Rahul asked Seema: ରାହୁଲ ପଚାରିଲେ ସୀମା, ସୁଇଟି କିଏ? ହରିୟାଣାରେ ବ୍ରାଜିଲ ମଡେଲ୍‌  ୨୨ ଥର ଭୋଟ୍‌ ଦେଇଛନ୍ତି

୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ଉଦାହରଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ବିଜେପି ଓ ନିର୍ବାଚନ ଆୟୋଗଙ୍କ ବିରୋଧରେ ‘ଭୋଟ୍ ଚୋରି’ ଆକ୍ରମଣକୁ ଜୋର୍‌ଦାର୍‌ କରିଛନ୍ତି। ରାହୁଲ ଦାବି କରିଛନ୍ତି, ରାଜ୍ୟରେ ପ୍ରାୟ ୧୨ ପ୍ରତିଶତ ନକଲି ଭୋଟ ପଡ଼ିଛି।

hfshhffh

Photograph: (India Today)

ନୂଆଦିଲ୍ଲୀ: ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ଉଦାହରଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ବିଜେପି ଓ ନିର୍ବାଚନ ଆୟୋଗଙ୍କ ବିରୋଧରେ ‘ଭୋଟ୍ ଚୋରି’ ଆକ୍ରମଣକୁ ଜୋର୍‌ଦାର୍‌ କରିଛନ୍ତି। ରାହୁଲ ଦାବି କରିଛନ୍ତି, ରାଜ୍ୟରେ ପ୍ରାୟ ୧୨ ପ୍ରତିଶତ ନକଲି ଭୋଟ ପଡ଼ିଛି। କଂଗ୍ରେସର ବିଜୟକୁ ପରାଜୟରେ ପରିଣତ ପାଇଁ କାରସାଦି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ହରିୟାଣାରେ ୨ କୋଟି ଭୋଟର ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨୫ ଲକ୍ଷ ନକଲି। ହରିୟାଣାରେ ପ୍ରତି ଆଠ ଜଣ ଭୋଟରଙ୍କ ମଧ୍ୟରୁ ଜଣେ ନକଲି। ଭୋଟର ତାଲିକାରେ ଅସଙ୍ଗତି ଦେଖାଉଥିବା ସ୍ଲାଇଡ୍ ଉପସ୍ଥାପନ କରି ରାହୁଲ ଜଣେ ବ୍ରାଜିଲୀୟ ମଡେଲଙ୍କ ଫଟୋ ସହ ସୀମା, ସୁଇଟି ଓ ସରସ୍ୱତୀଙ୍କ ପରି ବିଭିନ୍ନ ନାମରେ ଏକାଧିକ ଭୋଟର ରହିଥିବା ଦେଖାଇଥିଲେ। ବିଭିନ୍ନ ନାମରେ ଏହି ନକଲି ଭୋଟର ୨୨ ଥର ଭୋଟ୍ ଦେଇଥିବା ରାହୁଲ ଅଭିଯୋଗ କରିଛନ୍ତି।  ‘ଜେନ୍ ଜେଡ୍‌’ଙ୍କୁ ଆହ୍ୱାନ ଦେଇ ସେ କହିଛନ୍ତି ‘ଗଣତନ୍ତ୍ରର ସୁରକ୍ଷା ତୁମର ଭବିଷ୍ୟତ ସହ ଜଡ଼ିତ।  ଗଣତନ୍ତ୍ର ନଷ୍ଟ ହେଉଛି ଓ ତୁମର ଭବିଷ୍ୟତ ଚୋରି ହେଉଛି।’

ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରିବା ପାଇଁ ବିଜେପି ଯୋଜନାବଦ୍ଧ ଅପରେସନ୍ ଆୟୋଜନ କରିଥିବା ରାହୁଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସମସ୍ତ ଏକ୍‌ଜିଟ୍ ପୋଲ୍ ହରିୟାଣାରେ କଂଗ୍ରେସର ବିଜୟକୁ ସୂଚାଉଛି। ହରିୟାଣା ଇତିହାସରେ ପ୍ରଥମ ଥର ପୋଷ୍ଟାଲ୍ ବାଲଟ୍ ପ୍ରକୃତ ଭୋଟ୍ ସହିତ ମେଳ ଖାଉନାହିଁ। କଂଗ୍ରେସର ବିପୁଳ ବିଜୟକୁ ପରାଜୟରେ ପରିଣତ ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ନିର୍ବାଚନ ପରବର୍ତ୍ତୀ ଏକ ଭିଡିଓକୁ ଦେଖାଇ ସେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସୈନୀଙ୍କୁ ସମାଲୋଚନା କରିଥିଲେ। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ପାଲୱାଲ ଜିଲ୍ଲା ପରିଷଦର ଉପାଧ୍ୟକ୍ଷଙ୍କ ଘର ନମ୍ବର ୧୫୦ରେ ରହୁଥିବା ଜଣେ ବିଜେପି ନେତାଙ୍କ ଠିକଣାରେ ୬୬ ଜଣ ଭୋଟର ପଞ୍ଜୀକୃତ ହୋଇଛନ୍ତି। ବିହାରରେ ମଧ୍ୟ ସରକାର ଚୋରି ପାଇଁ ଷଡ୍‌ଯନ୍ତ୍ର ଆରମ୍ଭ ହୋଇଛି ବୋଲି ସେ ଦାବି କରିଛନ୍ତି। ଅନ୍ୟମାନଙ୍କ ନାମ ନେଇ ରାହୁଲ କହିଛନ୍ତି, ବିଜେପି ନେତା ଦଲଚାନ୍ଦ ଉଭୟ ୟୁପି ଓ ହରିୟାଣାରେ ଭୋଟ୍ ଦେଉଛନ୍ତି। ମଥୁରାରେ ବିଜେପି ସମର୍ଥିତ ସରପଞ୍ଚ ପ୍ରହ୍ଲାଦ ସମାନ କାର୍ଯ୍ୟ କରୁଛନ୍ତି। ଏହି ସଂଖ୍ୟା ହଜାର ହଜାର ହେବ। ଗାନ୍ଧୀ ‘ହାଉସ୍ ନମ୍ବର ଜିରୋ’ ଭାବରେ ତାଲିକାଭୁକ୍ତ ଠିକଣା ସହିତ ଜଡ଼ିତ ଅନିୟମିତତାକୁ ମଧ୍ୟ ସୂଚାଇଛନ୍ତି, ଯାହା ଭୂମିହୀନଙ୍କ ପାଇଁ ଲେଖାଯାଏ। ସେ କହିଛନ୍ତି, ଆମେ ଶାରୀରିକ ଭାବରେ ‘ହାଉସ୍ ନମ୍ବର ଜିରୋ’ ଭାବରେ ଚିହ୍ନିତ ଲୋକମାନଙ୍କୁ ପାଇଲୁ, ଯେଉଁମାନେ ପ୍ରକୃତରେ ନିଜ ଘରେ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe