ANI Twitter
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ତାଙ୍କର ୨.୦ ‘ରାଜ୍’ ଆରମ୍ଭ କରିଥିବା ବେଳେ, ଆଜି ସକାଳୁ ସକାଳୁ ଭାରତୀୟ ବାୟୁସେନାର ଏୟାର ଚିଫ୍ ମାର୍ଶାଲ ବି ଏସ୍ ଧନୋଆଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ନିବାସ ସମ୍ମୁଖରେ ରାଫେଲ ଲଢ଼ୁଆ ବିମାନର ଏକ ‘ରେପଲିକା’ ବା ପ୍ରତିକୃତିକୁ ସ୍ଥାପନ କରାଯିବା ଘଟଣା ଦେଶର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
ଉଲ୍ଲେଖଯୋଗ୍ୟ, ଭାରତୀୟ ବାୟୁସେନାର ଏୟାର ଚିଫ୍ ମାର୍ଶାଲ ବି ଏସ୍ ଧନୋଆଙ୍କ ନୂଆଦିଲ୍ଲୀସ୍ଥିତ ସରକାରୀ ନିବାସ, କଂଗ୍ରେସ ମୁଖ୍ୟାଳୟର ଠକ୍ କଡ଼ରେ ଅବସ୍ଥିତ। ପୁଣି, ସଦ୍ୟସମାପ୍ତ ୨୦୧୯ ନିର୍ବାଚନର ପ୍ରଚାର କାଳରେ ଭାରତ ଫ୍ରାନ୍ସର ଦସଲ୍ଟ ଏଭିଏସନ୍ ଠାରୁ କିଣିବାକୁ ଥିବା ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲକୁ ବହୁ ବିବାଦ ଓ ବିତର୍କର ସୂତ୍ରପାତ ହୋଇଥିଲା। ବିିରୋଧୀ କଂଗ୍ରେସ ରାଫେଲକୁ କେନ୍ଦ୍ର କରି ପ୍ରଧାନମନ୍ତ୍ରୀ ମୋଦି ଓ ଏନ୍ଡିଏକୁ ଘେରିବାକୁ ଉଦ୍ଦ୍ୟମ କରିଥିଲା। ହେଲେ, ଏହା କଂଗ୍ରେସ ପାଇଁ ଫଳପ୍ରଦ ହେବା ପରିବର୍ତ୍ତେ ବରଂ ବୁମେରାଂ ହେଲା ଏବଂ ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ନିର୍ବାଚନରେ ଅଦ୍ଭୂତପୂର୍ବ ସଫଳତା ପାଇଥିବା ବେଳେ କଂଗ୍ରେସ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ପାଇବାରୁ ସୁଦ୍ଧା ବଞ୍ଚିତ ହେଲା।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ ‘ରାଜ୍’ ଆରମ୍ଭ ସହ କଂଗ୍ରେସ ମୁଖ୍ୟାଳୟର ଠକ୍ କଡ଼ରେ ରାଫେଲ ଲଢ଼ୁଆ ବିମାନର ଏକ ‘ରେପଲିକା’ ପ୍ରତିକୃତିକୁ ସ୍ଥାପନ କରାଯିବା ଘଟଣା ଦେଶର ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି।
Follow Us