ରାହୁଲ ପଚାରିଲେ, ‘ପ୍ରଧାନମନ୍ତ୍ରୀ! ଏତେ ଭୟ କାହିଁକି?’...

Advertisment
ଭୟଭୀତ ଏକଛତ୍ରବାଦୀ..କେଜ୍ରିଓ୍ବାଲଙ୍କ ଗିରଫଦାରି ପରେ କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ୍‌ ବିରୋଧରେ ବିଭିନ୍ନ ଅଭିଯୋଗ ଆସିବା ପରେ ମଧ୍ୟ ଲୋକଙ୍କ ଅବସର ପାଣ୍ଠି ନିବେଶ ନେଇ କାହିଁକି ତଦନ୍ତ ହେଉନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି।

ଟ୍ଵିିଟ୍‌ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ଏଲଆଇସିର ମୂଳଧନ (କ୍ୟାପିଟାଲ), ଆଦାନୀଙ୍କୁ! ଏସବିଆଇର ମୂଳଧନ, ମଧ୍ୟ ଆଦାନୀକୁ! ଇପିଏଫଓର ପୁଞ୍ଜି ମଧ୍ୟ ଆଦାନୀଙ୍କୁ! ’ମୋଦାନୀ’ ପଦାକୁ ଆସିବା ପରେ ମଧ୍ୟ କାହିଁକି ଅଦାନୀଙ୍କ କମ୍ପାନିରେ ଜନସାଧାରଣଙ୍କ ଅବସର ଅର୍ଥ (ପେନସନ ଫଣ୍ଡ) ବିନିଯୋଗ କରାଯାଉଛି? ‘ପ୍ରଧାନମନ୍ତ୍ରୀ ମହୋଦୟ, ତଦନ୍ତ ନାହିଁ କି ଉତ୍ତର ମଧ୍ୟ ନାହିଁ! ଏତେ ଭୟ କାହିଁକି?’ ବୋଲି ସେ ଟୁଇଟ୍‌ କରି ପ୍ରଶ୍ନ କରିଛନ୍ତି।

ଗତ ମାସରେ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍‌ର ଜାଲିଆତି କାରବାର ଏବଂ ସେୟାର ମୂଲ୍ୟ କାରବାର ସମେତ ଅନେକ ଅଭିଯୋଗ ଆଣିବା ପରେ ଆଦାନୀ ଗ୍ରୁପ୍‌ର ଷ୍ଟକ ବଜାରରେ ବିପର୍ଯ୍ୟୟ ଘଟିଏକ ବଡ଼ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା।

publive-image

ତେବେ, ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଗ୍ରୁପ୍‌ ହିଣ୍ଡେନବର୍ଗର ଏହି ଅଭିଯୋଗକୁ ମିଛ ବୋଲି ଖଣ୍ଡନ କରି କହିଛି ଯେ ଏହା ସମସ୍ତ ଆଇନ ଏବଂ ଆବଶ୍ୟକତାକୁ ପାଳନ କରୁଛି।

ହେଲେ, ରାହୁଲ ଗାନ୍ଧୀ ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ଘଟଣାର ତଦନ୍ତ ଦାବି କରି ଆସୁଛନ୍ତି। ଅଦାନୀ ପ୍ରସଙ୍ଗରେ ସେ ପ୍ରଶ୍ନ ଉଠାଇବା କାରଣରୁ ତାଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷଣା କରାଯାଇଥିବା ସେ ଅଭିଯୋଗ କରିଛନ୍ତି, କିନ୍ତୁ ତାଙ୍କୁ ଆଜୀବନ ସଂସଦରୁ ଅଯୋଗ୍ୟ ଘୋଷଣା କରାଗଲେ ମଧ୍ୟ ସେ ଏହା ଜାରି ରଖିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସୁରତର ଏକ ଅଦାଲତ ଦ୍ୱାରା ଏକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୁଇ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହେବା ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କୁ ଶୁକ୍ରବାର ଲୋକସଭାରୁ ଅଯୋଗ୍ୟ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe