Image Courtesy of Mint
ବେଙ୍ଗାଲୁରୁ: ‘ରାଫେଲ୍ ଲଢୁଆ ବିମାନ’ ଚୀନ୍ ସୈନ୍ୟ ଶିବିରରେ ଚିନ୍ତାର କାରଣ ହୋଇଥିବା କଥା ଆଜି ଭାରତୀୟ ବାୟୁସେନାର ମୁଖ୍ୟ ଆର୍କେଏସ୍ ଭଦୌରିଆ କହିଛନ୍ତି।
ଚୀନ୍ର ସୈନ୍ୟ ଶିବିରରେ ରାଫେଲ୍ ଲଢୁଆ ବିମାନ ଚିନ୍ତାର କାରଣ ହୋଇଛି କି, ବୋଲି ପଚରାଯିବାରୁ ସେ କହିଲେ, ଅବଶ୍ୟ ଏହା ଚିନ୍ତାର କାରଣ ହେବା କଥା।
ଭାରତୀୟ ବାୟୁସେନା ମୁଖ୍ୟ ଆହୁରି ମଧ୍ୟ କହିଲେ, ପୂର୍ବ ଲଦାଖର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ସେମାନେ ଜେ-୨୦ ଲଢୁଆ ବିମାନ ଆଣିଛନ୍ତି। ସେଠାରୁ ସେ ସବୁ ଉଡ଼ାଣ ଆରମ୍ଭ କରିବେ। ଭାରତ ରାଫେଲ୍ ଆଣିବା କ୍ଷଣି ସେମାନେ ଜେ-୨୦ ଲଢୁଆ ବିମାନ ଆଣି ପହଞ୍ଚାଇଛନ୍ତି। ଆମେ ସେମାନଙ୍କର କାର୍ଯ୍ୟଧାରା ଓ ସାମର୍ଥ୍ୟ ଜାଣିଛୁ।
Image Courtesy of Rediffmailଗଣମାଧ୍ୟମକୁ ସେ କହିଛନ୍ତି, ଭାରତ-ଚୀନ୍ ସୀମାନ୍ତ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା ଚାଲିଛି। ସବୁକିଛି ଆଲୋଚନାର ଧାରା ଉପରେ ନିର୍ଭରଶୀଳ। ସେଥିପ୍ରତି ବେଶ୍ ଧ୍ୟାନ ଦିଆଯାଇଛି। ଉତ୍ତେଜନା ହ୍ରାସ ଓ ସୈନ୍ୟ ଅପସାରଣ ହେଲେ ଭଲ। ଯଦି ତାହା ନ ହୁଏ, କିଂବା ନୂଆ କିଛି ପରିସ୍ଥିତି ସୃଷ୍ଟି ହୁଏ, ସେଥିପ୍ରତି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ।
ଚୀନ୍ର ଲଢୁଆ ବିମାନ ମୁତୟନ କରାଯିବା ଏବଂ ମୁତୟନ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନରୁ ଜଣାପଡୁଛି ଯେ, ସେମାନେ ଏ ସବୁ ପ୍ରତ୍ୟାହାର କରିପାରନ୍ତି। କିନ୍ତୁ, ଚୀନ୍ ସମ୍ପୃକ୍ତ ଅଞ୍ଚଳରେ ଗ୍ରହଣ କରୁଥିବା ଅନ୍ୟାନ୍ୟ ପଦକ୍ଷେପ ସବୁ ତା’ର ବାୟୁସେନାର ସାମର୍ଥ୍ୟକୁ ସୁଦୃଢ଼ କରିବା ପରି ମନେହେଉଛି।
Follow Us