ପ୍ରତିରକ୍ଷା ମନ୍ତ୍ରାଳୟରୁ ରାଫେଲ୍‌ ଡିଲ୍‌ କାଗଜପତ୍ର ଚୋରି ହୋଇଛି: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

Advertisment
ପ୍ରତିରକ୍ଷା ମନ୍ତ୍ରାଳୟରୁ ରାଫେଲ୍‌ ଡିଲ୍‌ କାଗଜପତ୍ର ଚୋରି ହୋଇଛି: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ନିଜର ଡିସେମ୍ବର ୧୪ ତାରିଖ ଦିନର ରାଫେଲ୍‌ ଜେଟ୍‌ ଡିଲ୍‌ ସଂକ୍ରାନ୍ତ ରାୟର ସମୀକ୍ଷା ପାଇଁ ଆଗତ ଗୁଡ଼ାଏ ପିଟିସନ୍‌ର ଶୁଣାଣି ବୁଧବାର ଦିନ ଆରମ୍ଭ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଜଷ୍ଟିସ୍‌ ସଞ୍ଜୟ କିଷନ୍‌ କୌଲ୍‌ ଏବଂ ଜଷ୍ଟିସ୍‌ କେଏମ୍‌ ଜୋସେଫଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମୁକ୍ତ ଅଦାଲତରେ ସମୀକ୍ଷା ପାଇଁ ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରୁଛନ୍ତି। ଆରମ୍ଭରେ ସୁପ୍ରିମ୍‌ କୋର୍ଟ କହିଲେ କି, ଫେବ୍ରୁଆରି ପୂର୍ବରୁ ଦାଖଲ ହୋଇ ନ ଥିବା କୌଣସି ଅତିରିକ୍ତ ସତ୍ୟପତ୍ର ବା ଅନ୍ୟକୌଣସି ଦଲିଲ୍‌ର ଶୁଣାଣି କରିବେ ନାହିଁ।

କେନ୍ଦ୍ର ସରକାରଙ୍କ ତରଫରୁ ହାଜର ହୋଇଥିବା ଏଜି କେ କେ ବେଣୁଗୋପାଳ ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କି, ଆଡ୍‌ଭୋକେଟ୍‌ ପ୍ରଶାନ୍ତ ଭୂଷଣ ଦେଇଥିବା ରାଫେଲ୍‌ ଡିଲ୍‌ ସଂକ୍ରାନ୍ତ ଦଲିଲ୍‌ ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଛି। ସେ କହିଛନ୍ତି: ସରକାରୀ କର୍ମଚାରୀଙ୍କ ଦ୍ୱାରା କେତେକ ନିର୍ଦ୍ଦିଷ୍ଟ କାଗଜପତ୍ର ଚୋରି ହୋଇଥିବା ବିଷୟରେ ତଦନ୍ତ ଚାଲିଛି। ଦେଶର ପ୍ରତିରକ୍ଷାରେ ସମ୍ପୃକ୍ତ ପ୍ରତିରକ୍ଷା ସାମଗ୍ରୀ କିଣାକିଣି ବ୍ୟପାରରେ ଆମେ ସମ୍ପୃକ୍ତ। ଏହା ଅତି ସ୍ପର୍ଶ କାତର ମାମଲା।

ଏହି କାଗଜପତ୍ର ଚୋରି ହେବା ପରେ ପ୍ରଘଟ ହୋଇ ଖବରକାଗଜମାନଙ୍କରେ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe