ରାଫେଲ ମାମଲାରେ ସରକାରଙ୍କ ନୂଆ ସତ୍ୟପାଠ : ପିଏମ୍‌ଓର ତଦାରଖ ‘ହସ୍ତକ୍ଷେପ’ ନୁହେଁ

Advertisment
ଏଣିକି ଭାରତରେ ଥାଇ ବି ପାକିସ୍ତାନର ଯେକୌଣସି ଟାର୍ଗେଟକୁ ଧ୍ବଂସ କରିପାରିବ ବାୟୁସେନା

image credit : dassault

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ମାମଲାରେ ଆଜି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ନୂଆ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କେନ୍ଦ୍ର ସରକାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଦ୍ବାରା ରାଫେଲ କ୍ରୟ ପ୍ରକ୍ରିୟା ନେଇ ଯେଉଁ ତଦାରଖ କରାଯାଉଥିଲା ତାହା କୌଣସି ପ୍ରକାର ହସ୍ତକ୍ଷେପ ଭାବେ ଦେଖାଯାଇ ପାରିବ ନାହିଁ। ରାଫେଲ ଦସ୍ତାବିଜ୍‌ର କେତେକ ଫଟୋକପି ପ୍ରକାଶ କରି କେବଳ ବିଭ୍ରାନ୍ତି ସୃଷ୍ଟି କରାଯାଇଛି ଏବଂ ଏହାକୁ ଆଧାର କରି ସବୁକିଛି ସାର୍ବଜନୀନ କରାଯିବା ଉଚିତ ନୁହେଁ ବୋଲି ସରକାର କହିଛନ୍ତି। ଦୁଇ ଦେଶ ମଧ୍ୟରେ ସଂପନ୍ନ ହୋଇଥିବା ଏହି ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ନିର୍ଦ୍ଧାରିତ ସର୍ତ୍ତାବଳୀ ଆଧାରରେ ହୋଇଥିବାରୁ ଏ ଦିଗରେ ଯଥାସମ୍ଭବ ସତକର୍ତା ଅବଲମ୍ବନ ଜରୁରୀ ବୋଲି ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଭାରତ ଏବଂ ପ୍ରାନ୍ସ ସରକାର ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ସୁରୁଖୁ‌ରୁରେ ସଂପୂର୍ଣ୍ଣ କରିବା ପାଇଁ ମିଳିତ ପ୍ରୟାସ କରିଥିଲେ ଏବଂ ଏଥିପାଇଁ ପିଏମ୍‌ଓ ତଦାରଖରେ ଏହାକୁ ତ୍ବରାନ୍ବିତ କରାଯାଇଥିଲା ବୋଲି କୁହାଯାଇଛି।

ରାଫେଲ ଚୁକ୍ତି ନେଇ ସାର୍ବଜନୀନ ହୋଇଥିବା ଦସ୍ତାବିଜକୁ ପ୍ରମାଣ ଭାବେ ଗ୍ରହଣ କରିବା ପାଇଁ ସୁପ୍ରିମ୍‌ କୋର୍ଟ ରାଜି ହେବାପରେ ଏହି ମାମଲାରେ ପୁନଃ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୬ ତାରିଖ ଦିନ ହେବ। ଭାରତ ଫ୍ରାନ୍ସ ସହ ୩୬ଟି ରାଫେଲ ଲଢ଼ୁଆ ବିମାନ କ୍ରୟ ପାଇଁ କରିଥିବା ଚୁକ୍ତିକୁ ବିରୋଧ କରି କେତେକ ସଂଗଠନ ସୁପ୍ରିମ୍‌ କୋର୍ଟରେ ମାମଲା ରୁଜୁ କରିଥିବା ବେଳେ ଏହି ମାମଲାରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଲଗାତାର ଟାର୍ଗେଟ୍‌ କରିଚାଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe