୧୪ ମାସ ପରେ ବିଜେପିକୁ ଫେରିଲେ ରଘୁବର ଦାସ

ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେବାପରେ ରଘୁବର ଦାସ ପୁଣି ଥରେ ବିଜେପିରେ ଯୋଗ ଦେଇଛନ୍ତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେପି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । 

raghubar

ରାଞ୍ଚି: ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେବାପରେ ରଘୁବର ଦାସ ପୁଣି ଥରେ ବିଜେପିରେ ଯୋଗ ଦେଇଛନ୍ତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେପି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । 

୨୦୨୦ ବିଧାନସଭା ନିର୍ବାଚନ ହାରିବା ପରେ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିରୁ ଓହରି ଯାଇଥିଲେ। ସେହି ବର୍ଷ ରଘୁବରଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ନେଇ ଦିଲ୍ଲୀ ଡକାଇଥିଲା। ୨୦୨୩ ମସିହାରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇ ଭୁବନେଶ୍ୱର ପଠାଯାଇଥିଲା ।

ରଘୁବର ୨୦୨୪ ମଧ୍ୟଭାଗରେ ହୋଇଥିବା ଲୋକସଭା ନିର୍ବାଚନ ଏବଂ ଶେଷରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରୁ ଦୂରେଇ ରହିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଉଭୟ ନିର୍ବାଚନରେ ବିଜେପିକୁ ବଡ଼ କ୍ଷତି ସହିବାକୁ ପଡ଼ିଥିଲା। ଲୋକସଭା ନିର୍ବାଚନରେ ବିଜେପି ୩ଟି ଓ ବିଧାନସଭା ନିର୍ବାଚନରେ ୫ଟି ଆସନ ହରାଇଥିଲା। ଏହା ପରେ ବିଜେପି ହାଇକମାଣ୍ଡ ପୁଣି ତାଙ୍କୁ ଝାଡ଼ଖଣ୍ଡକୁ ପଠାଇଛନ୍ତି । କ୍ରମାଗତ ୨ଥର ବିଧାନସଭା ନିର୍ବାଚନରେ ପରାଜୟ ପରେ ଝାଡ଼ଖଣ୍ଡରେ ବିଜେପିର ସ୍ଥିତି ଖରାପ ହୋଇଯାଇଛି । ଏହି ସ୍ଥିତିକୁ ସଜାଡ଼ିବାକୁ ଦଳ ପୁଣି ତାଙ୍କ ଉପରେ ଭରସା କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe