୁ ଜଣାପଡିଛି ଯେ ହତ୍ୟାର କିଛି ଦିନ ପୂର୍ବରୁ ରାଧିକା ତାଙ୍କର ସୋସିଆଲ ମିଡିଆ ପ୍ରୋଫାଇଲ୍ ଡିଲିଟ୍ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe