ଶେଷ ହେଲା ରାଫେଲ୍‌ ପ୍ରକଳ୍ପ; ବୈଶ୍ବିକ ବିଶୃଙ୍ଖଳିତ ବାତାବରଣରେ ଭାରତ ଓ ଫ୍ରାନ୍ସ୍‌ର ସମ୍ପର୍କ ସୁଦୃଢ଼

Advertisment
ଶେଷ ହେଲା ରାଫେଲ୍‌ ପ୍ରକଳ୍ପ; ବୈଶ୍ବିକ ବିଶୃଙ୍ଖଳିତ ବାତାବରଣରେ ଭାରତ ଓ ଫ୍ରାନ୍ସ୍‌ର ସମ୍ପର୍କ ସୁଦୃଢ଼

Image Courtesy of Flipboard

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଫ୍ରାନ୍‌ସ୍‌ ଭାରତକୁ ୩ଟି ରାଫେଲ୍‌ ଲଢୁଆ ବିମାନ ହସ୍ତାନ୍ତର କରିବା ପରେ ରାଫେଲ୍‌ ପ୍ରକଳ୍ପର ଅବସାନ ‌ଘଟିଛି। ଏହାକୁ ମିଶାଇ ଫ୍ରାନ୍ସ୍ ଭାରତକୁ ୩୫ଟି ରାଫେଲ୍‌ ବିମାନ ଯୋଗାଇ ସାରିଛି। ରାଜିନାମା ମୁତାବକ ଫ୍ରାନ୍ସ୍‌ ଭାରତକୁ ୩୬ଟି ବିମାନ ଯୋଗାଇ ଦେବାକୁ କଥା, କିନ୍ତୁ ବାକି ଗୋଟିକରେ ଭାରତ ଚାହୁଁଥିବା ମୁତାବକ ପରିବର୍ତ୍ତନ କରାଯାଉଛି। ଆସନ୍ତା ମାସରେ ସେଇଟିକୁ ଫ୍ରାନ୍‌ସରେ ଭାରତକୁ ହସ୍ତାନ୍ତର କରାଯିବ ବୋଲି ଆଶା କରାଯାଉଛି।

ଭାରତରେ ୩ଟି ଫରାସୀ ଲଢୁଆ ବିମାନ ଅବତରଣ କରିବା ପରେ ‘ଫ୍ରେଞ୍ଚ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ରିଲେସନ୍‌ସ୍‌’ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ‘ଭାରତ ଦୃଷ୍ଟିରେ ଫ୍ରାନ୍‌ସ୍‌’ ଉପରେ ଭାଷଣ ଦେଇ କହିଛନ୍ତି, ୟୁରୋପରେ ଦେଖା ଦେଇଥିବା ସଙ୍କଟ ସମେତ ସମ୍ପ୍ରତି ବିଶ୍ବରେ ଏକାଧିକ ସଙ୍କଟ ଦେଖାଦେଇଛି। ଆନ୍ତର୍ଜାତିକ ସମ୍ପର୍କ, ଆନ୍ତର୍ଜାତିକ ଅର୍ଥନୀତି ଏବଂ ବୈଷୟିକ ପରିବର୍ତ୍ତନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ପରିବର୍ତ୍ତନ ସମୟରେ ଏ ସବୁ ସଙ୍କଟ ଉପୁଜିଛି। ମହାମାରୀଜନିତ ବାଧାବିପତ୍ତି ମଧ୍ୟ ସଙ୍କଟ ଧାରାକୁ ଆହୁରି ତେଜିୟାନ୍‌ କରି ଦେଇଛି। ସବୁ ସଙ୍କଟ ସମ୍ମିଳିତ ହୋଇ ବିଶ୍ବ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି। ଆଜି ଆଉ ପୂର୍ବରୁ ସୌହାର୍ଦ୍ଦ୍ୟ ବାତାବରଣ ନାହିଁ।

publive-image Image Courtesy of Arab News PK

ଏଭଳି ସଙ୍କଟ ମୁକାବିଲା କରିବା ଲାଗି ସମସ୍ତ ରାଷ୍ଟ୍ର ନିଜ ନିଜର ପ୍ରାଥମିକତା, ରଣନୀତି, ସମ୍ପର୍କ ଏବଂ ଭୂଖଣ୍ଡର ପୁନଃ ଆକଳନ କରୁଛନ୍ତି। ପରିସ୍ଥିତି ଘଟୁଥିବା ଦ୍ରୁତ ପରିବର୍ତ୍ତନ ସହ ଖାପ ଖୁଆଇବା ପାଇଁ ଆମେ ବିବ୍ରତ ହୋଇପଡୁଛୁ। ଦୀର୍ଘ ଦିନରୁ ସତ୍ୟ ବୋଲି ପ୍ରତୀୟମାନ ହେଉଥିବା କଥାଗୁଡ଼ିକୁ ମଧ୍ୟ ପରଖୁଛୁ।

ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ଗତ ଦୁଇ ଦଶନ୍ଧି ହେବ ବିଶ୍ବସ୍ତରରେ ଭାରତ ଅନେକ ଆନ୍ତର୍ଜାତିକ ସମ୍ପର୍କରେ ପରିବର୍ତ୍ତନ ଘଟିଛି କିନ୍ତୁ, ଫ୍ରାନ୍‌ସ୍ ସହ ଭାରତର ସମ୍ପର୍କ ଆଗାମୀ ବହୁ ପିଢ଼ିଯାଏଁ ସୁଦୃଢ଼ ରହିବ। ଦୋଦୁଲ୍ୟମାନ ପରିସ୍ଥିତି ଦେଇ ମଧ୍ୟ ଭାରତ ଓ ଫ୍ରାନ୍ସ୍‌ ଦୃଢତାର ସହ ଅଗ୍ରସର ହୋଇଛନ୍ତି। ଅବଶ୍ୟ ପରିସ୍ଥିତିକୁ ଗ୍ରହଣ କରି ଉଭୟ ରାଷ୍ଟ୍ର ଦ୍ବିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ କରି ଚାଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe