ରାଫେଲ ସାମିଲ ହେବା ପରେ ଆତଙ୍କିତ ହେଲା ଚୀନ୍‌; ଜାଣନ୍ତୁ ଆତଙ୍କ ପଛର ୧୦ କାରଣ

ରାଫେଲ ସାମିଲ ହେବା ପରେ ଆତଙ୍କିତ ହେଲା ଚୀନ୍‌; ଜାଣନ୍ତୁ ଆତଙ୍କ ପଛର ୧୦ କାରଣ

ନୂଆଦିଲ୍ଲୀ: ସଦା ସର୍ବଦା ଲୌହ ପରଦାର ଅନ୍ତରାଳରେ ଆତ୍ମଗୋପନ କରି ନିଜକୁ ସର୍ବ ଶକ୍ତିମାନ ମନେ କରୁଥିବା ଚୀନ୍‌ ଏବେ ଭାରତୀୟ ବାୟୁସେନାକୁ ନେଇ ଆତଙ୍କିତ ହୋଇପଡ଼ିଛି। ପୂର୍ବ ପରାଜୟର ଗ୍ଲାନି ଓ ଲଜ୍ଜାରୁ ମୁକୁଳି ପାରି ନଥିବା ଚୀନ୍‌ ନିଜର ସ୍ୱଭାବ ସୁଲଭ ଢ଼ଙ୍ଗରେ ସଂପ୍ରତି ଏଲଏସିର ଲଦାଖ ସୀମାନ୍ତରେ ଉତ୍ପାତ ଆରମ୍ଭ କରିଥିବା ବେଳେ ଭାରତୀୟ ବାୟୁସୀମାରେ ସାମିଲ ହୋଇଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦୁର୍ଦ୍ଧଷ ଓ ଭୟଙ୍କର ଘାତକ ଲଢ଼ୁଆ ବିମାନ ରୂପେ ପରିଗଣିତ ହେଉଥିବା ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ କମ୍ପାନି ନିର୍ମିତ ସର୍ବାଧୁନିକ ରାଫେଲ ଜେଟ୍‌। ତେବେ, ଆସନ୍ତୁ ଜାଣିବା କ’ଣ ସବୁ ରହିଛି ରାଫେଲରେ ଯାହାକୁ ନେଇ ଏତେ ଭୟଭୀତ ଚୀନ୍‌...

publive-image Al Jajeera

୧) ରାଫେଲ୍‌ ହେଉଛି ଏକ ସର୍ବାଧିକ କ୍ଷମତା ସଂପନ୍ନ ମଧ୍ୟମ ମଲ୍‌ଟି-ରୋଲ୍‌ ଯୁଦ୍ଧ ବିମାନ। ଏହା ହେଉଛି ସର୍ବାଧୁନିକ ୪ର୍ଥ ପିଢ଼ିର ଯୁଦ୍ଧ ବିମାନ ମଧ୍ୟରୁ ଅନ୍ୟତମ।
୨) ଏଥିରେ ଆଣବିକ ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ଉଚ୍ଚ ଓ ଶକ୍ତଶାଳୀ କ୍ଷମତା ସଂପନ୍ନ ଅସ୍ତ୍ରଶସ୍ତ୍ର ସବୁକୁ ବହନ କରିବା ସହିତ ସେଗୁଡ଼ିକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ନିକ୍ଷେପ କରିବାର କ୍ଷମତା ରହିଛି।
୩) ରାଫେଲ ଜେଟ୍‌ ଏପରି ଭାବରେ ନିର୍ମିତ ହୋଇଛି ଯେ ଏହା ନିଜେ ଅନ୍‌ବୋର୍ଡ ସିଷ୍ଟମ୍‌ ସହିତ ନିଜକୁ ଶତ୍ରୁ କବଳରୁ ବଞ୍ଚାଇ ପାରିବା ସହ ନିଜକୁ ସୁରକ୍ଷିତ ମଧ୍ୟ ରଖି ପାରିବ।
୪) ଶତ୍ରୁ ପକ୍ଷର ବଳୟ ବା ବୂହ୍ୟ ମଧ୍ୟରେ ଥାଇ ସୁଦ୍ଧା ରାଫେଲ ନିଜକୁ ସୁରକ୍ଷିତ ରଖି ନିଜର ଲକ୍ଷ୍ୟଭେଦ କରି ପାରିବ।
୫) ରାଫେଲ୍‌ ଯୁଦ୍ଧ ବିମାନର ଦୁଇଟି ଇଞ୍ଜିନ୍‌ ଅଛି ଏବଂ ପ୍ରତ୍ୟେକ ଇଞ୍ଜିନ୍‌ରେ ୨୦୦୦ ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ବହନ କରିବାର କ୍ଷମତା ରହିଛି।
୬) ଏହି ଯୁଦ୍ଧ ବିମାନରେ ଆକ୍ଟିଭ୍‌ ଇଲେକ୍ଟ୍ରୋନିକ୍‌ ସ୍କାନ୍‌ ରାଡାର ଅଛି ଯାହାକି ୩୫୦ କିଲୋମିଟରରୁ ଅଧିକ ଦୂରତାରେ ଥାଇ ଶତ୍ରୁର ସ୍ଥିତିକୁ ଜାଣିପାରିବ।

publive-image
୭) ରାଫେଲ୍‌ ଯୁଦ୍ଧ ବିମାନର ଲୁକ୍‌ ଡାଉନ୍‌ ସୁଟ୍‌ ଡାଉନ୍‌ କ୍ଷମତା ଅଛି। ରାଫେଲରେ ଏକ ଇଣ୍ଟିଗ୍ରେଟେଡ୍‌ ଇଲେକ୍ଟ୍ରୋନିକ୍‌ ଓ୍ଵାରଫେୟାର ବ୍ୟବସ୍ଥା ମଧ୍ୟ ଅଛି।
୮) ରାଫେଲ ଯୁଦ୍ଧ ବିମାନରେ ଏକାଥରରେ ୬ଟି ଏୟାର-ଟୁ-ଏୟାର ମିସାଇଲ ଏବଂ ୬ଟି ସ୍ପେଶାଲିଷ୍ଟ ବୋମା ପରିବହନ କରିବାର କ୍ଷମତା ରହିଛି। ରାଫେଲ୍‌ ଭିଜୁଆଲ୍‌ ରେଞ୍ଜ୍‌ ଏୟାର-ଟୁ-ଏୟାର ମିସାଇଲ୍‌ ଏବଂ ଏୟାର-ଟୁ ଗ୍ରାଉଣ୍ଡ କ୍ଷେପଣାସ୍ତ୍ର ପରିବହନ ସହ ଲକ୍ଷ୍ୟନିଷ୍ଟ ଭାବେ ନିକ୍ଷେପ କରିବାର କ୍ଷମତା ରଖିଛି।
୯) ରାଫେଲରେ ଏୟାର-ଟୁ-ଏୟାର ରିଫିଲିଂ କ୍ଷମତା ଅଛି। ଏହା ଅନ୍ୟ ଏକ ବିମାନକୁ ସାଙ୍ଗ ବା ବୁଡି ମୋଡରେ ଇନ୍ଧନ ଦେଇପାରେ।
୧୦) ଭାରତୀୟ ବାୟୁସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣକାରୀ କମ୍ପାନି ଦାସଲ୍ଟ ଏଭିଏସନ୍‌ ଏହାକୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରିଛି। ଏଥିମଧ୍ୟରେ ଇସ୍ରାଏଲ୍‌ ହେଲମେଟ-ମାଉଣ୍ଟେଡ୍‌ ଡିସପ୍ଲେ, ଲୋ ବ୍ୟାଣ୍ଡ ଜାମର, ରାଡାର ଚେତାବନୀ ରସିଭର୍‌, ଇନଫ୍ରା-ରେଡ୍‌ ସର୍ଚ୍ଚ ଏବଂ ଟ୍ରାକିଂ ସିଷ୍ଟମ, ସମେତ ୧୦ ଘଣ୍ଟିଆ ଫ୍ଲାଇଟ୍‌ ଡାଟା ରେକର୍ଡିଂ ଅନ୍ତର୍ଭୁକ୍ତ।

publive-image

ଭାରତ ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ ଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟ କରିବା ପାଇଁ ଭାରତୀୟ ବାୟୁସେନା ଚୁକ୍ତି ସ୍ୱାକ୍ଷର କରିଛି। ଗତକାଲି (ସୋମବାର) ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରି ସାରିଛି ଏବଂ ଆସନ୍ତାକାଲି (ବୁଧବାର) ପଞ୍ଜାବର ଅମ୍ବାଲା ବେସ୍‌ରେ ଅବତରଣ କରିବ। ଭରତୀୟ ବାୟୁସେନାରେ ରାଫେଲ ସାମିଲ ହୋଇଯିବା ପରେ ଏହା ଭାରତର ବାୟୁ ପ୍ରତିରକ୍ଷା ପାଇଁ ସବୁଠାରୁ ଶକ୍ତିଶାଳୀ ପ୍ଲାଟଫର୍ମ ରୂପେ କାର୍ଯ୍ୟ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe