ସେପ୍ଟେମ୍ବରରେ ଆସିବ ରାଫେଲ୍‌, ବାୟୁସେନାର ଆକ୍ରମଣ ପଦ୍ଧତି ବଦଳିଯିବ

ଅମ୍ବାଲାରେ ନୂଆ ବେସ୍‌ ଷ୍ଟେସନ୍‌

ସେପ୍ଟେମ୍ବରରେ ଆସିବ ରାଫେଲ୍‌, ବାୟୁସେନାର ଆକ୍ରମଣ ପଦ୍ଧତି ବଦଳିଯିବ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ପୁଣି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ। ହିଜବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ବୁରହାନ୍‌ ୱାନିର ତୃତୀୟ ଶ୍ରାଦ୍ଧବାର୍ଷିକୀ ଦିନ ହିଁ ଆତଙ୍କବାଦୀମାନେ ପୁଲୱାମା ପରି ବଡ଼ ଧରଣର ଆକ୍ରମଣ ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ଜଣାଯାଇଛି । ପ୍ରାୟ ୮ ଜଣ ପାକିସ୍ତାନୀ ଆତଙ୍କବାଦୀ ନିକଟରେ ପୁଲୱାମାରେ ଆସି ପହଞ୍ଚି ସାରିଛନ୍ତି। ସୁରକ୍ଷାବାହିନୀକୁ ଟା‌ର୍ଗେଟ୍‌ କରିବା ପାଇଁ ଏହି ଆତଙ୍କବାଦୀ ଗୋଷ୍ଠୀରେ ସ୍ନାଇପର ମଧ୍ୟ ରହିଥିବା ଜଣାପଡ଼ିଛି । ସେମାନେ ପୁଲୱାମାର ଜାତୀୟ ରାଜପଥକୁ ହିଁ ଟା‌ର୍ଗେଟ୍‌ କରିବା ଯୋଜନା କରିଥିବା ଜଣାପଡ଼ିବା ପରେ ମିଳିତ ସୁରକ୍ଷା ବାହିନୀର ଏକ ଜରୁରୀ ବୈଠକରେ ନୂଆ ସୁରକ୍ଷା ରଣନୀତି ପ୍ରସ୍ତୁତ କରାଯାଇଛି । ଅବନ୍ତିପୁରାର ଚେଚିକୋଟ୍‌ ପ୍ଲାଜାରୁ ପୁଲୱାମାର ଗଲନ୍ଦେର ପର୍ଯ୍ୟନ୍ତ ଅଂଚଳ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରହିବ। ୱାନିର ଗୃହ ସହର ତ୍ରାଲ୍‌ରେ ହୋଇଥିବାରୁ ଆତଙ୍କବାଦୀମାନେ ପୁଲୱାମାରେ ଆକ୍ରମଣ ଯୋଜନା କରିଛନ୍ତି।

ଉଲ୍ଲେଖଯୋଗ୍ୟ ୱାନି ୨୦୧୬ ଜୁଲାଇ ୮ ତାରିଖରେ ଅନନ୍ତନାଗର କୋକେରନାଗ୍‌ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିଲା। ୱାନି ନିପାତ ହେବା ଘଟଣାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଥିଲା। କଶ୍ମୀରରେ ଦୀର୍ଘ ଦିନ ଧରି କର୍ଫ୍ୟୁ ବଳବତ୍ତର ରହିଥିଲା। ୱାନିର ଏନ୍‌କା‌ଉଣ୍ଟର ପରେ ୪ ମା‌ସ ଭିତରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ୮୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୦୦୦ରୁ ଅଧିକ ଆହତ ହୋଇଥିଲେ। ପାକିସ୍ତାନ ୱାନିକୁ ସମର୍ଥନ କରୁଥିଲା ଏବଂ ତାକୁ ଏକ ସ୍ବାଧୀନତା ସଂଗ୍ରାମୀ ବୋଲି କହିଥିଲା। ତେବେ ପାକିସ୍ତାନ ଏବେ ଆନ୍ତର୍ଜାତିକ ସମୁଦାୟର ଚାପରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା କହୁଥିଲେ ମଧ୍ୟ ଅସଲରେ କୌଣସି ଫଳପ୍ରଦ ପଦକ୍ଷେପ ନେଉନାହିଁ ଏବଂ ଭାରତକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe