ରାହୁଲଙ୍କ କଟାକ୍ଷ : ତୁମେ ଗଣିନ, ତେଣୁ ଲକଡାଉନରେ ‌କେହି ମରିନାହାନ୍ତି

Advertisment
କଂଗ୍ରେସର ବିହାର ପ୍ରଦର୍ଶନ ପଶ୍ଚିମବଙ୍ଗ ଓ ତାମିଲନାଡୁ ପାଇଁ ସତର୍କଘଣ୍ଟି

Image Courtesy of NDTV

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗରେ ସରକାର ସଂସଦରେ ଯେଉଁ ତଥ୍ୟ ରଖିଛନ୍ତି ତା’କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ। ଲକ୍‌ ଡାଉନ୍‌ ସମୟରେ କେତେ ସଂଖ୍ୟକ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ସେନେଇ ମୋଦୀ ସରକାର କିଛି ଜାଣନ୍ତିନାହିଁ। କେତେ ସଂଖ୍ୟକ ଲୋକ ଚାକିରି ହରାଇଛନ୍ତି ତାହା ବି ସରକାର ଜାଣନ୍ତିନି। ଯଦି ତୁମେ ଗଣିନାହଁ ତେବେ କ’ଣ କେହି ମରିନାହାନ୍ତି କି ବୋଲି ରାହୁଲ ଆଜି ସକାଳେ ଏକ ଟ୍ବିଟ୍‌ କରି ପ୍ରଶ୍ନ କରିଛନ୍ତି।

ରାହୁଲ କହିଛନ୍ତି, ଦୁଃଖଦାୟକ ବିଷୟ ହେଉଛି ସରକାର ଲୋକଙ୍କ ଜୀବନ ପ୍ରତି ଆଦୌ ଖାତିର କରୁନାହାନ୍ତି। ସମଗ୍ର ବିଶ୍ବ ଦେଖିଛି ସେମାନଙ୍କ ମୃତ୍ୟୁ। କିନ୍ତୁ ମୋଦୀ ସରକାର ଏ ସମ୍ପର୍କରେ କିଛି ଜାଣିନାହାନ୍ତି। ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ରାହୁଲ ପୂର୍ବରୁ ବି ସରକାରଙ୍କୁ ସମାଲୋଚନା କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିକିତ୍ସା ପାଇଁ ବିଦେଶ ଗସ୍ତରେ ଅଛନ୍ତି। ତାଙ୍କ ସହିତ ପୁଅ ରାହୁଲ ବି ଏବେ ବିଦେଶରେ ଅଛନ୍ତି। ସେଥିପାଇଁ ସଂସଦର ମୌସୁମୀ ଅଧିବେଶନରେ ରାହୁଲ ଉପସ୍ଥିତ ହୋଇପାରିନାହାନ୍ତି। ତେବେ ସରକାର ପ୍ରବାସୀ ଶ୍ରମିକଙ୍କ ସଂପର୍କିତ ତଥ୍ୟ ସଂସଦରେ ରଖିବା ପରେ ସେ ଟ୍ବିଟ୍‌ କରି ଏଭଳି ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe