OpIndia
ନୂଆଦିଲ୍ଲୀ: ଆଜି ସଂସଦରେ ସାଧାରଣ ବଜେଟ୍-୨୦୨୦-୨୧ ଉପସ୍ଥାପନ ହେବା ପରେ ବଜେଟ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ସେ ବଜେଟ୍କୁ ନାପସନ୍ଦ କରିବା ସହ ସରକାର ଦେଶର ମୂଳ ସମସ୍ୟଗୁଡ଼ିକର ସମାଧାନ ଲାଗି କିଛି କରିନାହାନ୍ତି ବୋଲି ମତ ଦେଇଛନ୍ତି।
ଟୁଇଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି ‘ବେକାରୀ ସମସ୍ୟା ହେଉଛି ଭାରତରେ ମୁଖ୍ୟ ପ୍ରସଂଗ। ମାତ୍ର ଆମ ଦେଶର ଯୁବପିଢ଼ିଙ୍କୁ ଚାକିରି ଯୋଗାଇ ଦେବା ପାଇଁ ସେପରି କୌଣସି ରଣନୀତି ମୁଁ ବଜେଟ୍ରେ ଦେଖିପାରିଲି ନାହିଁ। ଏଥିରେ କୌଶଳଗତ ରଣନୀତି ନିଶ୍ଚୟ ଦେଖିପାରିଲି ମାତ୍ର ଏହି ବଜେଟ୍ରେ କୌଣସି ପ୍ରକାରର କେନ୍ଦ୍ରୀୟ ବିଚାରଧାରା ନାହିଁ । ଏହା ଖୁବ୍ ଭଲ ଭାବରେ ଆମ ସରକାରଙ୍କ ସ୍ବରୂପକୁ ବର୍ଣ୍ଣନା କରୁଛି। ବାରମ୍ବାର ଗୋଟିଏ କଥାକୁ ଦୋହରାଇ ଖାଲି କଥା କୁହାଳିଆ ଏହି ସରକାର କିଛି ବି କାମକୁ ନୁହଁନ୍ତି। ଯଦିଓ ସବୁଠାରୁ ଦୀର୍ଘତମ ବଜେଟ୍ ଭାଷଣ ଇତିହାସ ସୃଷ୍ଟି କରିଛି। ମାତ୍ର ସେଥିରେ କିଛି ବି ନଥିଲା, ସବୁ ଫମ୍ପା ଲାଗିଲା।
ସେହିପରି ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ବି ଏହି ବଜେଟ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତି କି ‘ବଜେଟ୍କୁ ନେଇ ଦିଲ୍ଲୀର ଅନେକ ଆଶା ଥିଲା। ମାତ୍ର ଏଥର ବି ଦିଲ୍ଳୀବାସୀଙ୍କ ସହ ବୈମାତୃକ ମନୋଭାବ ପୋଷଣ କରାଯାଇଛି। ଦିଲ୍ଳୀ ଭାଜପାର ପ୍ରାଥମିକତାରେ ଆସୁ ହିଁ ନାହିଁ। ତା’ହେଲେ ଦିଲ୍ଲୀବାସୀ ଭାଜପାକୁ ଭୋଟ୍ କାହିଁକି ଦେବେ ? ପ୍ରଶ୍ନ ହେଉଛି, ଯଦି ନିର୍ବାଚନ ପୂର୍ବରୁ ଭାଜପା ଦିଲ୍ଳୀକୁ ଅଣଦେଖା କରୁଛି। ନିର୍ବାଚନ ପରେ ଶପଥ ରଖିବ?
Follow Us