କଂଗ୍ରେସ ସଭାପତି ନିର୍ବାଚନ: ରାହୁଲ କହିଲେ, ‘ଜଣେ ବ୍ୟକ୍ତି ଗୋଟେ ପଦବୀ’ ସମସ୍ତଙ୍କ ପାଇଁ ଲାଗୁ;ଗେହଲଟଙ୍କୁ ଶକ୍ତ ଝଟକା

Advertisment
କଂଗ୍ରେସ ସଭାପତି ନିର୍ବାଚନ: ରାହୁଲ କହିଲେ, ‘ଜଣେ ବ୍ୟକ୍ତି ଗୋଟେ ପଦବୀ’ ସମସ୍ତଙ୍କ ପାଇଁ ଲାଗୁ;ଗେହଲଟଙ୍କୁ ଶକ୍ତ ଝଟକା

ନୂଆଦିଲ୍ଲୀ: ଦୀର୍ଘ ଦୁଇ ଦଶନ୍ଧିର ବ୍ୟବଧାନ ପରେ ଦେଶର ସର୍ବ ପୂରାତନ ଦଳ କଂଗ୍ରେସର ସଭାପତି ପଦବୀ ନିମନ୍ତେ ଦଳ ମଧ୍ୟରେ ଆଭ୍ୟନ୍ତରୀଣ ନିର୍ବାଚନ ପାଇଁ ଗୁରୁବାର ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଏପଟେ ସଭାପତି ପଦବୀ ପାଇଁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

ଏପରିସ୍ଥିତିରେ ସଭାପତି ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କୁ ରାହୁଲ ଗାନ୍ଧୀ ପରାମର୍ଶ ଦେବାକୁ ଯାଇ କହିଛନ୍ତି ଯେ ଯିଏ କଂଗ୍ରେସ ସଭାପତି ହେବ ସେ ମନେ ରଖିବା ଉଚିତ୍‌ ଯେ ସେ ଏକ ଧାରଣା, ବିଶ୍ୱାସ, ବ୍ୟବସ୍ଥା ଏବଂ ଭାରତର ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛନ୍ତି ବୋଲି। ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ସଭାପତି ଏକ ପୋଷ୍ଟ ବା ପଦବୀ ନୁହେଁ; ବରଂ ଏହା ଏକ ବିଶ୍ୱାସର ବ୍ୟବସ୍ଥା।

ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ଦଳ ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତିରେ ବିଶ୍ୱାସ କରେ। ସେଥିପାଇଁ ଉଦୟପୁରରେ ହୋଇଥିବା ଦଳର ଚିନ୍ତନ ଶିବିରରେ ମଧ୍ୟ ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତିକୁ ଗୁରୁତ୍ୱ ଦିଆଯାଇ ଏହାକୁ ଦଳର ସବୁ ସ୍ତରରେ କଠୋର ଭାବରେ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ଦଳର ସଭାପତିମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। ତେଣୁ. ସଭାପତି ପଦବୀ ପାଇଁ ଇଚ୍ଛୁକ ଥିବା ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ରଖିବା ସହ ଏହି ପ୍ରତିବଦ୍ଧତା ବଜାୟ ରଖିବାକୁ ରାହୁଲ ଗାନ୍ଧୀ ପରାମର୍ଶ ଦେଇଛନ୍ତି।

ରାହୁଲଙ୍କ ଏପରି ଘୋଷଣା ଓ ପରାମର୍ଶ ପରେ ଉଭୟ ଦଳ ସଭାପତି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଅଡ଼ି ବସିଥିବା ଅଶୋକ ଗେହଲଟଙ୍କୁ ଏକ ଶକ୍ତ ଝଟକା ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe