ଆର୍‌ଏସଏସ୍‌ ମାନହାନି ମାମଲା, ରାହୁଲଙ୍କୁ ଜାମିନ ମିଳିଲା

Advertisment
ଆର୍‌ଏସଏସ୍‌ ମାନହାନି ମାମଲା, ରାହୁଲଙ୍କୁ ଜାମିନ ମିଳିଲା

ମୁମ୍ବାଇ: କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧି ଆଜି ଜଣେ ଆରଏସ୍‌ଏସ୍‌ କର୍ମୀଙ୍କ ଦ୍ବାରା କରାଯାଇଥିବା ମାନହାନି ମାମଲାରେ ମୁମ୍ବାଇ ଅଦାଲତରେ ହାଜର ହୋଇଥିଲେ। ବିଜେପି-ଆରଏସ୍‌ଏସ୍‌ର ବିଚାରଧାରା ସହ ବେଙ୍ଗାଲୁରୁ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟାକୁ ଯୋଡ଼ି ସେ ବୟାନ ଦେଇଥିବାରୁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ହୋଇଥିଲା । ଆଜି ରାହୁଲ ଅଦାଲତରେ ହାଜର ହୋଇ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ଅଦାଲତ ଏହି ମାମଲାରେ ରାହୁଲଙ୍କୁ ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। କଂଗ୍ରେସର ପୂର୍ବ ସାଂସଦ ଏକନାଥ ଗାୟକୱାଡ ରାହୁଲଙ୍କ ପାଇଁ ଜମାନତ ଅର୍ଥ ପୈଠ କରିଥିଲେ। ଅଦାଲତରୁ ଫେରିବା ପରେ ରାହୁଲ ଗଣମାଧ୍ୟମକୁ କହିଛନ୍ତି ଯେ ବିଜେପି-ଆରଏସ୍‌ଏସ୍‌ ତାଙ୍କୁ ଲଗାତାର ଟାର୍ଗେଟ୍‌ କରିଚାଲିଛି। ତେବେ ସେ ୧୦ ଗୁଣ ଅଧିକ ଉତ୍ସାହରେ ଏହାର ମୁକାବିଲା କରିବେ ଏବଂ ବିଚାରଧାରାର ଲଢ଼େଇ ଜାରି ରହିବ ବୋଲି କହିଛନ୍ତି। ମୋ ଉପରେ ଯେଭଳି ଆକ୍ରମଣ ହେଉଛି, ସେଥରୁ ମୁଁ ମଜା ନେଉଛି ବୋଲି ରାହୁଲ କହିଛନ୍ତି।

ଆଗକୁ ଅନେକ ମାନହାନି ମାମଲାରେ ବ୍ୟସ୍ତ ରହିବେ ରାହୁଲ
ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଏକ ମାନହାନି ମାମଲାରେ ମୁମ୍ବାଇ ଅଦାଲତ ଜାମିନ ପ୍ରଦାନ କରିଥିଲେ ମଧ୍ୟ ଆଗାମୀ ଦିନରେ ତାଙ୍କୁ ଅନେକ ମାନହାନି ମାମଲାରେ ଅଦାଲତରେ ହାଜର ହେବାକୁ ପଡ଼ିବ। ଆରଏସ୍‌ଏସ୍ ବିରୋଧରେ ରାହୁଲଙ୍କର ଆଉ ଏକ ଆପତ୍ତିଜନକ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଥାନେ ଜିଲ୍ଲାରେ ଆଉ ଏକ ମାମଲା ଚାଲିଛି ଏବଂ ଆଗାମୀ ୨୨ ତାରିଖ ଦିନ ଶୁଣାଣି ଅଛି। ଏହା ସହିତ ରାହୁଲ ବିହାର ଏବଂ ଗୁଜରାଟରେ ମଧ୍ୟ ମାନହାନି ମାମଲାର ସମ୍ମୁଖୀନ ହୋଇଛନ୍ତି। ଲୋକସଭା ନିର୍ବାଚନ ସମୟରେ ଆର୍‌ଏସ୍ଏସ୍‌ ଏବଂ ବିଜେପି ବିରୋଧରେ ଦେଇଥିବା ମାନହାନିସୂଚକ ବୟାନ ପାଇଁ ତାଙ୍କ ବିରୋଧରେ ମମାଲା ରୁଜୁ ହୋଇଛି । ଆଗାମୀ ୬ ତାରିଖ ଦିନ ରାହୁଲ ପାଟନାର ଏକ ଅଦାଲତରେ ହାଜର ହେବେ ବୋଲି ଜଣାପଡ଼ିଛି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦୀଙ୍କ ଦ୍ବାରା ଏହି ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe