aajtak
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପରେଡ ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଚଳିତ ବର୍ଷ ରାଫେଲର ଦମ ଦେଖାଇବାକୁ ଯାଉଛି ଭାରତ। ପରେଡରେ ସାମିଲ ହେବ ଗତବର୍ଷ ଭାରତକୁ ଆସିଥିବା ରାଫେଲ ବିମାନ। ପରେଡ ସମୟରେ ମେକ୍ ଇନ୍ ଇଣ୍ଡିଆ ଥିମ୍ ଅନ୍ତର୍ଗତ ଭାରତୀୟ ବାୟୁସେନାର ପ୍ରମୁଖ ଯୁଦ୍ଧବିମାନଗୁଡ଼ିକର ପ୍ରଦର୍ଶନ କରାଯିବ। ପ୍ରଥମ ଥର ପାଇଁ ରାଫେଲର ପ୍ରଦର୍ଶନ ସର୍ବସାଧାରଣରେ ପରିବେଷଣ କରାଯିବ ବୋଲି ଜଣାପଡ଼ିଛି |
ପରେଡ ସମୟରେ ସମୁଦାୟ ୪୨ବିମାନ ଉଡ଼ାଣର ଅଂଶ ହେବେ। ରାଫେଲ ବ୍ୟତୀତ ସୁଖୋଇ-୩୦, ମିଗ-୨୯, ଜାଗୁଆର ଏବଂ ଅନ୍ୟାନ୍ୟ ବିମାନ ଫ୍ଲାଏ ପାଷ୍ଟରେ ସାମିଲ ହେବେ। ଫ୍ଲାଏ ପାଷ୍ଟରେ ଚିନୁକ୍ ଟ୍ରାନ୍ସପୋର୍ଟ ହେଲିକପ୍ଟର, ଆପାଚେ କମ୍ବାଟ୍ ହେଲିକପ୍ଟର ସି ୧୩୦ଜେ ପରିବହନ ବିମାନ ମଧ୍ୟ ଅନ୍ତର୍ଭୁକ୍ତ ହେବ। ଚିନୁକ୍ ହେଲିକପ୍ଟରଟି ଆମେରିକାରେ ନିର୍ମିତ ଏବଂ ୨୦୧୯ ମସିହାରେ ବାୟୁସେନାରେ ସାମିଲ କରାଯାଇଥିଲା | ଭାରତରେ ୪ଟି ଚିନୁକ୍ ହେଲିକପ୍ଟର ଅଛି। ତେବେ ରାଫେଲ ସହ ତେଜସ୍, ଆଷ୍ଟ୍ରା କ୍ଷେପଣାସ୍ତ୍ର ଏବଂ ରୋହିନୀ ସର୍ଭିଲାନ୍ସ ରାଡାର ମଧ୍ୟ ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି।
Greek City Timesଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀରେ ସୁରକ୍ଷା ବୃଦ୍ଧି କରାଯିବା ସହ ଭାରତରୁ ଖସି ପଳାଇଥିବା ଆତଙ୍କବାଦୀଙ୍କ ପୋଷ୍ଟର ମଧ୍ୟ ଅନେକ ସ୍ଥାନରେ ଲଗାଯାଇଛି। କରୋନା ଭୂତାଣୁ ମହାମାରୀକୁ ଦୃଷ୍ଟିରେ ରଖି ଜାନୁଆରୀ ୨୬ରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଏଥର ବିଶେଷ ସତର୍କତା ଅବଲମ୍ବନ କରାଯାଉଛି।
Follow Us