ଜବାବ ଦିଅନ୍ତୁ ମୋଦୀ: ରାହୁଲ

Advertisment

ରାହୁଲଙ୍କ ପୂରା ଖାନ୍‌ଦାନ୍‌ ଚୋର: ସୀତାରମଣ

ରାହୁଲଙ୍କ ପୂରା ଖାନ୍‌ଦାନ୍‌ ଚୋର: ସୀତାରମଣ

ଜବାବ ଦିଅନ୍ତୁ ମୋଦୀ: ରାହୁଲ

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ପୁଣି ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନୀଲ୍‌ ଅମ୍ବାନି ମିଶି ପ୍ରତିରକ୍ଷା କ୍ଷେତ୍ର ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଛନ୍ତି। ଫ୍ରାନ୍ସର ପୂର୍ବ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦ ଶୁକ୍ରବାର ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚୋର ବୋଲି କହିଛନ୍ତି। ଏ ବାବଦରେ ମୋଦୀ ଜବାବ ଦିଅନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରାହୁଲଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୋଦୀଙ୍କ ବିରୋଧରେ କଂଗ୍ରେସ ଓ ଏହାର ଅଧ୍ୟକ୍ଷ ବାରମ୍ବାର ଅପଶବ୍ଦ ପ୍ରୟୋଗ କରୁଛନ୍ତି। କିନ୍ତୁ ଆମ ସରକାରରେ ଦୁର୍ନୀତିର ସ୍ଥାନ ନାହିଁ। ବରଂ ରାହୁଲଙ୍କ ପୂରା ଖାନ୍‌ଦାନ୍‌ ଚୋର ବୋଲି ଟ୍ଵିଟ୍‌ କରି ସୀତାରମଣ କହିଛନ୍ତି। ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ରାହୁଲଙ୍କୁ ଭର୍ତ୍ସନା କରି କହିଛନ୍ତି, କାହା ଉପରେ ଅଙ୍ଗୁଳି ଉଠାଇବା ପୂର୍ବରୁ ୪ ଥର ଚିନ୍ତା କରିବା ଆବଶ୍ୟକ। ସେ କହିଛନ୍ତି, ରାଫେଲ୍‌ ଚୁକ୍ତିକୁ ନେଇ ଫ୍ରାନ୍ସର ପୂର୍ବ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦ ଯେଉଁ ବୟାନ ଦେଇଛନ୍ତି, ତାହା ଦ୍ୱାରା ପ୍ରକୃତ ଘଟଣା ପଦାକୁ ଆସିପାରିବ। ଫ୍ରାନ୍‌ସୁଆଙ୍କ ବିବୃତିକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ପ୍ରଥମେ ଯାଞ୍ଚ କରାଯିବା ଦରକାର। ତେବେ ପ୍ରମାଣ ବିନା କୌଣସି ଅଭିଯୋଗ ଆଣିବା ଉଚିତ ନୁହେଁ। ସେହିଭଳି ରାଫେଲ୍‌ ଚୁକ୍ତି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ମଧ୍ୟ ଆଜି ମୁହଁ ଖୋଲିଛନ୍ତି। ରାଫେଲ୍‌ ଚୁକ୍ତିକୁ ନେଇ ଦଳଗୁଡ଼ିକ ଭିନ୍ନ ଭିନ୍ନ କଥା କହୁଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଏ ନେଇ ବିସ୍ତତ ଆଲୋଚନା ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ଆବଶ୍ୟକ ବୋଲି କେଜ୍ରିଓ୍ଵାଲ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe