ରାଫେଲ୍‌ ରାୟର ସମୀକ୍ଷା କରିପାରନ୍ତି ସୁପ୍ରିମ୍‌ କୋର୍ଟ

Advertisment
ରାଫେଲ୍‌ ରାୟର ସମୀକ୍ଷା କରିପାରନ୍ତି ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଚୁକ୍ତି ମାମଲାରେ ସୁପ୍ରିମ୍‌ କୋର୍ଟ ପୂର୍ବରୁ ଦେଇଥିବା ରାୟର ପୁନର୍ବିଚାର କରିବା ପାଇଁ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି ନିମନ୍ତେ ସୁପ୍ରିମ୍‌ କୋର୍ଟ ସହମତି ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଏଥିପାଇଁ ତାରିଖ ଧାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ରାଫେଲ ସଂକ୍ରାନ୍ତ ସମସ୍ତ ଆବେଦନର ଶୁଣାଣି ପାଇଁ ଏକ ଖଣ୍ଡପୀଠ ଗଠନ କରିବା ଆବଶ୍ୟକ ଥିବାରୁ ଏଥିପାଇଁ ସମୟ ଲାଗିବ ବୋଲି ସେ କହିଛନ୍ତି। ୧୪ ଡିସେମ୍ବରରେ ସୁପ୍ରିମ୍‌ କୋର୍ଟ ରାଫେଲ ବାବଦରେ ଦେଇଥିବା ରାୟର ପୁନଃ ସମୀକ୍ଷାର ଜରୁରୀ ଶୁଣାଣି ପାଇଁ ଆଇନଜୀବୀ ଭୂଷଣ ଆବେଦନ କରିଥିଲେ। ସୁପ୍ରିମ୍‌ କୋର୍ଟ ରାୟରେ ଥିବା କେତେକ ତ୍ରୁଟି ସଂଶୋଧନ ପାଇଁ କେନ୍ଦ୍ର ସରକାର ମଧ୍ୟ ଆବେଦନ ଦାଖଲ କରିଛନ୍ତି। ସିଏଜି ରିପୋର୍ଟ ସଂସଦରେ ଉପସ୍ଥାପିତ ହୋଇସାରିଥିବା ସଂପର୍କରେ ଯାହା ରାୟରେ ଉଲ୍ଲେଖ ରହିଛି ତାହା ଠିକ୍‌ ନୁହେଁ ବୋଲି ସରକାର ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ସରକାର ରାଫେଲ ଯୁଦ୍ଧ ବିମାନ ଚୁକ୍ତି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କୁ ବିଭ୍ରାନ୍ତ କରିଥିଲେ ଏବଂ ମିଥ୍ୟା ତଥ୍ୟ ଦାଖଲ କରି ରାୟକୁ ନିଜ ସପକ୍ଷରେ ନେବାକୁ ପ୍ରୟାସ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe